ସଦାଶିବ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ସଦାଶିବ ତ୍ରିପାଠୀ
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୨୧ ଫେବୃଆରୀ ୧୯୬୫ – ୮ ମାର୍ଚ୍ଚ ୧୯୬୭
ପୂର୍ବ ଅଧିକାରୀବୀରେନ ମିତ୍ର
ପର ଅଧିକାରୀରାଜେନ୍ଦ୍ର ନାରାୟଣ ସିଂହଦେଓ
ବିଧାୟକ, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀରାଧାକୃଷ୍ଣ ବିଶ୍ୱାସରାୟ
ପର ଅଧିକାରୀରବି ସିଂହ ମାଝି
ନିର୍ବାଚନ ମଣ୍ଡଳୀଉମରକୋଟ
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀହରିଜନ ମୀରୁ
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1910-04-21)୨୧ ଅପ୍ରେଲ ୧୯୧୦
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା
ମୃତ୍ୟୁ୯ ସେପ୍ଟେମ୍ବର ୧୯୮୦(1980-09-09) (ବୟସ ୭୦)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ସଦାଶିବ ତ୍ରିପାଠୀ (୨୧ ଅପ୍ରେଲ ୧୯୧୦–୯ ସେପ୍ଟେମ୍ବର ୧୯୮୦), ଜଣେ ଓଡ଼ିଆ ରାଜନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୨୧ ଫେବୃଆରୀ ୧୯୬୫ଠାରୁ ୮ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । [୧] ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱମନ୍ତ୍ରୀ ଥିଲାବେଳେ ସେ ପ୍ରଥମେ ଓଡ଼ିଶାରେ ଜମିଦାରୀ ପ୍ରଥାର ଉଚ୍ଛେଦ ପାଇଁ ବିଲ ଆଗତ କରିଥିଲେ ଯାହାକୁ ପରେ ସେ ଏକ ଆଇନ ଭାବରେ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାର ଜମିଜମା ସମ୍ବନ୍ଧୀୟ ନାନାଦି ଆଇନ ଓ ସମସ୍ୟା ସମ୍ବନ୍ଧରେ ସେ ଅନେକ ବିଷୟ ବିଧାନ ସଭାରେ ଉପାସ୍ଥାପନ କରିଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସଦାଶିବ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭିକ ଜୀବନ ଶିକ୍ଷକ ଭାବେ ଆରମ୍ଭ କରି ସଦାଶିବ ପରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୩୭ ମସିହାରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବେ ଯୋଗ ଦେଇ ୩୦ ବର୍ଷ ପର୍ଯ୍ୟନ୍ତ ଏଥିରେ ନିର୍ବାଚିତ ହୋଇଆସିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ସେ ରାଜସ୍ୱମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ବିଜୁ ପଟ୍ଟନାୟକ ତାଙ୍କୁ ସରକାରୀ ଦଳର ନେତା ଭାବେ ମନୋନୀତ କରିଥିଲର ଯାହା ଦଳର ବାକି ସଭ୍ୟ ଓ ମନ୍ତ୍ରୀମଣ୍ଡଳରେ ଅଶାନ୍ତି ସୃଷ୍ଟି କରିଥିଲା । ପରେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୬୯ ମସିହାରେ କଂଗ୍ରେସର ପ୍ରଥମ ବିଭାଜନ ପରେ ସେ ସଙ୍ଗଠନ କଂଗ୍ରେସରେ ଯୋଗଦାନ କରିଥିଲେ । ୧୯୭୧ ନିର୍ବାଚନରେ ନିଜର ସମ୍ପତ୍ତିଆଦି ବନ୍ଧା ପକାଇ ନିର୍ବାଚନରେ ଲଢ଼ିଥିଲେ । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ପଠାଯାଇଥିବା ଖର୍ଚ ନ ପାଇବାରୁ ଏହି ଋଣ ସେ ପରିଶୋଧ କରିପାରିଲେ ନାହିଁ । [୨]

ଆଧାର[ସମ୍ପାଦନା]

  1. "Bio-Data of Chief Ministers of Orissa" (PDF). Orissa Reference Manual - 2004. p. 192. Retrieved 22 May 2010.
  2. ୨.୦ ୨.୧ ମହାପାତ୍ର, ଅଭିରାମ. ‌‌ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ: ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି. ପ୍ରଜାତନ୍ତ୍ର. (୧୦ ସେପ୍ଟେମ୍ବର ୧୯୮୩)