ବୈଷ୍ଣବ ଚରଣ ସାମଲ
ବୈଷ୍ଣବ ଚରଣ ସାମଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚାରିଗାଁ, କେନ୍ଦ୍ରାପଡ଼ା | ୨୭ ଫେବୃଆରୀ ୧୯୩୯
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶୈଳୀ | ସମାଲୋଚନା ସାହିତ୍ୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ |
ଜୀବନସାଥୀ | ଯଶୋଦା ସାମଲ |
ସନ୍ତାନ | ୩ପୁଅ, ୧ଝିଅ |
ବୈଷ୍ଣବ ଚରଣ ସାମଲ (ଜନ୍ମ ୨୭ ଫେବୃଆରୀ ୧୯୩୯)[୧] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ[୨] ଓଡ଼ିଆ ସାହିତ୍ୟିକ । ସେ ପ୍ରଧାନତଃ ସମାଲୋଚନା[୩], ଶିଶୁ ସାହିତ୍ୟ, କବିତା ଓ ରମ୍ୟ ରଚନା ଆଦି ରଚନା କରିଛନ୍ତି ।
ପ୍ରାରମ୍ଭିକ ଜୀବନୀ
[ସମ୍ପାଦନା]ବୈଷ୍ଣବ ଚରଣ ସାମଲ ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଶ୍ରୀବତ୍ସ ସାମଲ ଓ ମା'ଙ୍କ ନାମ ଜେମାମଣି ସାମଲ ।
ମସିହାରେ ସେ ପ୍ରଥମ କବିତା ଲେଖିଥିଲେ ନେତା କିଏ । ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ । ତାଙ୍କ ଲିଖିତ ପ୍ରଥମ ପ୍ରବନ୍ଧ ଥିଲା ମରୁତୀର୍ଥ । ତାଙ୍କ ଲେଖା, ସେ ସମୟର ବହୁ ପତ୍ରିକାରେ ପ୍ରକାଶ ପାଉଥିଲା । ସେହି ସବୁ ପ୍ରବନ୍ଧ ମଧ୍ୟରୁ କୋଡ଼ିଏଟି ପ୍ରବନ୍ଧକୁ ସଂକଳିତ କରି, ୧୯୭୧ ମସିହାରେ 'ଜଗନ୍ନାଥ ରଥ' ପ୍ରକାଶନ ସଂସ୍ଥା ତାଙ୍କର ପ୍ରଥମ ପୁସ୍ତକ ପ୍ରକାଶ କରିଥିଲେ । ପୁସ୍ତକଟିର ନାମ ଥିଲା କଳା ସଂସ୍କୃତି ଓ ସାହିତ୍ୟ । ସେହି ବର୍ଷ ତାଙ୍କର ପ୍ରଥମ କବିତା ପୁସ୍ତକ ସମୟରେ ଲିପି ମଧ୍ୟ ପ୍ରକାଶ ପାଇଥିଲା । ଅଧ୍ୟାପନାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ବୈଷ୍ଣବ ଚରଣ, ୧୯୬୬ମସିହାରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଚାକିରି ଜୀବନ ଆରମ୍ଭ କରି, ୨୦୦୪ ମସିହାରେ 'ବିଶ୍ୱଭାରତୀ' କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ପ୍ରଫେସର[୪] ଭାବରେ ସେବା ନିବୃତ ହୋଇଛନ୍ତି ।
ରଚନାବଳୀ
[ସମ୍ପାଦନା]ବୈଷ୍ଣବ ଚରଣ ବିଭିନ୍ନ ସମାଲୋଚନା ମୂଳକ ପ୍ରବନ୍ଧ ଓ ପୁସ୍ତକ ସହିତ ୯ଟି ରମ୍ୟ ରଚନା, ୭ଟି କବିତା ଓ ୮ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।
ସମାଲୋଚନା
[ସମ୍ପାଦନା]
କବିତା[ସମ୍ପାଦନା]
ସମ୍ପାଦନା[ସମ୍ପାଦନା]
ଗଳ୍ପ[ସମ୍ପାଦନା]
|
ରମ୍ୟରଚନା[ସମ୍ପାଦନା]
ଅନ୍ୟାନ୍ୟ[ସମ୍ପାଦନା]
|
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨[୭] - (ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି ପାଇଁ)[୮]
- ବିଷୁବ ପୁରସ୍କାର, ୨୦୧୭[୯]
- ସାରଳା ସମ୍ମାନ, ୨୦୧୪
- ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୧୦]
- କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର
ଆଧାର
[ସମ୍ପାଦନା]- ↑ ପଣ୍ଡା, ହରିହର. "ବୈଷ୍ଣବ ସାମଲ". ନିତିଦିନ. Archived from the original on 2018-12-15. Retrieved 15 April 2017.
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ http://www.nbtindia.gov.in/writereaddata/attachment/thursday-may-08-20142-24-04-pmnewsletter-may-2014.pdf
- ↑ Ameeta Gupta; Ashish Kumar (2006). Handbook of Universities. Atlantic Publishers & Dist. pp. 873–. ISBN 978-81-269-0608-6.
- ↑ Bijaýa Kumāra Dāśa (1978). Indian Publishing in the Seventies: Released on the Occasion of World Book Fair III February 11-20, 1978. National Book Trust, India.
- ↑ "ବ୍ୟକ୍ତିତ୍ୱ". ନିତିଦିନ ୧୫/୦୪/୨୦୧୭ ପୃଷ୍ଠା ୯. Archived from the original on 2018-12-15. Retrieved 26 December 2017.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 4 March 2017.
- ↑ http://www.orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୩୧- ନଭେମ୍ବର ୧୫ ପୃଷ୍ଠା ୨. Retrieved 4 November 2015.