ନିତ୍ୟାନନ୍ଦ ନାୟକ
ଦେଖଣା
(Nityananda Nayakରୁ ଲେଉଟି ଆସିଛି)
ନିତ୍ୟାନନ୍ଦ ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗୁଆଗଡ଼ିଆ, ଚିରୋଳ, ଭଦ୍ରକ | ୧୨ ଅଗଷ୍ଟ ୧୯୪୦
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ |
ପିତାମାତା | ଶଶଧର ନାୟକ, କ୍ଷୀରୋଦା ଦେବୀ |
ନିତ୍ୟାନନ୍ଦ ନାୟକ (ଜନ୍ମ: ୧୨ ଅଗଷ୍ଟ ୧୯୪୦)[୧], ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୧୯୯୧ ମସିହାରେ ସେ ନିଜ କବିତା ପୁସ୍ତକ ଭୋର ଆକାଶ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨] ସେ ବିଷୁବ ପୁରସ୍କାର (୨୦୧୩) ଓ ଶାରଳା ପୁରସ୍କାର (୨୦୨୦) ମଧ୍ୟ ଲାଭ କରିଛନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇଂରାଜୀ ଅଧ୍ୟାପକ ।
ନିତ୍ୟାନନ୍ଦ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୭ ଝଙ୍କାର ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା । ୩୬ ବର୍ଷ ଅଧ୍ୟାପନା ବୃତ୍ତିରେ ରହି, ସେ ୨୦୦୦ ମସିହାରେ ସେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ବିଦୀର୍ଣ୍ଣ ମରାଳ (୧୯୭୬)
- ତ୍ରସ୍ତ ପଦ୍ମାସନ (୧୯୮୩)
- ଭୋର ଆକାଶ (୧୯୮୯)
- କନ୍ୟାକୁମାରୀ (୧୯୯୯)
- ଫେରିବାବେଳ (୨୦୦୪)
- ପାନ୍ଥଶାଳା (୨୦୦୯)
- କେବଳ ଅନାମିକା (୨୦୧୧)
- ଯେଝା ଯେଝା ବାଟରେ (୨୦୧୩)
- ସେତେବେଳକୁ ନଥିବ (୨୦୧୭)[୩]
- ସେତେବେଳକୁ ନଥିବି (୨୦୧୭, ଫ୍ରେଣ୍ଡସ ପବ୍ଲିସର୍ସ)
- ଭୋର ଆକାଶ (୧୯୮୯) [୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୯୧ (ଭୋର ଆକାଶ)
- ଶାରଳା ପୁରସ୍କାର- ୨୦୨୦ ( ସେତେବେଳକୁ ନଥିବି )[୫]
- ବିଷୁବ ପୁରସ୍କାର- ୨୦୧୩[୬]
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୩
- ଗଙ୍ଗାଧର ମେହେର କବିତା ସମ୍ମାନ- ୨୦୧୨
ଆଧାର
[ସମ୍ପାଦନା]- ↑ ମହାନ୍ତି, ଅସିତ. "ଶାରଳା ପୁରସ୍କାର- କିଛି ଖୁସି, କିଛି ଖେଦ". ସମ୍ବାଦ. Archived from the original on 6 November 2020. Retrieved 6 November 2020.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ପ୍ରତିଭା". www.odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 8 October 2020. Retrieved 8 October 2020.
- ↑ "ପ୍ରାଚୀନଠାରୁ ଆଧୁନିକ ଓଡ଼ିଆ କବିତା ଅଧିକ ଭାବଗର୍ଭକ". No. ସମ୍ବାଦ ୦୧/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡିଆ. p. ୬. Archived from the original on 1 November 2020. Retrieved 1 November 2020.
- ↑ "କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର". No. ସମ୍ବାଦ ୦୮/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡିଆ. Archived from the original on 8 October 2020. Retrieved 8 October 2020.
- ↑ "କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର". www.samajalive.in. ସମାଜ. Archived from the original on 7 October 2020. Retrieved 7 October 2020.
- ↑ "ବିଷୁବ ପୁରସ୍କାର ବିଜେତା" (PDF). www.theprajatantra.org/. ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 8 October 2020.