ପ୍ରବୋଧ କୁମାର ମିଶ୍ର
ପ୍ରବୋଧ କୁମାର ମିଶ୍ର | |
---|---|
![]() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ରଚିତ ପୁସ୍ତକ ବନ୍ଦେ ଭାରତମ୍ର ଉଦ୍ଘାଟନ କରୁଛନ୍ତି । | |
ଜନ୍ମ ଓ ଜନ୍ମସ୍ଥାନ | ୧୯୩୭ ଭଦ୍ରକ |
ବୃତ୍ତି | ସଂସ୍କୃତ ପଣ୍ଡିତ ଏବଂ ଲେଖକ |
ଭାଷା | ଓଡ଼ିଆ, ସଂସ୍କୃତ |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୭, ୨୦୧୧) |
ସନ୍ତାନ | ଶାରଦା ପ୍ରସାଦ ମିଶ୍ର |
ପ୍ରବୋଧ କୁମାର ମିଶ୍ର (ଜନ୍ମ: ୧୯୩୭) ଜଣେ ସଂସ୍କୃତ ପଣ୍ଡିତ ତଥା ଲେଖକ । ସେ ଦୁଇଥର ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ୧୯୮୭ ମସିହାରେ ସେ ମଳୟଦୂତମ୍ ପାଇଁ ସଂସ୍କୃତ ସାହିତ୍ୟ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ[୧] ଏବଂ ୨୦୧୧ ମସିହାରେ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି ପାଇଁ ପ୍ରବନ୍ଧ ଓ ସମାଲୋଚନା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]
ରଚନାବଳୀ[ସମ୍ପାଦନା]
ପୁସ୍ତକ | ପ୍ରକାଶନ ସମୟ | ବିଷୟବସ୍ତୁ |
---|---|---|
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ ୧ | ୨୦୦୮, ୨୦୧୨ (୨ୟ ସଂସ୍କରଣ) | ପ୍ରବନ୍ଧ, ଇତିହାସ, ଖାରବେଳ, ଗୁପ୍ତ ରାଜତ୍ୱ |
ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ଭାଗ – ୨ | ୨୦୦୮, ୨୦୧୨ (୨ୟ ସଂସ୍କରଣ) | ପ୍ରବନ୍ଧ, ଇତିହାସ, ଭାଷା, ପରମ୍ପରା, ଲୋକସଂସ୍କୃତି |
ଯୁଗର ଆହ୍ୱାନ | ୧୯୬୪ | ଜବାହରଲାଲ ନେହେରୁ, କବିତା |
ନଅଟି ଗୋଲାପ | ୧୯୬୧ | କବିତା |
ସମ୍ପୂର୍ଣ୍ଣ ଓଡ଼ିଶା ଇତିହାସ | ୧୯୯୯ | ଇତିହାସ, କଳିଙ୍ଗ, ମରାଠା, ବ୍ରିଟିଶ, ଓଡ଼ିଆ, ଗଡ଼ଜାତ, |
ମୟୂରଭଞ୍ଜ ଇତିହାସ ଓ ସଂସ୍କୃତିର ମୁଖ୍ୟଧାରା | ୨୦୦୧ | ଇତିହାସ, ସଂସ୍କୃତି, ଆଦିବାସୀ, ବିଦ୍ରୋହ |
ବନ୍ଦେ ଭାରତମ୍[୩] | ୨୦୧୪ | ସଂସ୍କୃତ କବିତାବଳୀ[୪] |
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ୧୯୮୭: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସଂସ୍କୃତ ସାହିତ୍ୟ)[୧]
- ୨୦୧୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)[୨]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୧୯୮୪, ୧୯୮୫, ୧୯୮୬ ମସିହାରେ ପ୍ରକାଶିତ ୧୯୮୭ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
- ↑ ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ (୨୦୦୮, ୨୦୦୯, ୨୦୧୦ ମସିହାରେ ପ୍ରକାଶିତ ୨୦୧୧ ବର୍ଷର ପୁରସ୍କୃତ ପୁସ୍ତକ)". Odisha Sahitya Akademi. Retrieved 20 February 2022.
- ↑ "PM releases the book "Vande Bharatam" by Pt. Prabodh Kumar Mishra". Business Standard India. 24 December 2014. Retrieved 20 February 2022.
- ↑ "PM releases the book "Vande Bharatam" by Pt. Prabodh Kumar Mishra". Narendra Modi. narendramodi.in. Retrieved 20 February 2022.