ନରସିଂହ ମିଶ୍ର

ଉଇକିପିଡ଼ିଆ‌ରୁ
ନରସିଂହ ମିଶ୍ର‌‌‌‌‌‌‌
ବିଧାୟକ: ୧୫ଶ ବିଧାନ ସଭା
Assumed office
୨୦୧୪
ପୂର୍ବ ଅଧିକାରୀଅନଙ୍ଗ ଉଦୟ ସିଂହ ଦେଓ
ନିର୍ବାଚନ ମଣ୍ଡଳୀବଲାଙ୍ଗୀର
ବିଧାୟକ: ୧୩ଶ ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀବାଳଗୋପାଳ ମିଶ୍ର
ପର ଅଧିକାରୀରମାକାନ୍ତ ସେଠ
ନିର୍ବାଚନ ମଣ୍ଡଳୀଲୋଇସିଂହା
ବିଧାୟକ: ୧୦ମ ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀବାଳଗୋପାଳ ମିଶ୍ର
ପର ଅଧିକାରୀବାଳଗୋପାଳ ମିଶ୍ର
ନିର୍ବାଚନ ମଣ୍ଡଳୀଲୋଇସିଂହା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-12-23) ୨୩ ଡିସେମ୍ବର ୧୯୪୦ (ବୟସ ୮୩)
ବଲାଙ୍ଗୀର, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୁସୁମ ମିଶ୍ର
ସନ୍ତାନ୪ଟି ପୁଅ
ପେଷାଓକିଲ, ରାଜନୈତିକ

ନରସିଂହ ମିଶ୍ର (ଜନ୍ମ: ୨୩ ଡିସେମ୍ବର ୧୯୪୦) ଓଡ଼ିଶାର ଜଣେ ରାଜନେତା । ସେ ଓଡ଼ିଶା ବିଧାନ ସଭାର ବିରୋଧି ଦଳ ନେତା ଥିଲେ । ସେ ୨୦୦୪-୨୦୦୯ ଯାଏଁ କଂଗ୍ରେସ ଦଳର ଉପସଭାପତି ରହିଥିଲେ । ୧୯୯୦ ମସିହାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଓଡ଼ିଶାର ଆଇନ ମନ୍ତ୍ରୀ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାର ଛତାମଖନା ଗ୍ରାମରେ ଜନ୍ମ ହୋଇଥିଲେ । ବାପା ଯୁଧିଷ୍ଠିର ମିଶ୍ର ପେଶାରେ ଓକିଲ ଥିଲେ ଏବଂ ଭାରତୀୟ ସମ୍ବିଧାନ ସଭାର ସଭ୍ୟ ଭାବରେ ମନୋନିତ ହୋଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ମାତ୍ର ୧୮ ବର୍ଷରୁ ନରସିଂହ ରାଜନୀତିରେ ସକ୍ରିୟ ହୋଇଥିଲେ । ମନ୍ତ୍ରୀ ପଦରେ ଥାଇ ମଧ୍ୟ ସେ ଓକିଲାତି ବୃତ୍ତି ଚାଲୁ ରଖିଥିଲେ । ଉଚ୍ଚ ନ୍ୟାୟାଳୟରେ ଓକିଲାତି କରି ଚାଷୀଙ୍କୁ ମାଗଣା ଧାନ ଯୋଗାଇ ଦେବାରେ ସଫଳ ହୋଇଥିଲେ ।

୨୪ ଜାନୁଆରୀ ୨୦୧୭ରେ ନରସିଂହ ମିଶ୍ର ବିଧାନ ସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ଥଫା ଦେଇଥିଲେ ।[୧]

ପଦ ପଦବୀ[ସମ୍ପାଦନା]

  • ଓଡ଼ିଶା ରାଜ୍ୟ ବାର ପରିଷଦର ସଦସ୍ୟ
  • ଭାରତ ସରକାରଙ୍କଦ୍ୱାରା ୧୯ଶତମ ବିଧି ଆୟୋଗର ସଦସ୍ୟ
  • ଇଣ୍ଡୋ-ସୋଭିଏତ ସାଂସ୍କୃତିକ ସମାଜର ଉପ-ସଭାପତି
  • ଅନ୍ତରାଷ୍ଟ୍ରୀୟ ଶାନ୍ତି ପରିଷଦର ରାଜ୍ୟ ଶାଖାର ଉପ-ସଭାପତି
  • ଓଡ଼ିଶା ବିଧାନ ସଭାଦ୍ୱାରା ଗଠିତ ବିଶେଷ ସମିତିର ଅଧ୍ୟକ୍ଷ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Narasingha Mishra-ସମ୍ପର୍କିତ ମିଡ଼ିଆ