ମନମୋହନ ସିଂହ

ଉଇକିପିଡ଼ିଆ‌ରୁ
ମନମୋହନ ସିଂହ
The Right Honourable Dr. Manmohan Singh
ଭାରତର ପ୍ରଧାନମନ୍ତ୍ରୀ
Assumed office
୨୨ ମଇ ୨୦୦୪ - ୨୦୧୪
ରାଷ୍ଟ୍ରପତିଅବଦୁଲ କଲାମ
ପ୍ରତିଭା ପାଟିଲ
ପୂର୍ବ ଅଧିକାରୀଅଟଳ ବିହାରୀ ବାଜପେୟୀ
Minister of External Affairs
କାର୍ଯ୍ୟକାଳ
୬ ନଭେମ୍ବର ୨୦୦୫ – ୨୪ ଅକ୍ଟୋବର ୨୦୦୬
ପୂର୍ବ ଅଧିକାରୀନଟବର ସିଂହ
ପର ଅଧିକାରୀପ୍ରଣବ ମୁଖାର୍ଜୀ
Minister of Finance
କାର୍ଯ୍ୟକାଳ
୩୦ ନଭେମ୍ବର ୨୦୦୮ – ୨୪ ଜାନୁଆରୀ ୨୦୦୯
ପୂର୍ବ ଅଧିକାରୀପି ଚିଦାମ୍ବରମ
ପର ଅଧିକାରୀପ୍ରଣବ ମୁଖାର୍ଜୀ
କାର୍ଯ୍ୟକାଳ
୨୧ ଜୁନ ୧୯୯୧ – ୧୬ ମଇ ୧୯୯୬
ପ୍ରଧାନ ମନ୍ତ୍ରୀପି.ଭି. ନରସିଂହ ରାଓ
ପୂର୍ବ ଅଧିକାରୀମଧୁ ଦଣ୍ଡକଟେ
ପର ଅଧିକାରୀଜସ୍ୱନ୍ତ ସିଂହ
Deputy Chairperson of the Planning Commission
କାର୍ଯ୍ୟକାଳ
୧୫ ଜାନୁଆରୀ ୧୦୮୫ – ୩୧ ଅଗଷ୍ଟ ୧୯୮୭
ପ୍ରଧାନ ମନ୍ତ୍ରୀରାଜୀବ ଗାନ୍ଧୀ
ପୂର୍ବ ଅଧିକାରୀପି.ଭି. ନରସିଂହ ରାଓ
ପର ଅଧିକାରୀପି ଶିବ ଶଙ୍କର
Governor of the Reserve Bank
କାର୍ଯ୍ୟକାଳ
୧୫ ସେପ୍ଟେମ୍ବର ୧୯୮୨ – ୧୫ ଜାନୁୟାରୀ ୧୯୮୫
ପୂର୍ବ ଅଧିକାରୀIndraprasad Gordhanbhai Patel
ପର ଅଧିକାରୀଅମିତାଭ ଘୋଷ
ରାଜ୍ୟ ସଭାର ସଦସ୍ୟ
for ଆସାମ
Assumed office
୧୯୯୧
ବ୍ୟକ୍ତିଗତ ସବିଶେଷ
ଜନ୍ମଗହ (ଗା), ବ୍ରିଟିଶ ରାଜ (now Pakistan)[୧]
ରାଜନୀତିକ ଦଳIndian National Congress
United Progressive Alliance
ଜୀବନ ସାଥୀଗୁରଶରଣ କଉର (1958–present)
ସନ୍ତାନUpinder Singh
Daman Singh
Amrit Singh
ଘରPanchavati (Official)
Guwahati(Private)
ଶିକ୍ଷାନୁଷ୍ଠାନPanjab University, Chandigarh
St John's College, Cambridge
Nuffield College, Oxford
ପେଷାEconomist
Civil servant
Social worker
Professor
ୱେବସାଇଟOfficial website

