ରମାକାନ୍ତ ପଣ୍ଡା

ଉଇକିପିଡ଼ିଆ‌ରୁ
ରମାକାନ୍ତ ପଣ୍ଡା
ଜନ୍ମ
ରମାକାନ୍ତ ପଣ୍ଡା

(1954-04-03) ୩ ଅପ୍ରେଲ ୧୯୫୪ (ବୟସ ୭୦)
ଦାମୋଦରପୁର, ଯାଜପୁର ଜିଲ୍ଲା
ଜାତୀୟତାଭାରତୀୟ
ଶିକ୍ଷାଏମ.ବି.ବି.ଏସ
ଶିକ୍ଷାନୁଷ୍ଠାନବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ,ପ୍ରୀତିପୁର ହାଇସ୍କୁଲ
ବୈବାହିକ-ସାଥୀସଂଘମିତ୍ରା
ସନ୍ତାନଶାଶ୍ୱତ, ସୋନାଲ
ପିତାମାତାଜବକୁସୁମ(ମାତା)
ସମ୍ପର୍କୀୟରାଧାକାନ୍ତ(ଭାଇ)
Medical career
Professionହୃଦରୋଗ ବିଶେଷଜ୍ଞ
Institutionsଏସିଆନ୍ ହାର୍ଟ ଇନଷ୍ଟିଚୁଟ
Specialismହୃଦ ସର୍ଜନ
ରିଡୁ ବାଇପାସ ସର୍ଜନ

ରମାକାନ୍ତ ପଣ୍ଡା (ଜନ୍ମ ୩ ଅପ୍ରେଲ ୧୯୫୪) ଜଣେ ହୃଦରୋଗ ବିଶେଷଜ୍ଞ ଓ ମୂମ୍ବାଇରେ ଅବସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚୁଟର ପ୍ରବନ୍ଧ ନିର୍ଦ୍ଦେଶକ । ସେ ୨୦୦୨ ମସିହାରେ ଏସିଆନ୍ ହାର୍ଟ ଇନଷ୍ଟିଚୁଟ ପ୍ରତିଷ୍ଠା କରିଥିଲେ । ୨୦୧୪ ମସିହା ସୁଦ୍ଧା ସେ ୨୦,୦୦୦ ହୃଦୟ ଅସ୍ତ୍ରୋପଚାର କରିସାରିଛନ୍ତି ।[୧] ରମାକାନ୍ତଙ୍କର ଅସ୍ତ୍ରୋପଚାରର ସଫଳତାର ହାର ୯୯.୬% ।[୨] ଡ଼. ପଣ୍ଡାଙ୍କୁ 'ବିଶ୍ୱର ଅନ୍ୟତମ ସୁରକ୍ଷିତ ହାର୍ଟ ସର୍ଜନ'[୩] କୁହାଯାଏ । ମେଡଗେଟ ଟୁଡେ ଡାକ୍ତର ପଣ୍ଡାଙ୍କୁ ନମ୍ବର ୧ ହୃଦୟ ଅସ୍ତ୍ରୋପଚାରକ କହିବା ସହିତ, ଭାରତର ସ୍ୱାସ୍ଥ୍ୟ ବିଭାଗରେ ବଞ୍ଚିରହିଥିବା ଶ୍ରେଷ୍ଠ ୨୫ ଜଣ କିମ୍ବଦନ୍ତୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୋଲି ସମ୍ମାନିତ କରିଥିଲେ ।[୪]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ରମାକାନ୍ତ ପଣ୍ଡା, ଯାଜପୁର ଜିଲ୍ଲାର ଦାମୋଦରପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ମାତାଙ୍କ ନାମ ଜବକୁସୁମ । ରାଧାକାନ୍ତ ତାଙ୍କର ସାନ ଭାଇ । ସେ ଯାଜପୁରର ପ୍ରୀତିପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଲାଭ କରିଥିଲେ । ପ୍ରୀତିପୁର ହାଇସ୍କୁଲର ଶିକ୍ଷକ ସତୀଶ ଚନ୍ଦ୍ର ଦାସ ରମାକାନ୍ତଙ୍କୁ ସ୍ୱପ୍ନ ଦେଖିବାକୁ ଓ ସେଥିପ୍ରତି ସାଧନା କରିବାକୁ ଉତ୍ସାହ କରିଥିଲେ ।[୬] ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ କଲେଜ ଶିକ୍ଷା ଓ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, କଟକ ଏମ.ବି.ବି.ଏସ. ଶିକ୍ଷାଗ୍ରହଣ କରିଥିଲେ । [୭] ଉଭୟ ସ୍ଥାନରେ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ । ୧୯୮୦ରୁ ୧୯୮୫ ମଧ୍ୟରେ, ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଦିଲ୍ଲୀରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ସେଠାରେ ମଧ୍ୟ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ।[୮]

ରମାକାନ୍ତ, ଆମେରିକର କ୍ଲିଭଲ୍ୟାଣ୍ଡ କ୍ଲିନିକରୁ ଫେଲୋସିପ କରିଛନ୍ତି । ଯୁକ୍ତରାଜ୍ୟର ହେୟାରଫିଲ୍ଡ ହାସପତାଲରେ ସେ ଏକ ବର୍ଷ ସିନିୟର ରେଜିଷ୍ଟାର ଭାବରେ ମଧ୍ୟ କାମ କରିଛନ୍ତି । [୯] ସେଠାରେ, ସେ ବିଶିଷ୍ଟ ହୃଦ ସର୍ଜନ ଓ ପ୍ରତ୍ୟାରୋପକ ପ୍ରଫେସର "ମାଗଦି ୟାକୁବ"ଙ୍କ ସହ କାମ କରିବାର ସୁଯୋଗ ଲାଭ କରିଥିଲେ ।[୧୦]

