ସାଧାରଣତନ୍ତ୍ର ଦିବସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସାଧାରଣତନ୍ତ୍ର ଦିବସ
Indian Army-Madras regiment.jpeg
ପ୍ୟାରେଡ଼ କରୁଥିବା ମାଡ୍ରାସ ରେଜିମେଣ୍ଟର ସୈନିକ, ୨୦୦୪
ପାଳନକାରୀ ଭାରତ
ପ୍ରକାର ଜାତୀୟ
ପାଳନ ପ୍ୟାରେଡ଼, ପତାକା ଉତ୍ତୋଳନ
ତାରିଖ ୨୬ ଜାନୁଆରୀ
IndiaFlagParade.png

୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । [୧]

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗ ଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।

ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।

ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

ଇତିହାସ[ସମ୍ପାଦନା]

ସଭାପତି ରାଜେନ୍ଦ୍ର ପ୍ରସାଦ (ଘୋଡ଼ାଗାଡ଼ିରେ) ନୂଆଦିଲ୍ଲୀ ରାଜପଥରେ ପ୍ରଥମ ସାଧାରଣତନ୍ତ୍ର ଦିବସରେ (୧୯୫୦) ଭାଗ ନେବାକୁ ଯାଉଛନ୍ତି ।

ଇଂରାଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସ‌ହ‌ଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତପାକିସ୍ଥାନରେ ବିଭକ୍ତ ହୋଇ କମନ‌ୱେଲ୍ଥ ନେସନରେ ସଂଯୁକ୍ତ ହେଲା ।[୨] ୧୫ ଅଗସ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ନର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହା‌ଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ୱେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ ।[୩] ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ୱ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରି ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜା‌ନୁଆରୀ ୧୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।

ଗ୍ୟାଲେରୀ[ସମ୍ପାଦନା]

ନିମନ୍ତ୍ରୀତ ଅତିଥି[ସମ୍ପାଦନା]

ପ୍ରତିବର୍ଷ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ । ୧୯୫୦ ମସିହାରୁ ଏହି ପରମ୍ପରା ଚଳି ଆସୁଛି ।

