ସିତାଂଶୁ ଲେଙ୍କା

ଉଇକିପିଡ଼ିଆ‌ରୁ
ସିତାଂଶୁ ଲେଙ୍କା
ଜନ୍ମଇଚ୍ଛାପୁର Edit this on Wikidata
ବୃତ୍ତିକବି Edit this on Wikidata
ପିତାମାତା
ପୁରସ୍କାର

ସିତାଂଶୁ ଲେଙ୍କା ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ଲେଖକ । କବି କମଳାକାନ୍ତ: ମତ ଅଭିମତ ଭିନ୍ନମତ ତାଙ୍କ ରଚିତ ଓ ତାଙ୍କ ବାପା ତଥା କବି କମଳାକାନ୍ତ ଲେଙ୍କାଙ୍କ ଉପରେ ଏକ ଉଲ୍ଲେଖନୀୟ ଜୀବନୀ ପୁସ୍ତକ ।ସାହିତ୍ୟ ରଚନା ପାଇଁ ସେ ୨୦୧୦ ମସିହାରେ ବସନ୍ତ ମୁଦୁଲି କବିତା ପୁରସ୍କାର ଲାଭକରିଥିଲେ ।

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା[ସମ୍ପାଦନା]

ସିତାଂଶୁ ଲେଙ୍କା ଭଦ୍ରକ ଜିଲ୍ଲାର ଇଚ୍ଛାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ କବି କମଳାକାନ୍ତ ଲେଙ୍କା ଥିଲେ ତାଙ୍କ ବାପା । ସିତାଂଶୁ ପଞ୍ଚମ ଶ୍ରେଣୀଯାଏଁ ମାମୁଘରେ ରହି ପଢ଼ୁଥିଲେ । ଷଷ୍ଠ ଶ୍ରେଣୀ ବେଳକୁ କମଳାକାନ୍ତ ତାଙ୍କୁ ତାଙ୍କ ଗାଁ ଅଣାଇ ବ୍ରହ୍ମପୁର ମଧ୍ଯଇଂରାଜୀ ସ୍କୁଲରେ ନାମ ଲେଖାଇଥିଲା । ସ୍କୁଲଟି କମଳାକାନ୍ତ ରାଜକନିକା ରାଜାଙ୍କ ସହାୟତାରେ ଆଉ କିଛି ଯୁବକଙ୍କ ସାହାଯ୍ୟରେ ଗଢ଼ାଇଥିଲେ । ସିତାଂଶୁଙ୍କର ଭାଇଭଉଣୀ ମିଶି ମୋଟ ଛଅ ଜଣ: ବଡ଼ଭାଇ, ମଝିଆ ଭାଇଙ୍କ ପରେ ସିତାଂଶୁ ଓ ତାଙ୍କ ପରେ ତିନି ଭଉଣୀ । ସେ ହିମାଂଶୁବାଳା ଲେଙ୍କାଙ୍କୁ ବିବାହ କରିଥିଲେ ଓ ପରିବାର ସହ ବାଲେଶ୍ୱରରେ ବାସକରନ୍ତି ।[୧][୨]

ଆଧାର[ସମ୍ପାଦନା]

  1. ଲେଙ୍କା, ସିତାଂଶୁ (ଅକ୍ଟୋବର ୨୦୧୯). "ଯେମିତି ଜାଣେ ମୋ ବାପାଙ୍କୁ" (PDF). ରେବତୀ. Retrieved 2024-02-16.
  2. Dhangadamajhi, Sunil Kumar (2020-08-21). "ଯଶସ୍ବୀ କବି କମଳାକାନ୍ତ ଲେଙ୍କାଙ୍କ ଦ୍ବାବିଂଶତମ ଶ୍ରାଦ୍ଧ ଦିବସ ପାଳିତ". OdiaBarta.in. Retrieved 2024-02-16.