ବସନ୍ତ କୁମାର ପଣ୍ଡା (ସାହିତ୍ୟିକ)
ଦେଖଣା
ବସନ୍ତ କୁମାର ପଣ୍ଡା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧ ଅପ୍ରେଲ ୧୯୫୫ ପାଲୁର, ଗଞ୍ଜାମ |
| ବୃତ୍ତି | ଲେଖକ, ଅଧ୍ୟାପକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | କାବ୍ୟ ଜିଜ୍ଞାସା, ନିସର୍ଗ ନୀରାଜନା (ପ୍ରବନ୍ଧ ଓ ସମାଲୋଚନା) |
| ପିତାମାତା | ଲୋକନାଥ ପଣ୍ଡା (ପିତା) |
ବସନ୍ତ କୁମାର ପଣ୍ଡା (ଜନ୍ମ: ୧ ଅପ୍ରେଲ ୧୯୫୫) ଜଣେ ଓଡ଼ିଆ ପ୍ରାବନ୍ଧିକ, ଅନୁବାଦକ ଓ ସମାଲୋଚକ । ସେ ଓଡ଼ିଆ କବିତା ସମ୍ପର୍କରେ ଅନେକ ଆଲୋଚନାତ୍ମକ ପ୍ରବନ୍ଧର ସ୍ରଷ୍ଟା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବସନ୍ତ ଗଞ୍ଜାମ ଜିଲ୍ଲାର ପାଲୁରଠାରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ । "ଓଡ଼ିଆ କବିତାରେ ପ୍ରକୃତି" ଶୀର୍ଷକ ନିବନ୍ଧ ଉପସ୍ଥାପନ କରି ସେ ୧୯୯୫ରେ ବିଶ୍ୱଭାରତୀ, ଶାନ୍ତିନିକେତନରୁ ଡକ୍ଟରେଟ ପାଇଥିଲେ । ଉଚ୍ଚଶିକ୍ଷା ପରେ ସେ ଅଧ୍ୟାପନା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ସମାଲୋଚନା ଓ ଅନ୍ୟନ୍ୟ ପ୍ରବନ୍ଧ ରଚନା କରିଛନ୍ତି ।[୧][୨]
ରଚନାବଳୀ
[ସମ୍ପାଦନା]- ମହାଭାରତ କଥା (ଅନୁବାଦ)
- ତୁଳନାତ୍ମକ ସାହିତ୍ୟ ଦେଶ ଓ ବିଶ୍ୱ
- ନିସର୍ଗ ନୀରାଜନା[୩]
- କାବ୍ୟ ଜିଜ୍ଞାସା
- ରବୀନ୍ଦ୍ରନାଥ ଠାକୁର
ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୫୯, ୮୯୨. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୩ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୯୪୧. ISBN 81-903352-0-0.
- ↑ http://library.suniv.ac.in/cgi-bin/koha/opac-detail.pl?biblionumber=4581[permanent dead link]