Countries invited as chief guests for the Republic Day parade. Erstwhile Yugoslavia (twice invited) has not been depicted in the map.
ବର୍ଷ ପ୍ରମୁଖ ଅତିଥି ଦେଶ
୧୯୫୦ ରାଷ୍ଟ୍ରପତି ସୁକର୍ଣ୍ଣୋ[୪] ଇଣ୍ଡୋନେସିଆ
୧୯୫୧
୧୯୫୨
୧୯୫୩
୧୯୫୪ ରାଜା ଜିଗ୍ମେ ଦୋର୍ଜୀ ୱାଙ୍ଗଚୁକ [୫] ଭୁଟାନ
୧୯୫୫ ଗଭର୍ଣ୍ଣର ଜେନରାଲ ମଲିକ ଘୁଲାମ ମୁହମ୍ମଦ [୪] ପାକିସ୍ତାନ
୧୯୫୬
୧୯୫୭
୧୯୫୮
୧୯୫୯
୧୯୬୦ ରାଷ୍ଟ୍ରପତି କ୍ଲିମେଂଟ ବୋରୋଶିଲୋଭ[୬] ସୋଭିଏତ ସଂଘ
୧୯୬୧ ରାଣୀ ଏଲିଝାବେଥ ଦ୍ୱିତୀୟ[୪] ଯୁକ୍ତରାଜ୍ୟ ବ୍ରିଟେନ
୧୯୬୨
୧୯୬୩ ରାଜା ନୋରୋଡୋମ ସିହାଂନୌକ[୭] କାମ୍ପୁଚିଆ
୧୯୬୪
୧୯୬୫ ଖାଦ୍ୟ ଓ ଶେତୀମଂତ୍ରୀ ରାଣା ଅବ୍ଦୂଲ ହମିଦ ପାକିସ୍ତାନ
୧୯୬୬
୧୯୬୭
୧୯୬୮ ପ୍ରଧାନମନ୍ତ୍ରୀ ଅଲେକ୍ସେଇ କୋସିଜିନ ସୋଭିଏତ ସଂଘ
ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ[୮] ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର
୧୯୬୯ ପଂତପ୍ରଧାନ ଟୋଡୋର ଝିବ୍ହକୋବ୍ହ[୯] ବୁଲଗାରିଆ
୧୯୭୦
୧୯୭୧ ରାଷ୍ଟ୍ରପତି ଜ୍ୟୁଲିଅସ ନ୍ୟରେରେ[୧୦] ତାଞ୍ଜାନିଆ
୧୯୭୨ ପ୍ରଧାନମନ୍ତ୍ରୀ ଶିବସାଗର ରାମଗୁଲାମ[୧୧] ମରିସସ
୧୯୭୩ ରାଷ୍ଟ୍ରପତି ମୋବୁଟୁ ସେସେ ସେକୋ[୧୨] ଜେରେ
୧୯୭୪ ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର
ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦରନାୟକେ[୧୩] ଶ୍ରୀଲଙ୍କା
୧୯୭୫ ରାଷ୍ଟ୍ରପତି କେନେଥ କାଣ୍ଡା[୧୪] ଜାମ୍ୱିଆ
୧୯୭୭ ପ୍ରଧାନମନ୍ତ୍ରୀ ଜାକ ଶିରାକ[୪] ଫ୍ରାନ୍ସ
୧୯୭୭ ପ୍ରଥମ ସଚୀବ ଏଡୱାର୍ଡ଼ ଜିରିଏକ[୧୫] ପୋଲାଣ୍ଡ
୧୯୭୮ ରାଷ୍ଟ୍ରପତି ପେଟ୍ରିକ ହିଲେରି[୧୬] ଆୟରଲାଣ୍ଡ
୧୯୭୯ ପ୍ରଧାନମନ୍ତ୍ରୀ ମାଲ୍କମ ଫ୍ରେଝର[୧୭] ଅଷ୍ଟ୍ରେଲିଆ
୧୯୮୦ ରାଷ୍ଟ୍ରପତି ବ୍ହେଲେରୀ ଜିସ୍କେର ଦେସ୍ତେଂ[୪] ଫ୍ରାନ୍ସ
୧୯୮୧ ରାଷ୍ଟ୍ରପତି ହୋଜେ ଲୋପେଝ ପୋର୍ତିୟୋ[୧୮] ମେକ୍ସିକୋ
୧୯୮୨ ରାଜା ହୁଆନ କାର୍ଲୋସ ପହିଲା[୧୯] ସ୍ପେନ
୧୯୮୩ ରାଷ୍ଟ୍ରପତି ଶେହୁ ଶଗାରୀ[୨୦] ନାଇଜେରିଆ
