Jump to content

ବେଣୁଧର ପାଢ଼ୀ

ଉଇକିପିଡ଼ିଆ‌ରୁ
ବେଣୁଧର ପାଢ଼ୀ
ଜନ୍ମ ଓ ଜନ୍ମସ୍ଥାନ (1959-02-05) ୫ ଫେବୃଆରୀ ୧୯୫୯ (ବୟସ ୬୭)
ଖଇରାବାଦ, ଯାଜପୁର
ବୃତ୍ତିଅଧ୍ୟାପକ,ପ୍ରାବନ୍ଧିକ, ସମାଲୋଚକ ଓ ଗବେଷକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟର ଆନ୍ଦୋଳନଉତ୍ତର ଆଧୁନିକତା
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ
ପୁରସ୍କାରଝଙ୍କାର ପୁରସ୍କାର (ପ୍ରବନ୍ଧ), ୨୦୨୫

ଡକ୍ଟର ବେଣୁଧର ପାଢ଼ୀ (ଜନ୍ମ: ୧୯୫୯ ଖଇରାବାଦ, ଯାଜପୁର) ଠାରେ ଜନ୍ମିତ ଜଣେ ଭାରତୀୟ ଓଡ଼ିଆ-ଭାଷୀ ସମାଲୋଚକ, ପ୍ରାବନ୍ଧିକ, ସ୍ତମ୍ଭକାର, ବକ୍ତା, ଗବେଷକ ତଥା ସଂକଳକ । ସେ ୧୯୮୦ ପରବର୍ତ୍ତୀ ଓଡ଼ିଆ ସମାଲୋଚନା ସାହିତ୍ୟ ରଚନା ପାଇଁ ଜଣାଶୁଣା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବେଣୁଧର ପାଢ଼ୀ ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ସମସାମୟିକ ସମାଲୋଚନା ସାହିତ୍ୟ ଜଗତରେ ବେଶ୍ ଜଣାଶୁଣା ।[] ତାଙ୍କ ଅଧିନରେ ବହୁ ଛାତ୍ରଛାତ୍ରୀ ଉପାଧ୍ୟୁତ୍ତର ଗବେଷଣା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ସଂସ୍କୃତି ଓ ସାଂପ୍ରତିକତା
  • ଓଡ଼ିଆ ସାହିତ୍ୟର ଇତିହାସ
  • ସନ୍ତ୍ରାସବାଦ
  • ଫିକା ତିରଙ୍ଗା
  • ମଗଜ ମନ୍ଥନ
  • କବିତାର ଭିନ୍ନ ନକ୍ସା
  • ଡେଣାଛିଣ୍ଡା କଙ୍କି ଓ ଝିଅର ଭାଗ୍ୟ
  • ଉତ୍ତର ଆଧୁନିକତା : ଭୂମିରୁ ସୀମା
  • ବିଦଗ୍ଧ ବିମର୍ଶ[]
  • କବିର ଘର
  • ପ୍ରବନ୍ଧ : ଦେଶକାଳ
  • ଲୋକସାହିତ୍ୟ ଓ ଲୋକସାହିତ୍ୟ ତତ୍ତ୍ୱ[]
  • ସାହିତ୍ୟ ତତ୍ତ୍ୱ : ପ୍ରାଚ୍ୟ ପାଶ୍ଚାତ୍ୟ
  • ସାହିତ୍ୟ ଓ ମୂଲ୍ୟବୋଧ
  • ସାହିତ୍ୟର କାୟାକଳ୍ପ
  • କବିତାର କୋଷ୍ଠୀ କୁଣ୍ଡଳି
  • ପ୍ରାୟୋଗିକ ଭାଷା ଓ ସୃଜନ କ୍ରିୟା
  • ବିବିଧ ବିମର୍ଶ
  • କିଛି କଥା କିଛି ବିଚାର
  • ଜଗତୀକରଣ ଅର୍ଥନୀତି : ଗ୍ୟାଟ୍ ଓ ଡଙ୍କେଲ ଚିଠା
  • ଗବେଷଣା ବିଧି ଓ ନନ୍ଦନ ତତ୍ତ୍ୱ
  • ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ଇତିହାସ
  • ପ୍ରାୟୋଗିକ ଭାଷା ଓ ସୃଜନ କ୍ରିୟା

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଝଙ୍କାର ପୁରସ୍କାର (ପ୍ରବନ୍ଧ), ୨୦୨୫ []
  • ସତ୍ୟବାଦୀ ପୁରସ୍କାର
  • ଗଙ୍ଗାଧର ବଳ ସ୍ମାରକୀ ପୁରସ୍କାର ୨୦୨୨ (ଆନନ୍ଦପୁର ସାହିତ୍ୟ ପରିଷଦ, କେନ୍ଦୁଝର)
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୧୩, ୬୫୫. ISBN 81-7400-331-2.
  2. https://shodhganga.inflibnet.ac.in/handle/10603/128414
  3. ପାଢ଼ୀ, ବେଣୁଧର (୨୦୧୭). ବିଦଗ୍ଧ ବିମର୍ଶ. କଟକ: ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ. pp. କଭର ପୃଷ୍ଠା. ISBN 81-7394-020-7.
  4. https://opac.niser.ac.in/cgi-bin/koha/opac-detail.pl?biblionumber=32597
  5. "ବିଷୁବ ମଣ୍ଡପରେ ୭୬ତମ ବିଷୁବ ମିଳନ ସମାବର୍ତ୍ତନ ଉତ୍ସବ". ପ୍ରଜାତନ୍ତ୍ର ପ୍ରଚାର ସମିତି. Archived from the original on 17 April 2025. Retrieved 17 April 2025.