Jump to content

ମଧୁମିତା ରାଉତ

ଉଇକିପିଡ଼ିଆ‌ରୁ
Madhumita Raut in an Odissi pose at Konark Sun Temple

ମଧୁମିତା ରାଉତ ହେଉଛନ୍ତି ଜଣେ ଭାରତୀୟ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ। ତାଙ୍କର ପିତାଙ୍କ ନାମ ଶ୍ରୀ ମାୟାଧର ରାଉତ ଓ ମାତା ଶ୍ରୀମତୀ ମମତା ଖୁଣ୍ଟିଆ। ସେମାନେ ତାଙ୍କର ଓଡ଼ିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ଜଣାଶୁଣା।

ସେ ଦିଲ୍ଲୀରେ ଅବସ୍ଥାନ କରନ୍ତି। ଜୟନ୍ତିକା ଆସୋସିଏସନର ମାୟାଧର ରାଉତ ସ୍କୁଲ ଅଫ୍ ଓଡ଼ିଶୀ ଡ୍ୟାନ୍‌ସରେ ସେ ଓଡ଼ିଶୀ ନାଚ ଶିକ୍ଷା ଦିଅନ୍ତି। []

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

ସେ ପିଲାବେଳୁ ଦିଲ୍ଲୀରେ ଅଛନ୍ତି ଓ ନିଜ ପିତାଙ୍କଠାରୁ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଲାଭ କରିବା ସହିତ ସେଠାକାର ଭାରତୀୟ ବିଦ୍ୟା ଭବନ ସ୍କୁଲ ଏବଂ ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳୟରୁ ଶିକ୍ଷା ଲାଭ କରିଛନ୍ତି।[] ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଉପାଧି ହାସଲ କରିଛନ୍ତି ଏବଂ ପ୍ରଦର୍ଶନାତ୍ମକ କଳାରେ ଡିପ୍ଲୋମା ଲାଭ କରିଛନ୍ତି।

କାର୍ଯ୍ୟ ଜୀବନ

[ସମ୍ପାଦନା]

ମଧୁମିତା ରାଉତ ତାଙ୍କ ପିତାଙ୍କ ପ୍ରତିଷ୍ଠିତ ମାୟାଧର ରାଉତ ଘରାନା ଓଡ଼ିଶି ନୃତ୍ୟ ଶୈଳୀକୁ ଆଗକୁ ବଢ଼ାଇବାର କାମରେ ଲାଗିଛନ୍ତି। ଏତଦ୍ ବ୍ୟତୀତ ସେ ହଙ୍ଗେରୀ ଭାଷାର କାବ୍ୟ ରଚନା, ଗେଟେଙ୍କ କବିତା ଉପରେ କୋରିଓଗ୍ରାଫିକ୍ ରଚନା, ନେଦରଲ୍ୟାଣ୍ଡର ବାଲିନୀୟ ନୃତ୍ୟଶିଳ୍ପୀ Dia Tantriଙ୍କ ସହିତ ଫ୍ୟୁଜନ ଡ୍ୟାନ୍ସ ଆଦି ତାଙ୍କ ରଚନାତ୍ମକତାର ଉଦାହରଣ। ସାମାଜିକ କାରଣଗୁଡ଼ିକପାଇଁ ନୃତ୍ୟର ମାଧ୍ୟମକୁ ବ୍ୟବହାର କରିବା, ଇଣ୍ଡିଆନ କ୍ୟାନସର ସୋସାଇଟି, ଦିଲ୍ଲୀ, WWF (ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି, ଭାରତ), CAPF (କନ୍ୟଭ୍ରୁଣ ହତ୍ୟା ବିପକ୍ଷରେ ଅଭିଯାନ), ଆର୍ଟ ଅଫ ଲିଭିଂ ଏବଂ ସର୍ବହରାମାନଙ୍କର ଉନ୍ନତି ଆଦି ସ୍ଥାନରେ ସେ ନିଜର ନୃତ୍ୟ କଳା ଚାତୁର୍ଯ୍ୟର ପ୍ରଦର୍ଶନ କରିଛନ୍ତି।

