Jump to content

ସଦାଶିବ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ସଦାଶିବ ତ୍ରିପାଠୀ
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୨୧ ଫେବୃଆରୀ ୧୯୬୫  ୮ ମାର୍ଚ୍ଚ ୧୯୬୭
ପୂର୍ବ ଅଧିକାରୀବୀରେନ ମିତ୍ର
ପର ଅଧିକାରୀରାଜେନ୍ଦ୍ର ନାରାୟଣ ସିଂହଦେଓ
ବିଧାୟକ, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧  ୧୯୬୭
ପୂର୍ବ ଅଧିକାରୀରାଧାକୃଷ୍ଣ ବିଶ୍ୱାସରାୟ
ପର ଅଧିକାରୀରବି ସିଂହ ମାଝି
ନିର୍ବାଚନ ମଣ୍ଡଳୀଉମରକୋଟ
କାର୍ଯ୍ୟକାଳ
୧୯୫୨  ୧୯୬୧
ପର ଅଧିକାରୀହରିଜନ ମୀରୁ
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-04-21)୨୧ ଅପ୍ରେଲ ୧୯୧୦
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା
ମୃତ୍ୟୁ୯ ସେପ୍ଟେମ୍ବର ୧୯୮୦(1980-09-09) (ବୟସ ୭୦)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ସଦାଶିବ ତ୍ରିପାଠୀ (୨୧ ଅପ୍ରେଲ ୧୯୧୦୯ ସେପ୍ଟେମ୍ବର ୧୯୮୦), ଜଣେ ଓଡ଼ିଆ ରାଜନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୨୧ ଫେବୃଆରୀ ୧୯୬୫ଠାରୁ ୮ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । [] ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱମନ୍ତ୍ରୀ ଥିଲାବେଳେ ସେ ପ୍ରଥମେ ଓଡ଼ିଶାରେ ଜମିଦାରୀ ପ୍ରଥାର ଉଚ୍ଛେଦ ପାଇଁ ବିଲ ଆଗତ କରିଥିଲେ ଯାହାକୁ ପରେ ସେ ଏକ ଆଇନ ଭାବରେ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାର ଜମିଜମା ସମ୍ବନ୍ଧୀୟ ନାନାଦି ଆଇନ ଓ ସମସ୍ୟା ସମ୍ବନ୍ଧରେ ସେ ଅନେକ ବିଷୟ ବିଧାନ ସଭାରେ ଉପାସ୍ଥାପନ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସଦାଶିବ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭିକ ଜୀବନ ଶିକ୍ଷକ ଭାବେ ଆରମ୍ଭ କରି ସଦାଶିବ ପରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୩୭ ମସିହାରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବେ ଯୋଗ ଦେଇ ୩୦ ବର୍ଷ ପର୍ଯ୍ୟନ୍ତ ଏଥିରେ ନିର୍ବାଚିତ ହୋଇଆସିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ସେ ରାଜସ୍ୱମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ବିଜୁ ପଟ୍ଟନାୟକ ତାଙ୍କୁ ସରକାରୀ ଦଳର ନେତା ଭାବେ ମନୋନୀତ କରିଥିଲର ଯାହା ଦଳର ବାକି ସଭ୍ୟ ଓ ମନ୍ତ୍ରୀମଣ୍ଡଳରେ ଅଶାନ୍ତି ସୃଷ୍ଟି କରିଥିଲା । ପରେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୬୯ ମସିହାରେ କଂଗ୍ରେସର ପ୍ରଥମ ବିଭାଜନ ପରେ ସେ ସଙ୍ଗଠନ କଂଗ୍ରେସରେ ଯୋଗଦାନ କରିଥିଲେ । ୧୯୭୧ ନିର୍ବାଚନରେ ନିଜର ସମ୍ପତ୍ତିଆଦି ବନ୍ଧା ପକାଇ ନିର୍ବାଚନରେ ଲଢ଼ିଥିଲେ । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ପଠାଯାଇଥିବା ଖର୍ଚ ନ ପାଇବାରୁ ଏହି ଋଣ ସେ ପରିଶୋଧ କରିପାରିଲେ ନାହିଁ । []

  1. "Bio-Data of Chief Ministers of Orissa" (PDF). Orissa Reference Manual - 2004. p. 192. Retrieved 22 May 2010.
  2. 1 2 ମହାପାତ୍ର, ଅଭିରାମ. ‌‌ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ: ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି. ପ୍ରଜାତନ୍ତ୍ର. (୧୦ ସେପ୍ଟେମ୍ବର ୧୯୮୩)