ଭର୍ତ୍ତୃହରି ମହତାବ
Bhartruhari Mahtab | |
---|---|
ଭର୍ତ୍ତୃହରି ମହତାବ | |
![]() ଶ୍ରେଷ୍ଠ ସାଂସଦ ପୁରସ୍କାର(୨୦୧୭) ଗ୍ରହଣ କରୁଥିବା ସମୟରେ | |
ସାଂସଦ: ଲୋକ ସଭା | |
Assumed office ୧୯୯୮ | |
ପୂର୍ବ ଅଧିକାରୀ | ଅନାଦି ସାହୁ |
ନିର୍ବାଚନ ମଣ୍ଡଳୀ | କଟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆଗରପଡ଼ା, ଓଡ଼ିଶା, ଭାରତ | ୮ ସେପ୍ଟେମ୍ବର ୧୯୫୭
ଜାତୀୟତା | Indian |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମହାଶ୍ୱେତା ମହତାବ |
ସନ୍ତାନ | ୧ ପୁଅ, ୧ ଝିଅ |
ବାପା/ବୋଉ | ହରେକୃଷ୍ଣ ମହତାବ (ବାପା) |
ଘର | କଟକ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପେଷା | ପତ୍ରକାର, ରାଜନୀତିଜ୍ଞ |
ଭର୍ତ୍ତୃହରି ମହତାବ (ଜନ୍ମ: ୮ ସେପ୍ଟେମ୍ବର ୧୯୫୭) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳ ରାଜନୈତିକ ଦଳରେ ସକ୍ରିୟ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ସେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାର ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେହି କଟକରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ, ୧୬ଶ ଏବଂ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ୨୦୧୭ ମସିହାରେ ତାଙ୍କୁ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।[୩]
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ଭର୍ତ୍ତୃହରି ମହାତାବ ୧୯୫୭ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହରେକୃଷ୍ଣ ମହତାବ ହେଉଛନ୍ତି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ଜଣେ ସଂଗ୍ରାମୀ ତଥା ସ୍ୱାଧୀନତା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ । ଭର୍ତ୍ତୃହରି ମହାଶ୍ୱେତା ମହତାବଙ୍କୁ ବିବାହ କରିଥିଲେ । ସେ ପେଶାରେ ଜଣେ ପତ୍ରକାର ।
ରାଜନୈତିକ ଜୀବନ[ସମ୍ପାଦନା]
ଭର୍ତ୍ତୃହରି ୧୯୯୮ ମସିହା ଭାରତୀୟ ସାଧାରଣ ନିର୍ବାଚନରେ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭା ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବରେ ଏହି ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର[ସମ୍ପାଦନା]
- ↑ "Lok Sabha". 164.100.47.132. 2012. Retrieved 27 March 2012.
Fifteenth Lok Sabha Members Bioprofile
- ↑ Bureau, Samajalive (2019-05-24). "ଓଡ଼ିଶା ଲୋକ ସଭା ପ୍ରାର୍ଥୀଙ୍କ ବିଜୟ ତାଲିକା". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-05-25.
- ↑ Media report