ପରିବାର[ସମ୍ପାଦନା]

ରମାକାନ୍ତ, ସଂଘମିତ୍ରାଙ୍କୁ ବିବାହ କରିଛନ୍ତି ଏବଂ ଶାଶ୍ୱତ ଓ ସୋନାଲ ନାମରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ବୃତ୍ତିଗତ ସଫଳତା[ସମ୍ପାଦନା]

ରମାକାନ୍ତ, ୨୦୦୯ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ[୧୧] ହୃଦୟରେ ରିଡୁ-ବାଇପାସ ଅସ୍ତ୍ରୋପ୍ରଚାର କରିଥିଲେ । ଏହା ଡ. ପଣ୍ଡାଙ୍କୁ ଖୁବ ପରିଚିତି ଆଣିଦେଇଥିଲା । [୧୨] ୨୦୧୦ ମସିହାରେ ସେ ଆସାମର ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଅସ୍ତ୍ରୋପ୍ରଚାର କରିଥିଲେ ।[୧୩] ୨୦୧୪ରେ ଡି. ରାଜା,[୧୪] ନରସିଂହ ମିଶ୍ର[୧୫]ଲାଲୁ ପ୍ରସାଦ ଯାଦବଙ୍କର ଅସ୍ତ୍ରୋପ୍ରଚାର କରିଥିଲେ ।[୧୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଉତ୍କଳ ରତ୍ନ ସମ୍ମାନ, ୨୦୧୫
  • ପଦ୍ମ ଭୂଷଣ - ୨୦୧୦
  • ସମ୍ମାନଜନକ ଡକ୍ଟରେଟ (ଉତ୍କଳ ବିଶ୍ୱବିଦ୍ୟାଳୟ)[୧୭][୧୮]
  • ରାଷ୍ଟ୍ରୀୟ ସମ୍ମାନ ପତ୍ର (ଆୟକର ବିଭାଗ, ଭାରତ ସରକାର)[୯][୧୯]
  • ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ପରିଚାଳନା ପରିଷଦକୁ ମନୋନୀତ [୨୦]

ଆଧାର[ସମ୍ପାଦନା]

  1. http://issuu.com/indianexpressgroup/docs/ehm-201409pages_new
  2. http://www.surgeryplanet.com/
  3. "ଆର୍କାଇଭ୍ କପି". Archived from the original on 2015-10-04. Retrieved 2015-06-24. {{cite web}}: Cite has empty unknown parameter: |1= (help)
  4. "Medgate today Magazine, Bi-Monthly Magazine". web.archive.org. 2016-05-29. Archived from the original on 2016-05-29. Retrieved 2019-04-01.
  5. Mohanty, Debabrata. "The boy who trekked 16 km to school grew up to be the PM's surgeon". Indian Express. Retrieved 12 January 2015. {{cite news}}: Cite has empty unknown parameter: |1= (help)
  6. https://www.telegraphindia.com/1090125/jsp/nation/story_10438764.jsp
  7. Dalal, Sucheta; Basu, Debashis. "The future of healthcare is not in nice interiors but in higher standards of patient care". MoneyLife. Archived from the original on 9 July 2014. Retrieved 12 January 2015.
  8. Swarup, Harihar. "Surgeon with 'safest hands'". Tribune. Retrieved 12 January 2015.
  9. ୯.୦ ୯.୧ "ଆର୍କାଇଭ୍ କପି". Archived from the original on 2014-07-09. Retrieved 2015-06-24. {{cite web}}: Cite has empty unknown parameter: |1= (help)
  10. http://www.ctsnet.org/sections/videosection/giants/2011giant_yacoubM
  11. "One graft successfully performed on Manmohan Singh". The Hindu. Chennai, India. January 24, 2009.
  12. http://www.medindia.net/news/indiaspecial/singh-is-king-redo-heart-bypass-surgery-on-manmohan-a-success-46711-1.htm
  13. http://timesofindia.indiatimes.com/india/Top-docs-wrestled-over-Assam-CMs-surgery/articleshow/6279475.cms
  14. http://www.dnaindia.com/india/report-cpi-leader-d-raja-discharged-after-bypass-surgery-1946721
  15. http://timesofindia.indiatimes.com/City/Bhubaneswar/Odisha-Congress-leader-undergoes-bypass-surgery/articleshow/35881294.cms
  16. http://www.dnaindia.com/india/report-rjd-chief-lalu-prasad-yadav-undergoes-successful-cardiac-surgery-condition-stable-2014233
  17. http://timesofindia.indiatimes.com/city/bhubaneswar/Ravenshaw-revokes-decision-to-confer-honoris-causa-on-business-honcho/articleshow/15472253.cms
  18. "ଆର୍କାଇଭ୍ କପି". Archived from the original on 2014-11-07. Retrieved 2015-06-24. {{cite web}}: Cite has empty unknown parameter: |1= (help)
  19. http://www.tribuneindia.com/2010/20100411/edit.htm
  20. "LEAD A FULFILLING LIFE POST CARDIAC SURGERY". IndiaPRwire. Retrieved 12 January 2015.