Madhumita Raut in an Odissi pose at Konark Sun Temple

ନେଦରଲ୍ୟାଣ୍ଡସ୍ ଚ୍ୟାନେଲ ତାଙ୍କ ଉପରେ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଷ୍ଟଗାର୍ଟ (ଜର୍ମାନୀ) ଏବଂ ହଙ୍ଗେରୀୟ ଟେଲିଭିଜନ ତାଙ୍କ ନୃତ୍ୟକୁ ଭାରତ ଉପରେ ହୋଇଥିବା ଡକୁମେଣ୍ଟାରୀ ଫିଲ୍ମରେ ପ୍ରଦର୍ଶିତ କରିଛନ୍ତି। ସେ ଡଚ ଟେଲିଭିଜନଦ୍ୱାରା ନିର୍ମିତ, ଭାରତୀୟ ମୂଲ୍ୟବୋଧକୁ ବର୍ଣ୍ଣନା କରୁଥିବା ଚଳଚ୍ଚିତ୍ର, ଯାହା ପଶ୍ଚିମ ଇଉରୋପରେ ପ୍ରଶଂସିତ ହୋଇଛି, ସେଥିରେ ମୁଖ୍ୟ ଭୂମିକା ନିଭାଇଛନ୍ତି।

ସେ ଭାରତ, ଆୟରଲ୍ୟାଣ୍ଡ, ଇଂଲାଣ୍ଡ, ସ୍କଟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଜର୍ମାନୀ, ବେଲଜିୟମ, ହଙ୍ଗେରୀ, ଅଷ୍ଟ୍ରିଆ, ସ୍ପେନ, ମୋରୋକୋ, ଫ୍ରାନ୍ସ, ପର୍ତ୍ତୁଗାଲ, ଜାପାନ, ଆମେରିକା ଆଦି ଦେଶର ପ୍ରମୁଖ ନୃତ୍ୟ ଉତ୍ସବରେ ନୃତ୍ୟକଳାର ପ୍ରଦର୍ଶନ କରିଛନ୍ତି। ସେ ମଧ୍ୟ ଆମେରିକା, ନେଦରଲ୍ୟାଣ୍ଡ, ଜାପାନ, ଏବଂ ଜର୍ମାନୀରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦିଅନ୍ତି। []

ସେ "Odissi: What, Why and How: Evolution, Revival and Technique" ("ଓଡ଼ିଶୀ କ'ଣ, କାହିଁକି ଏବଂ କେମିତି: ବିକାଶ, ପୁନରୁଦ୍ଧାର ଏବଂ କୌଶଳ") ନାମକ ପୁସ୍ତକ ରଚନା କରିଛନ୍ତି ଯାହା ବି.ଆର. ରିଦମ୍‌ସ, ଦିଲ୍ଲୀଙ୍କଦ୍ୱାରା ପ୍ରକାଶିତ ହୋଇଛି। []

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସେ ଓଡ଼ିଶା ରାଜ୍ୟ ଘୁଂଗୁର ସମ୍ମାନ, ଉତ୍କଳ କନ୍ୟା ପୁରସ୍କାର, ମହିଳା ଶକ୍ତି ସମ୍ମାନ, ଭାରତ ନିର୍ମାଣ ପୁରସ୍କାର, ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର ୨୦୧୧ ପରି ଅନେକ ସମ୍ମାନ ହାସଲ କରିଛନ୍ତି।

  • ଓଡ଼ିଶା ରାଜ୍ୟ ଘୁଂଗୁର ସମ୍ମାନ 2010[]
  • ଉତ୍କଳ କନ୍ୟା ପୁରସ୍କାର 2010
  • ମହିଳା ଶକ୍ତି ସମ୍ମାନ 2010
  • ଭାରତ ନିର୍ମାଣ ପୁରସ୍କାର 1997[]
  • ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର 2011[]
  1. "DANCE diaries". The Hindu. 2014-10-09.
  2. "Grand welcome awaits fuchchas". Times of India. 2007-07-08.
  3. "Odissi Workshop in Germany". Orissa Diary. May 16, 2011. Archived from the original on April 3, 2012. Retrieved March 16, 2016.
  4. Odissi: What, Why and How: Evolution, Revival & Technique by Madhumita Raut, Published B.R.Rhythms, Delhi,2007.ISBN 81-88827-10-X.
  5. "Annual awards of 'Ghungur' cultural organisation presented". The Hindu. Apr 14, 2011.
  6. "Bharat Nirman Awards".
  7. "ଆର୍କାଇଭ୍ କପି". Archived from the original on 2013-03-07. Retrieved 2016-03-16. {{cite web}}: Cite has empty unknown parameter: |1= (help)

ବାହ୍ୟ ସୂତ୍ର

[ସମ୍ପାଦନା]