ପ୍ରବୋଧ କୁମାର ମିଶ୍ର
ପ୍ରବୋଧ କୁମାର ମିଶ୍ର | |
|---|---|
![]() ପ୍ରବୋଧ କୁମାର ମିଶ୍ର | |
| ଜନ୍ମ ଓ ଜନ୍ମସ୍ଥାନ | ୧୮ ଅକ୍ଟୋବର ୧୯୩୯ ସରପଡ଼ା, ସାଲେପୁର, କଟକ |
| ବୃତ୍ତି | ସଂସ୍କୃତ ପଣ୍ଡିତ ଏବଂ ଲେଖକ |
| ଭାଷା | ଓଡ଼ିଆ, ସଂସ୍କୃତ |
| ଜାତୀୟତା | ଭାରତୀୟ |
| ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୭) |
| ସନ୍ତାନ | ସାରଦା ପ୍ରସାଦ ମିଶ୍ର |
ପ୍ରବୋଧ କୁମାର ମିଶ୍ର (ଜନ୍ମ: ୧୮ ଅକ୍ଟୋବର ୧୯୩୯) ଜଣେ ସଂସ୍କୃତ ପଣ୍ଡିତ ତଥା ଲେଖକ । ସେ ୧୯୮୭ ମସିହାରେ ସେ ମଳୟଦୂତମ୍ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ସଂସ୍କୃତରେ ଦୂତ କାବ୍ୟ ଲେଖିବାରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପ୍ରବୋଧ ସଂସ୍କୃତରେ ଶାସ୍ତ୍ରୀ, ସାହିତ୍ୟାଚାର୍ଯ୍ୟ, ହିନ୍ଦୀରେ କୋବିଦ, ବାରାଣସୀରୁ ସଂସ୍କୃତ ବିଶାରଦ ସମାପ୍ତ କରି ଅଧ୍ୟାପନା ଆରମ୍ଭ କଲେ । ୧୯୬୨ରେ ପ୍ରଜାତନ୍ତ୍ରରେ ଯୋଗ ଦେଲେ । ୧୯୬୬ରେ ରାଜ୍ୟ ସଂଗ୍ରହାଳୟରେ ସହକାରୀ କ୍ୟୁରେଟର ପରେ 'ମାତୃଭୂମି'ରେ ସାମ୍ବାଦିକତା କଲେ । ୧୯୮୨ରେ 'ନିତ୍ୟ ନୂତନ'ର ସମ୍ପାଦକ ଭାବେ ଭୁବନେଶ୍ୱରରେ ଅବସ୍ଥାନ କଲେ ।[୨] କୌଣସି ଘଟଣା ବା ଦୃଶ୍ୟ ଉପରେ ଶ୍ଳୋକ ଲେଖିପାରନ୍ତି । ଉଭୟ ଓଡ଼ିଆ ଓ ସଂସ୍କୃତରେ କାବ୍ୟକବିତା ରଚନାରେ ଧୂରୀଣ ପ୍ରବୋଧ ନିଜ ସଂସ୍କୃତ କାବ୍ୟ ଗ୍ରନ୍ଥ 'ସ୍ୱପ୍ନ୍ଦୂତମ୍' ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ । ଏହି ଗ୍ରନ୍ଥରେ ସେ ଭାରତ ଓ ଓଡ଼ିଶାର ବିଭିନ୍ନ ସ୍ଥାନ ବିଶେଷକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]| ପୁସ୍ତକ | ପ୍ରକାଶନ ସମୟ | ବିଷୟବସ୍ତୁ |
|---|---|---|
| ଯୁଗର ଆହ୍ୱାନ | ୧୯୬୪ | ଜବାହରଲାଲ ନେହେରୁ, କବିତା |
| ନଅଟି ଗୋଲାପ | ୧୯୬୧ | କବିତା |
| ବନ୍ଦେ ଭାରତମ୍[୩] | ୨୦୧୪ | ସଂସ୍କୃତ କବିତାବଳୀ[୪] |
| ରାମଲାଲ ମନ୍ଦିରମ୍ ନରେନ୍ଦ୍ରସ୍ୟ ବନ୍ଦନମ୍ | ୨୦୨୪ | କାବ୍ୟ[୫] |
| ମରାଳର କାବ୍ୟ | ୧୯୬୬ | କାବ୍ୟ |
| ଉର୍ବଶୀର କାବ୍ୟ | ୧୯୮୦ | କାବ୍ୟ |
| ମାଳିନୀର ନିଦ୍ରାଭଙ୍ଗ | କାବ୍ୟ | |
| ପିଙ୍ଗଳାର କାବ୍ୟ | କାବ୍ୟ | |
| ମାଳବିକାର ସ୍ୱପ୍ନ | କାବ୍ୟ | |
| ଗିରି କନ୍ୟା | ||
| ମହାକବି କାଳିଦାସ | ଜୀବନୀ | |
| ସ୍ୱପ୍ନ ଦୂତମ୍ | ଦୂତ କାବ୍ୟ | |
| ମଳୟ ଦୂତମ୍ | ଦୂତ କାବ୍ୟ | |
| ପ୍ରଜ୍ଞା ଦୂତମ୍ | ଦୂତ କାବ୍ୟ | |
| ସ୍ମୃତି ଦୂତମ୍ | ଦୂତ କାବ୍ୟ | |
| ମାନସ ଦୂତମ୍ | ୨୦୦୦ | ଦୂତ କାବ୍ୟ |
| ତାମସ ଦୂତମ୍ | ଦୂତ କାବ୍ୟ | |
| ଶାଳିନୀ ଦୂତମ୍ | ଦୂତ କାବ୍ୟ[୬] | |
| ବନ୍ଦିନଃ ଆତ୍ମକଥା | ମୂଳ ଓଡ଼ିଆ - ଉତ୍କଳମଣି ଗୋପବନ୍ଧୁ ଦାସ (ବନ୍ଦୀର ଆତ୍ମକଥା) | |
| କୌମୁଦୀ | ||
| ଆନନ୍ଦ ସନ୍ଧାନମ୍ | ମୂଳ ଓଡ଼ିଆ - ହରେକୃଷ୍ଣ ମହତାବ (ଆନନ୍ଦ ସନ୍ଧାନ) |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୧୯୮୭: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଂସ୍କୃତ ସାହିତ୍ୟ)[୧]
- ରାଷ୍ଟ୍ରପତି ପୁରସ୍କାର 'ସ୍ୱପ୍ନ ଦୂତମ୍' ପାଇଁ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୧୯୮୪, ୧୯୮୫, ୧୯୮୬ ମସିହାରେ ପ୍ରକାଶିତ ୧୯୮୭ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୪୮.
- ↑ "PM releases the book "Vande Bharatam" by Pt. Prabodh Kumar Mishra". Business Standard India. 24 December 2014. Retrieved 20 February 2022.
- ↑ "PM releases the book "Vande Bharatam" by Pt. Prabodh Kumar Mishra". Narendra Modi. narendramodi.in. Retrieved 20 February 2022.
- ↑ https://samajaepaper.in/imageview_77_6122025203521987_4_83_07-12-2025_5_i_1_sf.html
- ↑ https://samajaepaper.in/imageview_157_4102025205539617_4_83_05-10-2025_5_i_1_sf.html
