Jump to content

ଶ୍ରୀନିବାସ ମିଶ୍ର

ଉଇକିପିଡ଼ିଆ‌ରୁ
ଶ୍ରୀନିବାସ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1927-10-30) ୩୦ ଅକ୍ଟୋବର ୧୯୨୭ (ବୟସ ୯୭)
ଗୋବିନ୍ଦପୁର, କେନ୍ଦ୍ରାପଡ଼ା
ବୃତ୍ତିଲେଖକ, ଅଧ୍ୟାପକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ, ୧୮୧୧-୧୯୨୦
ପିତାମାତାନୀଳାମ୍ବର ମିଶ୍ର

ଶ୍ରୀନିବାସ ମିଶ୍ର (ଜନ୍ମ: ୨ ଫେବୃଆରୀ ୧୯୫୯) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ସମାଲୋଚକ । ସେ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ, ୧୮୧୧-୧୯୨୦ ଗ୍ରନ୍ଥ ପାଇଁ ବିଶେଷ ଜଣାଶୁଣା ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଶ୍ରୀନିବାସ କେନ୍ଦ୍ରାପଡ଼ା ଜିଲ୍ଲାର ଗୋବିନ୍ଦପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ ଶୀର୍ଷକ ନିବନ୍ଧ ରଚନା କରି ଉତ୍କଳ ବିଶଡ଼ବିଦ୍ୟାଳୟରୁ ପିଏଚ୍ ଡି ଉପାଧି ପାଇ ସେ ଓଡିଶା ଶିକ୍ଷା ସେବାରେ ଯୋଗ ଦେଲେ । ବିଶ୍ବଭାରତୀ ଶାନ୍ତିନିକେତନ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ସହ ପୂର୍ବାଞ୍ଚଳ ଭାଷାକେନ୍ଦ୍ରର ଅଧ୍ୟକ୍ଷ ତଥା ଭୁବନେଶ୍ବରସ୍ଥ ପ୍ରୌଢଶିକ୍ଷା ରିସୋର୍ସ ସେଣ୍ଟରରେ ପ୍ରୋଗ୍ରାମ୍ କୋର୍ଡିନେଟର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତୁଳନାତ୍ମକ ଆଲୋଚନା କ୍ଷେତ୍ରରେ ସେ ଆଧୁନିକ ଓଡିଆ ସାହିତ୍ୟର ଜଣେ ସୁପରିଚିତ ପ୍ରତିଭା । ସହଜ ଓ ସ୍ବତଃସ୍ଫୁର୍ତ୍ତ ଭାଷାଶୈଳୀ ହିଁ ତାଙ୍କ ଆଲୋଚନାର ବିଶିଷ୍ଟ ବିଭବ । "ଆଧୁନିକ ଓଡିଆ ଗଦ୍ୟସାହିତ୍ୟ" ଶୀର୍ଷକ ମହାନିବନ୍ଧ ଯେଉଁଥିରେ ଲେଖକ ଓଡିଆ ଗଦ୍ୟ ସାହିତ୍ୟର ଉନ୍ମେଷ କାଳରୁ(୧୮୧୧) ୧୯୨୦ ପର୍ଯ୍ୟନ୍ତ ବିକାଶଧାରାକୁ ଅତି ରୋଚକ ଢଙ୍ଗରେ ଉପସ୍ଥାପିତ କରିଛନ୍ତି । ତାଙ୍କର ଆଉ ଏକ ପ୍ରମୁଖ କୃତି ହେଲା "ସେନାପତିଙ୍କ ଆତ୍ମଚରିତ" ଯାହାକୁ ଲେଖକ ଅନେକ ନୂତନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ପୁନଶ୍ଚ ସେ ଏହାକୁ ଉତ୍କଳ ସାହିତ୍ୟ ପତ୍ରିକାରୁ ଅବିକଳ ଉଧାର କରି ଫକୀର ମୋହନ ଗ୍ରନ୍ଥାବଳୀରେ ସ୍ଥାନୀତ କରିଛନ୍ତି ଯାହା ପରବର୍ତ୍ତୀ କାଳରେ ବହୁ ଗବେଷକଙ୍କ ନିମନ୍ତେ ସହାୟକ ହୋଇପାରିଥିଲା । ଏହାଛଡା ପତ୍ରପତ୍ରିକାରେ ବିକ୍ଷିପ୍ତ ଭାବେ ତାଙ୍କ ଲେଖନୀ ନିଃସୃତ ଅନେକ ପ୍ରବନ୍ଧ ଓ ଆଲୋଚନା ରହିଛି, ଯାହା ଏଯାବତ୍ ଅସଂକଳିତ । ।[][]

ରଚନାବଳୀ

[ସମ୍ପାଦନା]
  • ସାହିତ୍ୟ କଥା
  • ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ
  • ସେନାପତିଙ୍କ ଆତ୍ମଚରିତ
  • ବିଶ୍ବମାନବର ପଥେ ‐ ଅନୁବାଦ
  • ବଙ୍ଗଳା ସାହିତ୍ୟର ଇତିହାସ ‐ ଅନୁବାଦ
  • ମହିଳା ବିକାଶ ପ୍ରକ୍ରିୟା‐ ଅନୁବାଦ
  • ସାରସ୍ୱତ ଅନ୍ୱେଷା
  • ବାବା ସାହେବ ଆମ୍ବେଦକର
  • ହିନ୍ଦୁ ଜୀବନ ଦୃଷ୍ଟି
  • ଧର୍ମ ଓ ସଂସ୍କୃତି
  1. ମହାନ୍ତି, ସୁବ୍ରତ ପ୍ରିୟବ୍ରତ (୨୦୧୫). ଜୀବନ ଖରସ୍ରୋତା. କଟକ: ଉତ୍କଳ ପାଠକ ସଂସଦ. pp. ୧-୧୭.
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ. କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୨୪, ୮୯୨. ISBN 81-7400-331-2.
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୨୮.