ମନମୋହନ ସିଂହ (ପଞ୍ଜାବୀ: ਮਨਮੋਹਨ ਸਿੰਘ; ଜନ୍ମ : ୨୩ ସେପ୍ଟେମ୍ବର ୧୯୩୨), ଜଣେ ଭାରତୀୟ ଅର୍ଥଶାସ୍ତ୍ରୀ ଓ ୨୦୦୪-୨୦୧୪ ଯାଏଁ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। ସିଂହ ଭାରତରର ପ୍ରଥମ ସିଖ ପ୍ରଧାନମନ୍ତ୍ରୀ ଏବଂ ନେହେରୁଙ୍କ ପରେ ନିଜର ୫ବର୍ଷ କାର୍ଯକାଳ ଶେଷ କରି ପୁନରବାର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଗାହ (ବର୍ତ୍ତମାନର ପାକିସ୍ତାନ ରେ)ରେ ଜନ୍ମିତ ସିଂହ ଓ ତାଙ୍କ ପରିବାର ୧୯୪୭ ମସିହାରେ ଦେଶ ବିଭାଜନ ସମୟରେ ଭାରତ ଆସିଥିଲେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟ (PhD) ପ୍ରାପ୍ତ କରି , ୧୯୬୬-୬୯ ଯାଏଁ ଜାତିସଂଘରେ ଯୋଗ ଦେଇଥିଲେ। ଲଲିତ ନାରାୟଣ ମିଶ୍ରଙ୍କ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ମୁଖ୍ୟ ପରାମର୍ଶଦାତା ହୋଇ ସେ ନିଜର ବ୍ୟୁରୋକ୍ରାଟିକ କ୍ୟାରିୟର ଆରମ୍ଭ କରିଥିଲେ। ୨୯୭୦ ଓ ୮୦ ଦଶକରେ ସିଂହ ଭାରତ ସରକାରଙ୍କ ବହୁତ ମୁଖ୍ୟ ପଦରେ ଥିଲେ, ଯେମିତି ମୁଖ୍ୟ ଅର୍ଥ ପରାମର୍ଶଦାତା (୧୯୭୨-୭୬) , ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର (୧୯୮୨-୮୫) ଓ ଯୋଜନା ଆୟୋଗ ମୁଖ୍ୟ (୧୯୮୫-୮୭)।

୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟରେ ଥିବା ସମୟରେ ଦେଶ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶ୍ରୀ ନରସିଂହ ରାଓ ଆଶ୍ଚର୍ଯରୁପେ ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କିଛି ବର୍ଷ ଯାଏ , ଏକ କଡା ବିରୋଧ କ୍ରମେ ସେ ଅର୍ଥ ମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଛାଗତ ସୁଧାର ପାଇଁ କଡା ବ୍ୟବସ୍ଥା କରିଥିଲେ। ଏହି ଉପାୟ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଥିବା ସଂକଟକୁ ଟାଳିବାରେ ସେ ସଫଳ ହୋଇଥିଲେ, ଏବଂ ନିଜକୁ ବିଶ୍ୱ ଦରବାରରେ ଏକ ମହାନ ଅର୍ଥଶାସ୍ତ୍ରୀ ଭାବେ ପ୍ରୟୋଜିତ କରିଥିଲେ। ଅବିଲଂବି କଂଗ୍ରେସ ପାର୍ଟି ୧୯୯୬ ମସିହା ନିର୍ବାଚନ ଖରାବ ପ୍ରଦର୍ଶନ ଦେଖାଇଥିଲା , ଏହା ପରେ ସିଂହକୁ ୧୯୯୮-୨୦୦୪ ଯାଏଁ କଂଗ୍ରେସ ପାର୍ଟିରୁ ରାଜ୍ୟ ସଭାରେ ବିପକ୍ଷ ଦଳର ମୁଖ୍ୟ ହିସାବରେ ଦାୟିତ୍ୟ ପାଳନ କରିଥିଲେ। ୨୦୦୦୪ ମସିହାରେ କଂଗ୍ରେସ ଅଧିନତ୍ୱ ଉପା ସରକାରରେ ସୋନିଆ ଗାନ୍ଧୀଙ୍କ ଅନୈଚ୍ଛୁକ ହେବା ହେତୁ , ସିଂହଙ୍କୁ ଭାରତର ତ୍ରୟୋଦଶ ପ୍ରଧାନମନ୍ତ୍ରୀ ହୋଇଥିଲେ। ସତ୍ତାରେ ଆସିଲା ପରେ, ସିଂହ ନେତୃତ୍ୟ ଉପା ୧ ଗ୍ରାମିଣ ସ୍ୱାସ୍ଥ ମିଶନ, ସୂଚନା ଅଧିକାର ଆଇନ, ବିଶିଷ୍ଟ ପରିଚୟ ପତ୍ର (ଆଧାର କାର୍ଡ), ରୋଜଗାର ଗ୍ୟାରେଣ୍ଟି ଆକ୍ଟ ସହ ବହୁତ ଉନ୍ନତି ମୁଳକ ପରିଯୋଜନା ଆରମ୍ଭ କରିଥିଲେ। ଭାରତର ଅର୍ଥବ୍ୟବସ୍ଥା ଉପା ୧ ସମୟରେ ବହୁତ ଅଗ୍ରଗତି କରିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ଏକ ବିଶାଳ ଜନାଦେଶ ସହିତ ଉପା ୨ ସରକାର ଗଠନ ହେଇଥିଲା, ଏବଂ ସିଂହ ପୁନର୍ବାର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସିଂହ ୨୦୧୪ର ନିର୍ବାଚନ ଲଢିନଥିଲେ। ଅତି ଛୋଟ ବୟସରେ ସିଂହ ନିଜ ମାଙ୍କୁ ହରାଇଥିଲେ ଏବଂ ନିଜ ଜେଜେମାଦ୍ୱାରା ପ୍ରତିପାଳିତ ହୋଇଥିଲେ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପିତା ଗୁରମୁଖ ସିଂହ ଓ ମାତା ଅମ୍ରିତ କୋରଙ୍କଠାରୁ ଗାହ, ପଞ୍ଜାବରେ ଏକ ସିଖ ପରିବାରରେ ଜନ୍ମ ହୋଇଥିଲେ।

