ମାୟାଧର ରାଉତ

ଉଇକିପିଡ଼ିଆ‌ରୁ
(Mayadhar Rautରୁ ଲେଉଟି ଆସିଛି)
ମାୟାଧର ରାଉତ
ଗୁରୁ ମାୟାଧର ରାଉତ
Born (1930-07-06) ୬ ଜୁଲାଇ ୧୯୩୦ (ବୟସ ୯୩)
Occupation(s)ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ
Current groupଜୟନ୍ତିକା
Dancesଓଡ଼ିଶୀ

ମାୟାଧର ରାଉତ (ଜନ୍ମ : ୬ ଜୁଲାଇ ୧୯୩୦) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ଓଡ଼ିଶୀ ନୃତ୍ୟରେ ଅବଦାନ ପାଇଁ ସେ ପଦ୍ମଶ୍ରୀ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ ।

ଜୟନ୍ତିକାରେ ଛାତ୍ରଙ୍କ ସହ ମାୟାଧର ରାଉତ

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମାୟାଧର ରାଉତ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବଡ଼ଭାଇ ହରିହର ରାଉତଙ୍କ ପ୍ରଭାବରେ ସେ ପିଲାବେଳୁ ନାଟକ ଓ ନୃତ୍ୟ ସହିତ ଜଡ଼ିତ ହୋଇଥିଲେ । ନାଟ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ଦୁର୍ଲଭ ସିଂ, ପଙ୍କଜ ଚରଣ ଦାସ, ମୋହନ ମହାପାତ୍ର, ଯୁଦ୍ଧିଷ୍ଟିର ମହାମାତ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓ ଦୟାଲ ଶର୍ମା ଆଦିଙ୍କଠାରୁ ସେ ନୃତ୍ୟ, ଅଭିନୟ ଓ ମଞ୍ଚକଳା ଶିକ୍ଷା କରିଥିଲେ । ରାମ ଗୋପାଳ ମିଶ୍ରଙ୍କଠାରୁ ସେ କଥକ ନୃତ୍ୟ ଶିକ୍ଷା କରିଥିଲେ । ୧୯୫୧ ମସିହାରେ ସେ ଏକ ବୃତ୍ତିଲାଭ କରି କଳାକ୍ଷେତ୍ରକୁ ଯାଇଥିଲେ । ସେଠାରେ ସେ ରୁକ୍ମଣୀ ଦେବୀ ଅରୁଣ୍ଡଲେଙ୍କଠାରୁ ଭରତନାଟ୍ୟମ ଓଟି କେ ଚନ୍ଦୁ ପାଣିକରଙ୍କଠାରୁ କଥକଳୀ ନୃତ୍ୟ ଶିକ୍ଷା କରିଥିଲେ ।

ବୃତ୍ତି[ସମ୍ପାଦନା]

ସେ କଟକର କଳାବିକାଶ କେନ୍ଦ୍ର, ନାଟ୍ୟ ବାଲେଟ ସେଣ୍ଟର, ଦ ନୃତ୍ୟ ନିକେତନ, ଶ୍ରୀରାମ ଭାରତୀୟ କଳାକେନ୍ଦ୍ର ଓ ତାଙ୍କ ନିଜସ୍ୱ ଅନୁଷ୍ଠାନ ମାୟାଧର ସ୍କୁଲ ଅଫ ଓଡ଼ିଶୀ ଡାନ୍ସରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରିଛନ୍ତି । ୧୯୭୨ ମସିହାରୁ ସେ ଭାରତ ବାହାରେ ବିଭିନ୍ନ ଦେଶରେ ନୃତ୍ୟ ପରିବେଷଣ କରିଆସିଛନ୍ତି । ଜାପାନ, ଜର୍ମାନୀ, ଆମେରିକା, ହଲାଣ୍ଡ, ସୁଇଜରଲାଣ୍ଡ, ଭିଏତନାମ, ପାକିସ୍ଥାନ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ସେ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି ।

ମାୟାଧରଙ୍କ ନୃତ୍ୟ ଶିକ୍ଷା ପଦ୍ଧତ୍ତିରେ ଏକ ବିଜ୍ଞାନ ସମ୍ମତ ଦୃଷ୍ଟିକୋଣ ରହିଥାଏ । ଓଡ଼ିଶୀରେ ଅଭିନୟ ବିଭାଗରେ ତାଙ୍କର ମୁଖ୍ୟ ଅବଦାନ ରହିଛି । ସଞ୍ଚାରୀ ଭାବକୁ ଓଡ଼ିଶୀ ନୃତ୍ୟର ଅନ୍ତର୍ଭୁକ୍ତ କରିବାର ଶ୍ରେୟ ତାଙ୍କୁ ଯାଏ ।

ସେ ସଂଯୋଜନା କରିଥିବା ନୃତ୍ୟ ମଧ୍ୟରେ ତପସ୍ୱିନୀ, ମେଘଦୂତ, ସିଂଘଳ, କୃଷ୍ଣ ଚରିତ୍ରମଗୀତଗୋବିନ୍ଦମ ଆଦି ଅନ୍ୟତମ ।[୧]

ପରିବାର[ସମ୍ପାଦନା]

ମାୟାଧରଙ୍କ ପତ୍ନୀଙ୍କ ନାମ ମମତା ଖୁଣ୍ଟିଆ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ । ଝିଅ ମଧୁମିତା ରାଉତ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଦିଲ୍ଲୀରେ ତାଙ୍କ ଅନୁଷ୍ଠାନ ଜୟନ୍ତିକାରେ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପଦ୍ମଶ୍ରୀ - ୨୦୧୦[୨]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୮୫[୩]
  • ସଙ୍ଗୀତ ନାଟକ ଏକାଡେମୀ ଟାଗୋର ରତ୍ନ - ୨୦୧୧[୪]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୦୪
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୧୯୭୭
  • ସାହିତ୍ୟ କଳା ପରିଷଦ ସମ୍ମାନ - ୧୯୮୪
  • ଉତ୍କଳ ପ୍ରତିଭା ପୁରସ୍କାର - ୧୯୮୪
  • ରାଜୀବ ଗାନ୍ଧୀ ସମ୍ମାନ - ୨୦୦୩
  • ବିଜୁ ପଟ୍ଟନାୟକ ସମ୍ମାନ - ୧୯୯୩

ଆଧାର[ସମ୍ପାଦନା]

  1. Reginald Massey (୨୦୦୪). India's Dances: Their History, Technique, and Repertoire. Abhinav Publications.
  2. "Padma Awards Directory (2010)" (PDF). Ministry of Home Affairs. Archived from the original (PDF) on 2011-11-26.
  3. "SNA: List of Akademi Awardees". Sangeet Natak Akademi Official website. Archived from the original on 2012-02-17.
  4. "Tagore Akademi Ratna and Tagore Akademi Puraskar (2011)" (PDF). National Academy of Music, Dance and Drama. Archived from the original (PDF) on 3 March 2016. Retrieved 13 January 2012.