୧୯୮୪ ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[୨୧] ଭୁଟାନ
୧୯୮୫ ରାଷ୍ଟ୍ରପତି ରାଉଲ ଅଲ୍ଫୋନ୍ସିନ[୨୨] ଆର୍ଜେଣ୍ଟିନା
୧୯୮୬ ପ୍ରଧାନମନ୍ତ୍ରୀ ଆନ୍ଦ୍ରିଆସ ପାପେନ୍ଦ୍ରୁ[୨୩] ଗ୍ରୀସ୍
୧୯୮୭ ରାଷ୍ଟ୍ରପତି ଅେଲନ ଗାର୍ଶିୟା[୨୪] ପେରୁ
୧୯୮୮ ରାଷ୍ଟ୍ରପତି ଜୂନିଅସ ରିଚର୍ଡ ଜୟବର୍ଧନେ[୨୫] ଶ୍ରୀଲଙ୍କା
୧୯୮୯ ଜନରଲ ସେକ୍ରେଟ୍ରୀ ଙୁୟେନ ବେନ ଲିନ୍ହ[୨୬] ଭିଏତନାମ
୧୯୯୦ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ[୨୭] ମରିସସ
୧୯୯୧ ରାଷ୍ଟ୍ରପତି ମୋମୂନ ଅବ୍ଦୁଲ ଗୟ୍ୟୂମ[୨୭] ମାଳଦ୍ୱୀପ
୧୯୯୨ ରାଷ୍ଟ୍ରପତି ମାରିଓ ସୋଆରେସ[୨୭] ପର୍ତ୍ତୁଗାଲ
୧୯୯୩ ପ୍ରଧାନମନ୍ତ୍ରୀ ଜୋନ ମେଜର[୪] ଯୁକ୍ତରାଜ୍ୟ ବ୍ରିଟେନ
୧୯୯୪ ପ୍ରଧାନମନ୍ତ୍ରୀ କୋହ ଚୋକ ଥୋଂଗ[୪] ସିଙ୍ଗାପୁର
୧୯୯୫ ରାଷ୍ଟ୍ରପତି ନେଲ୍ସନ ମଣ୍ଡେଲା[୨୮] ଦକ୍ଷିଣ ଆଫ୍ରିକା
୧୯୯୬ ରାଷ୍ଟ୍ରପତି ଡୋ. ଫର୍ଣ୍ଣାଣ୍ଡୋ ହେନରିକେ କାର୍ଦୋସୋ[୨୭] ବ୍ରାଜିଲ
୧୯୯୭ ପ୍ରଧାନମନ୍ତ୍ରୀ ବସଦେବ ପାଣ୍ଡେ[୨୭] ଟ୍ରିନିଡାଡ ଓ ଟ୍ରୋଭାଗୋ
୧୯୯୮ ରାଷ୍ଟ୍ରପତି ଜେକ ଶିରାକ[୪] ପ୍ରାନ୍ସ
୧୯୯୯ ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଦେବ[୨୭] ନେପାଳ
୨୦୦୦ ରାଷ୍ଟ୍ରପତି ଓଲୁସେଗୁନ ଓବାସାନ୍ଜୋ[୪] ନାଇଜେରିଆ
୨୦୦୧ ରାଷ୍ଟ୍ରପତି ଅବ୍ଦେଲଅଝୀଝ ବୁଟେଫ୍ଲିକା[୨୭] ଆଲଜେରିଆ
୨୦୦୨ ରାଷ୍ଟ୍ରପତି କସ୍ସାମ ଉତୀମ[୨୭] ମରିସସ
୨୦୦୩ ରାଷ୍ଟ୍ରପତି ମୋହମ୍ମଦ ଖାତାମୀ[୪] ଇରାନ
୨୦୦୪ ରାଷ୍ଟ୍ରପତି ଲୁଈଝ ଇନାଚିୟୋ ଲୁଲା ଦା ସିଲଭ[୪] ବ୍ରାଜିଲ
୨୦୦୫ ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[୨୭] ଭୁଟାନ
୨୦୦୬ ଦେଶପ୍ରଧାନ ଅବ୍ଦୁଲ୍ଲା ବିନ ଅବ୍ଦେଲଅଝୀଝ ଅଲ-ସୌଦ[୨୭] ସାଉଦି ଆରବ
୨୦୦୭ ରାଷ୍ଟ୍ରପତି ବ୍ଲାଦିମିର ପୁତିନ[୪] ଋଷିଆ
୨୦୦୮ ରାଷ୍ଟ୍ରପତି ନିକୋଲା ସାର୍କୋଝୀ[୪] ଫ୍ରାନ୍ସ
୨୦୦୯ ରାଷ୍ଟ୍ରପତି ନୁରସୁଲ୍ତାନ ନଝରବାୟେବ[୪] କାଜାଖସ୍ତାନ
୨୦୧୦ ରାଷ୍ଟ୍ରପତି ଲୀ ମ୍ୟୁଂଗ ବାକ[୨୭] ଦକ୍ଷିଣ କୋରିଆ
୨୦୧୧ ରାଷ୍ଟ୍ରପତି ସୁସିଲୋ ବାଂବାଂଗ ୟୁଧୋୟୋନୋ[୨୯] ଇଣ୍ଡୋନେସିଆ
୨୦୧୨ ପ୍ରଧାନମନ୍ତ୍ରୀ ୟିଂଗଲକ ଶିନାବତ[୩୦] ଥାଇଲାଣ୍ଡ