ଭାରତର ବିଭାଜନ ପରେ ସିଂହ ତାଙ୍କ ପରିବାର ସହ ଅମ୍ରିତସର ପଳାଇଯାଇଥିଲେ । ସେଠାରେ ସେ ହିନ୍ଦୁ କଲେଜରେ ନିଜର ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଯୋଗଦେଇ ଅର୍ଥଶାସ୍ତ୍ରରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ୧୯୫୨ ଓ ୧୯୫୪ରେ ପାଇଥିଲେ । ସେ ଅର୍ଥଶାସ୍ତ୍ରରେ ଟ୍ରିପୋସ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରାପ୍ତ କରିଥିଲେ ସେହି ସମରେ ସିଂହ ସେଣ୍ଟ ଜର୍ଜ କଲେଜର ସଦସ୍ୟ ଥିଲେ ।

କେମ୍ବ୍ରିଜରେ କାର୍ୟକାଳ ଶେଷ କରି ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଲେ ।

୧୯୬୦ ମସିହାରେ ସିଂହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ D.Phil କରିବାକୁ ଯାଇଥିଲେ ଏବଂ ନୁଫିଲ୍ଡ କଲେଜର ସଦସ୍ୟ ଥିଲେ ।

ରାଜନୀତିକ ଜୀବନୀ[ସମ୍ପାଦନା]

୧୯୯୧ ମସିହାରେ ସେତେବେଳର ପ୍ରଧାନମନ୍ତ୍ରୀ ନରସିଂହ ରାଓ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ କରିଥିଲେ ।

ବ୍ରିଟିଶ ସାମ୍ବାଦିକ ମାର୍କ ଟୁଲିଙ୍କ ସହିତ ୨୦୦୫ର ଏକ ସାକ୍ଷାତକାରରେ ସିଂହ ତାଙ୍କ ରାଜନୀତି ଜୀବନୀ ବିଷୟରେ କହିଥିଲେ:

"ଯେଉଁ ଦିନ ରାଓ ନିଜ କ୍ୟାବିନେଟ ଗଠନ କରୁଥିଲେ, ସେ ନିଜ ପ୍ରମୁଖ ସଚିବଙ୍କୁ ମୋ ନିକଟକୁ ପଠାଇଥିଲେ କହିବା ପାଇଁ କି , 'ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ତୁମକୁ ନିଜର କ୍ୟାବିନେଟରେ ଅର୍ଥମନ୍ତ୍ରୀ କରିବା ପାଇଁ'.ମୁଁ ଏହାକୁ ଗମ୍ଭିର ରୂପେ ନେଇନଥିଲି। ପରଦିନ ସକାଲେ ପ୍ରଧାନମନ୍ତ୍ରୀ ରାଗିକି ମତେ ଖୋଜିଲେ ,ମୁଁ ସଜ ହୋଇ ସପଥ ନେବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଛି ଗଲି। ଏଠୁ ମୋର ରାଜନୀତି ଜୀବନ ଆରମ୍ଭ ହୋଇଥିଲା ।"

ଭାରତର ପ୍ରଧାନମନ୍ତ୍ରୀ[ସମ୍ପାଦନା]

A renowned economist,[୨] Singh is shown here with Indian delegation at the 33rd G8 summit in Heiligendamm.

