ଜ୍ଞାନୀ ଦେବାଶିଷ ମିଶ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ଜ୍ଞାନୀ ଦେବାଶିଷ ମିଶ୍ର
Jnanee Debasish Mishra.jpg
ଜ୍ଞାନୀ ଦେବାଶିଷ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୨୦.୦୫.୧୯୮୫
ଚାହାଳି, ନୟାଗଡ଼
ଘରନୟାଗଡ଼
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାଓଡ଼ିଆ ଭାଷାରେ ଡକ୍ଟରେଟ
ଜୀବିକାଅଧ୍ୟାପକ
କାର୍ଯ୍ୟକାଳ୨୦୧୩
ନିଯୁକ୍ତିଦାତାରେଭେନ୍ସା ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିକବି ଓ ସାହିତ୍ୟିକ
ଜଣାଶୁଣା କାମ
ଦାଗ
ପୈତୃକ ବାସସ୍ଥାନନୟାଗଡ
ଜୀବନସାଥିପଦ୍ମଜା ମିଶ୍ର
ବାପା ବୋଉଶରତ ଚନ୍ଦ୍ର ମିଶ୍ର , ନିହାରବାଳା ଦାଶ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଦାଗ କବିତା ସଙ୍କଳନ ପାଇଁ-୨୦୧୬ରେ)

ଜ୍ଞାନୀ ଦେବାଶିଷ ମିଶ୍ର, ଜଣେ ଓଡ଼ିଆ କବି ଓ ସାହିତ୍ୟ ସମାଲୋଚକ ।[୧] ସେ ୨୦୧୬ମସିହାରେ "କେନ୍ଦ୍ର ସାହିତ୍ୟ ଏକାଡେମୀ" ଯୁବ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । [୨]

ଜ୍ଞାନୀ ଦେବାଶିଷ ୧୯୮୫ମସିହାରେ ନୟାଗଡ଼ ଜିଲ୍ଲାର ଚାହାଳିଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିବା ଜ୍ଞାନୀ, କଲେଜ ବେଳକୁ କବିତା ପ୍ରତି ବେଶି ଗୁରୁତ୍ୱ ଦେବା ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । [୩] କବିତା ବ୍ୟତୀତ, ଜ୍ଞାନୀ ନାଟ୍ୟ ସମାଲୋଚନା କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି ।

ରଚନାବଳୀ[ସମ୍ପାଦନା]

  • ଦାଗ(କବିତା) - (ଟାଇମପାସ୍ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୩୩ଟି କବିତା ସ୍ଥାନ ପାଇଛି )[୪]
  • ତଥାପି ଜୀବନ(କବିତା)
  • ଅଭିନୟରେ ଜୀବନଚର୍ଯ୍ୟା(ସମାଲୋଚନା)
  • ସମୟ ସହ କେଇ ପାଦ(ସମାଲୋଚନା)
  • ନଟ ନାଟ୍ୟ ନାଟ୍ୟାୟନ(ସମାଲୋଚନା)
  • ଶୂର ଦେଓଙ୍କ କାନଭାସ(ସମ୍ପାଦନା)[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୧୬[୬]
  • ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର - ୨୦୧୭(ଗୋଡ଼ ଗଳ୍ପ ପାଇଁ)[୭]

ଆଧାର[ସମ୍ପାଦନା]

  1. http://www.telegraphindia.com/1160617/jsp/odisha/story_91645.jsp#.V3ERyRIwDZc
  2. http://www.newindianexpress.com/nation/Sahitya-Akademi-announces-awards-for-young-writers-and-childrens-literature/2016/06/17/article3485865.ece
  3. http://www.ravenshawuniversity.ac.in/FacultyInfo.php?faculty=NLJA+fQBGB1KFMQLSSc8cyIS9G0vRgXsEnRoBL8boi0=
  4. http://thewire.in/43370/raghu-karnads-account-of-indians-in-ww-ii-wins-sahitya-akademi-yuva-puraskar/
  5. ସମ୍ବାଦ ୨୬/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. Missing or empty |title= (help); |access-date= requires |url= (help)
  6. http://sahitya-akademi.gov.in/sahitya-akademi/pdf/yuvapuraskar-2016.pdf
  7. ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ http://www.sambadepaper.com/Details.aspx?id=346857&boxid=32358660. Retrieved 13 April 2017. Missing or empty |title= (help)