କମ୍ବୁପାଣି ସାମନ୍ତ
କମ୍ବୁପାଣି ସାମନ୍ତ | |
|---|---|
| ଜନ୍ମ | ୧୨ ମାର୍ଚ୍ଚ ୧୯୫୧ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ଭଞ୍ଜ ସାହିତ୍ୟର ଭିନ୍ନଚର୍ଚ୍ଚା |
| ବୈବାହିକ-ସାଥୀ | ଶୈଳବାଳା ସାମନ୍ତ |
| ସନ୍ତାନ | ପ୍ରଦୀପ୍ତ କୁମାରର ସାମନ୍ତ, ପ୍ରବୀର କୁମାର ସାମନ୍ତ |
କମ୍ବୁପାଣି ସାମନ୍ତ(ଜନ୍ମ: ୧୨ ମାର୍ଚ୍ଚ ୧୯୫୧) ଜଣେ ଗାଳ୍ପିକ, ସମାଲୋଚକ ଓ ଲୋକସଂସ୍କୃତିବିତ୍ । ଭଞ୍ଜ ସାହିତ୍ୟ ଓ ଲୋକସଂସ୍କୃତି ସମ୍ପର୍କରେ ସେ ବ୍ୟାପକ ଗବେଷଣା କରିଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]କମ୍ବୁପାଣି ୧୯୫୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୭୪ ମସିହାରେ ବ୍ରହ୍ମ ପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ୧୯୭୫ରେ ୧୯୭୫ରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ କର୍ମଜୀବନ ଆରମ୍ଭ କରିଥିଲେ । ବଦଳି ସୂତ୍ରେ ଗଞ୍ଜାମ, ଭଞ୍ଜନଗର, ସୋରଡ଼ା ଏବଂ ପୁନଶ୍ଚ ଭଞ୍ଜନଗର ମହାବିଦ୍ୟାଳୟରେ କର୍ମନିର୍ବାହ କଲେ । ଅଧ୍ୟକ୍ଷ ଭାବେ ଦେବସ୍ଥାନ ମହାବିଦ୍ୟାଳୟରେ ଯୋଗଦାନ କରି ସେଠାରୁ ସେ ୨୦୨୧ରେ ସେବାନିବୃତ୍ତ ହେଲେ । ଓଡ଼ିଶାର ସୁପରିଚିତ ବିଦ୍ୱାନ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏମ୍ ଫିଲ୍ ଓ ପିଏଚ୍ ଡି ଉପାଧି ଲାଭ କରିଥିଲେ । ଭଞ୍ଜୀୟ କାବ୍ୟ ନାୟକ ଥିଲା ତାଙ୍କ ଗବେଷଣାର ବିଷୟବସ୍ତୁ । ଓଡ଼ିଆ ସମାଲୋଚନା ସାହିତ୍ୟ, ମୌଳିକ ପ୍ରବନ୍ଧ ରଚନା, ଲୋକସଂସ୍କୃତି ଚର୍ଚ୍ଚା, ଶିଶୁ ସାହିତ୍ୟ ରଚନା, ଇତିହାସ, ପ୍ରତ୍ନତତ୍ତ୍ୱ ଓ ସଂସ୍କୃତିମୂଳକ ଲେଖା ନମନ୍ତେ ସେ ଜଣାଶୁଣା ।[୧][୨]
ରଚନାବଳୀ
[ସମ୍ପାଦନା]- ଭଞ୍ଜ ସାହିତ୍ୟର ଭିନ୍ନଚର୍ଚ୍ଚା
- ଲୋକ ସଂସ୍କୃତିର ଭିନ୍ନଚର୍ଚ୍ଚା
- ପୁରୁଣା କାହାଣୀ
- ବିଭିନ୍ନ ପ୍ରସଙ୍ଗ
- ରସିକ ହାରାବଳି (ଶୁଦ୍ଧପାଠ, ପାଠାନ୍ତର, ସୁବୋଧିନି ଟୀକା, କଠିନ ଶବ୍ଦାର୍ଥ ସହିତ ସମ୍ପାଦନା)
- ଚଳନ୍ତା ନଈରେ ଛାଇ
- ଉପେନ୍ଦ୍ର ଭଞ୍ଜଙ୍କ ସୂକ୍ତିମାଳା[୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୨୦୨୧, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଅବସରରେ ଅଙ୍ଗବସ୍ତ୍ର ସମ୍ମାନ ଲାଭ
- ୨୦୦୦, ଜନସୁଧା ପତ୍ରିକା ପକ୍ଷରୁ ଶ୍ରେଷ୍ଠ ରମ୍ୟରଚନାକାର ସମ୍ମାନ
ଆଧାର
[ସମ୍ପାଦନା]- ↑ chrome-extension://efaidnbmnnnibpcajpcglclefindmkaj/https://ijrpr.com/uploads/V5ISSUE3/IJRPR24168.pdf
- ↑ ସାମନ୍ତ, କମ୍ବୁପାଣି (୨୦୨୨). ଚଳନ୍ତା ନଈରେ ଛାଈ. ଭୁବନେଶ୍ୱର: ଏଥେନା ବୁକ୍ସ. pp. କଭର ପୃଷ୍ଠା. ISBN 978-93-93100-45-0.
- ↑ https://dharitriepaper.in/edition/11354/bhubaneswar/page/15