ଭାନୁଜୀ ରାଓ
ଭାନୁଜୀ ରାଓ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କାଳିଗଳି, କଟକ ଓଡ଼ିଶା | ୩ ନଭେମ୍ବର ୧୯୨୬
ମୃତ୍ୟୁ | ୧୫ ନଭେମ୍ବର ୨୦୦୧ | (ବୟସ ୭୫)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସମୟ | ଉତ୍ତର ଆଧୁନିକ କବିତା |
ଶୈଳୀ | କବି |
ସମ୍ପର୍କୀୟ | ମଧୁସୂଦନ ରାଓ (ଜେଜେ) |
ଭାନୁଜୀ ରାଓ (୦୩ ନଭେମ୍ବର ୧୯୨୬ - ୧୫ ନଭେମ୍ବର ୨୦୦୧)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ ।[୨] ସେ ଭକ୍ତକବି ମଧୁସୂଦନ ରାଓଙ୍କର ନାତି ଥିଲେ ।
ଜୀବନୀ
[ସମ୍ପାଦନା]ଭାନୁଜୀ ରାଓ, ୧୯୨୬ ମସିହା ନଭେମ୍ବର ୩ ତାରିଖରେ କଟକର କାଳି ଗଳିରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତ ଥିଲେ । ଶିକ୍ଷକତା ଓ ସାମ୍ବାଦିକତାକୁ ସେ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୫୮-୬୦ ଯାଏଁ, ସେ ମାତୃଭୂମି ଓ ୧୯୬୦-୬୯ ଯାଏଁ କଳିଙ୍ଗରେ ସାମ୍ବାଦିକତା କରିଥିଲେ । ମସୂରୀସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ବିଦ୍ୟାଳୟରେ ସେ ସତର ବର୍ଷ ଧରି, ଭାଷା ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।
ସାହିତ୍ୟ ସାଧନା
[ସମ୍ପାଦନା]ଭାନୁଜୀଙ୍କ ଓଡ଼ିଆ କବିତାକୁ ୧୯୫୫ ମସିହା ବେଳେକୁ ଆଗମନ ହୁଏ । ତାଙ୍କ ଲେଖା ଗୁଡିକରେ ସଙ୍ଗୀତ ଓ ପ୍ରକୃତିର ଭାଷା ଦେଖିବାକୁ ମିଳେ । ମଧୁସୂଦନ ରାଓଙ୍କ ଭଳି, ଭାନୁଜୀଙ୍କର କବିତାରେ ଶାଣିତ, ଶୃଙ୍ଗଳିତ ଓ ସୁନ୍ଦର ଭାବ ଦେଖିବାକୁ ମିଳେ । ସେ ଆଧୁନିକ ଜୀବନଚର୍ଯ୍ୟାର ଜଟିଳ ରୂପକୁ କବିତାରେ ଦର୍ଶାଇଛନ୍ତି । ଚିତ୍ରକଳ୍ପ ଓ ଭାଷା ପ୍ରୟୋଗରେ ତାଙ୍କର ସ୍ୱତନ୍ତ୍ରତା ରହିଥିଲା । ତାଙ୍କର ପ୍ରଥମ କବିତାଟି ଗୁରୁପ୍ରସାଦ ମହାନ୍ତିଙ୍କ "ନୂତନ କବିତା" (୧୯୫୫) ସଂକଳନରେ ସ୍ଥାନିତ ହୋଇଥିଲା ।[୩]
ରଚନାବଳୀ
[ସମ୍ପାଦନା]- ନଇ ଆରପାରି
- ବିସାଦ ଏକ ଋତୁ[୪]
- ଚନ୍ଦନ ବନରେ ଏକା
- ରକ୍ତ ମାଂସର କବିତା
- ଶବ୍ଦ ସଙ୍ଗେ ଶୃଙ୍ଗାର
- ଏକା ଏବଂ ଏକା ଏକା
- ହଳଦୀ ପତ୍ରର ବାସ୍ନା
- ଜହ୍ନର ରକ୍ତ ଧଳା
- 'ନୂତନ କବିତା'(୧୯୫୫)ରେ ଭାନୁଜୀଙ୍କର 'କାଠଯୋଡି' କବିତା ସ୍ଥାନ ପାଇଥିଲା ।[୫]
'କାଠଯୋଡି' କବିତାରୁ କିୟଦଂଶ ଏଠାରେ ଉଦ୍ଧାର କରାଗଲା-
- "କାଠଯୋଡି ସ୍ୱପ୍ନ ଦେଖେ,
- କାଶଫୁଲ ଧୋବଲା ବାଲିରେ-ଅଗଣିତ ନକ୍ଷତ୍ରର ଛାଇ,
- ବସନ୍ତରେ ସବୁଜ ଚଡେଇ,
- ସନ୍ଧ୍ୟା ଆସେ-କାଠଯୋଡି କଥା କହେ,
- ବାଲି ଆଉ ନକ୍ଷତ୍ରର କଥା ।
- ଛାୟାଚ୍ଛନ୍ନ ପୃଥିବୀର ବ୍ୟସ୍ତ ଆଉ ବିବଣ୍ଣ`ଉଦରୁ,
- ରେଲପୋଲ ପାରି ହୋଇ ଜହ୍ନ ଉଠେ କମଳା ରଙ୍ଗର ।":[୬]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯ (ନଇ ଆରପାରି ପାଇଁ)[୭]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ (ଚନ୍ଦନ ବନରେ ଏକା କବିତା ପାଇଁ) ।[୮]
ଆଧାର
[ସମ୍ପାଦନା]- ↑ "ଆଜି ଜନ୍ମଦିନ". No. ସମ୍ବାଦ ୦୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୨. Archived from the original on 3 November 2020. Retrieved 3 November 2020.
- ↑ Prachi: A Literary Digest of East Indian Languages. Sahitya Akademi. 1990.
- ↑ History of Oriya Literature, Jatindra Mohan Mohanty, Bhubaneswar, 2006, pp. 510, & 518-521.
- ↑ K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 315–. ISBN 978-81-7201-324-0.
- ↑ "କବି ଭାନୁଜୀ ରାଓ". ସମ୍ବାଦ ୦୩/୧୧/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 3 November 2015.[permanent dead link]
- ↑ ଓଡ଼ିଆ ସାହିତ୍ୟର ଇତିହାସ, (୧୯୮୯ ଓ ନୂତନ ସସ୍କରଣ ୨୦୧୦,) ବାଉରୀବନ୍ଧୁ କର, (୧୯୮୯ ଓ ନୂତନ ସସ୍କରଣ ୨୦୧୦), କଟକ ।
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021.
{{cite web}}
: Check date values in:|accessdate=
(help) - ↑ ଓଡ଼ିଶା ସାହିତ୍ୟ ଏକାଡେମୀ ଆୱାର୍ଡ