୨୦୦୪ ସାଧାରଣ ନିର୍ବାଚନ ପରେ ବିଜେପି ନେତୃତ୍ୱ ଏନ.ଡି.ଏ ସରକାର ଭଙ୍ଗ ହୋଇଥିଲା ଏବଂ କଂଗ୍ରେସ ନେତୃତ୍ୱ ଉପା ସରକାର ଗଠନ କରିଥିଲା ।

ଡିଗ୍ରୀ ଓ ପଦବୀ[ସମ୍ପାଦନା]

ପୁରସ୍କାର, ସମ୍ମାନ ଓ ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି[ସମ୍ପାଦନା]

ବର୍ଷ ପୁରସ୍କାର ନାମ ଓ ସମ୍ମାନ ସଂଗଠନ
୨୦୧୪ Grand Cordon of the Order of the Paulownia Flowers[୪] Government of Japan
2010 World Statesman Award[୫] Appeal of Conscience Foundation
2005 Top 100 Influential People in the World[୬] Time
2002 Outstanding Parliamentarian Award[୭] Indian Parliamentary Group
2000 Annasaheb Chirmule Award[୮] Annasaheb Chirmule Trust
1999 H.H. Kanchi Sri Paramacharya Award for Excellence[୮] Shri R. Venkataraman, The Centenarian Trust
1999 Fellow of the National Academy of Agricultural Sciences, New Delhi[୮] National Academy of Agricultural Sciences
1997 Lokmanya Tilak Award[୮] Tilak Smarak Trust, Pune
1997 Justice K.S. Hegde Foundation Award[୮] Justice K.S. Hegde Foundation
1997 Nikkei Asia prize for Regional Growth[୮] Nihon Keizai Shimbun Inc.
1996 Honorary Professorship[୮] Delhi School of Economics, University of Delhi, Delhi
1995 Jawaharlal Nehru Birth Centenary Award (1994–95)[୮] Indian Science Congress Association
1994 Finance Minister of the Year[୮] Asiamoney
1994 Jawaharlal Nehru Birth Centenary Award (1994–95)[୮] Indian Science Congress Association.
1994 Elected Distinguished Fellow of the London School of Economics[୮] London School of Economics, Centre for Asia Economy, Politics and Society
1994 Elected Honorary Fellow, Nuffield College[୮] Nuffield College, University of Oxford, Oxford, UK
1994 Elected Distinguished Fellow of the London School of Economics[୮] London School of Economics, Centre for Asia Economy, Politics and Society
1994 Elected Honorary Fellow of the All India Management Association[୮] All India Management Association
1993 Finance Minister of the Year[୮] Euromoney
1993 Finance Minister of the Year[୮] Asiamoney
1987 Padma Vibhushan[୮] President of India
1986 Elected National Fellow, National Institute of Education[୮] National Institute of Education
1985 Elected President of the Indian Economic Association[୮] Indian Economic Association
1982 Elected Honorary Fellow, St. John's College[୮] St John's College, Cambridge
1982 Elected Honorary Fellow, Indian Institute of Bankers[୮] Indian Institute of Bankers
1976 Honorary Professorship[୮] Jawaharlal Nehru University, New Delhi
1957 Elected Wrenbury Scholar[୮] University of Cambridge, UK
1956 Adam Smith Prize[୮] University of Cambridge, UK
1955 Wright Prize for Distinguished Performance[୮] St. John's College, Cambridge, UK
1954 Uttar Chand Kapur Medal, for standing first in M.A. (Economics)[୮] Panjab University, Chandigarh{Was then in Hoshiarpur,Punjab}
1952 University Medal for standing first in B.A. (Honors Economics)[୮] Panjab University, Chandigarh

ଆଧାର[ସମ୍ପାଦନା]

  1. Hindus Contribution Towards Making Of Pakistan 22 May 2010 Retrieved 28 January 2011
  2. Watson, Paul (24 May 2004). "Economist chosen to become next prime minister of India". The Seattle Times. Retrieved 11 December 2008.
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; dr mms ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. PTI (3 November 2014). "Manmohan Singh chosen for Japan national award". The Hindu. Retrieved 3 November 2014.
  5. PTI (23 September 2010). "Manmohan Singh honoured with 2010 World Statesman Award". Hindustan Times. Archived from the original on 9 May 2013. Retrieved 27 March 2012.
  6. Sen, Amartya (18 April 2005). "Manmohan Singh: The 2005 TIME 100". Time. Archived from the original on 7 March 2012. Retrieved 27 March 2012.
  7. "Indian Parliamentary Group". p. 1. Retrieved 13 June 2013.
  8. ୮.୦୦ ୮.୦୧ ୮.୦୨ ୮.୦୩ ୮.୦୪ ୮.୦୫ ୮.୦୬ ୮.୦୭ ୮.୦୮ ୮.୦୯ ୮.୧୦ ୮.୧୧ ୮.୧୨ ୮.୧୩ ୮.୧୪ ୮.୧୫ ୮.୧୬ ୮.୧୭ ୮.୧୮ ୮.୧୯ ୮.୨୦ ୮.୨୧ ୮.୨୨ ୮.୨୩ ୮.୨୪ ୮.୨୫ ୮.୨୬ "Curriculum Vitae of Prime Minister of India". CSIR. Retrieved 13 June 2013.