ଆଧାର[ସମ୍ପାଦନା]

  1. "Introduction to Constitution of India". Ministry of Law and Justice of India. 29 July 2008. Retrieved 2008-10-14. 
  2. "Indian Independence Act 1947". The National Archives, Her Majesty's Government. Retrieved 17 July 2012. 
  3. Constituent Assembly (DEBATES)- Parliament of India
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ Choosing the Republic Day chief guest: continuing principle, changing preferences Indian Express
  5. http://www.claudearpi.net/maintenance/uploaded_pics/SW29.pdf
  6. Dr. Rajendra Prasad, correspondence and select documents: Volume seventeen ... – Rajendra Prasad. Google Books. Retrieved ୨୫ January ୨୦୧୨. 
  7. Indian information – India. Ministry of Information and Broadcasting – Google Boeken. Google Books. ୧ January ୧୯୫୭. Retrieved ୨୫ January ୨୦୧୨. 
  8. Revolutionary Socialist Party (୧୯୬୮). The Call. S. Bhattacharya. Retrieved ୨୫ January ୨୦୧୨. 
  9. Asian recorder. K. K. Thomas at Recorder Press. ୧୯୬୯. Retrieved ୨୫ January ୨୦୧୨. 
  10. India. Ministry of Information and Broadcasting (୧୯୭୧). India. Publications Division, Ministry of Information and Broadcasting. Retrieved ୨୫ January ୨୦୧୨. 
  11. India. Ministry of External Affairs (୧୯୭୨). Foreign affairs record. Retrieved ୨୫ January ୨୦୧୨. 
  12. The Times of India directory and year book including who's who. The Times of India. ୧୯୭୪. Retrieved ୨୫ January ୨୦୧୨. 
  13. India. Ministry of Information and Broadcasting. Publications Division (୧୯୭୩). Indian and foreign review. Publications Division of the Ministry of Information and Broadcasting, Government of India. Retrieved ୨୫ January ୨୦୧୨. 
  14. India. Parliament. House of the People; India. Parliament. Lok Sabha (୧୯୭୫). Lok Sabha debates. Lok Sabha Secretariat. Retrieved ୨୫ January ୨୦୧୨. 
  15. Eastern economist. ୧୯୭୭. Retrieved ୨୫ January ୨୦୧୨. 
  16. "Patrick J. Hillery". Clarelibrary.ie. Retrieved 25 January 2012. 
  17. "Bilateral Visits". Hcindia-au.org. Retrieved 25 January 2012. 
  18. "Annual REPORT 1980-81". mealib.nic.in. Retrieved 25 January 2012. 
  19. "Annual REPORT 1981-82". mealib.nic.in. Retrieved 25 January 2012. 
  20. "Annual REPORT 1983-84". mealib.nic.in. Retrieved 25 January 2012. 
  21. "Annual REPORT 1984-85". mealib.nic.in. Retrieved 25 January 2012. 
  22. "India-Kiribati Relations" (PDF). mealib.nic.in. Retrieved 25 January 2012. 
  23. [୧][dead link]
  24. "Annual Report". meacommunity.org. Retrieved 25 January 2012. 
  25. "Annual Report". meacommunity.org. Retrieved 25 January 2012. 
  26. http://meacommunity.org/Documents/ANNUAL%20REPORT%201988.doc
  27. ୨୭.୦୦ ୨୭.୦୧ ୨୭.୦୨ ୨୭.୦୩ ୨୭.୦୪ ୨୭.୦୫ ୨୭.୦୬ ୨୭.୦୭ ୨୭.୦୮ ୨୭.୦୯ ୨୭.୧୦ Choosing R-Day chief guest: Behind the warm welcome, a cold strategy Indian Express, 25 Jan 2010
  28. "General South African History timeline" sahistory.org.za Accessed on 13 June 2008.
  29. "Indonesian President next R-Day parade chief guest – Rediff.com India News". Rediff.com. Retrieved 25 January 2012. 
  30. New Delhi, 2 Dec (IANS) (20 January 2012). "Thai PM to be chief guest on India's Republic Day". Deccan Herald. Retrieved 25 January 2012.