ସୁଭଦ୍ରା ମହତାବ

ଉଇକିପିଡ଼ିଆ‌ରୁ
ସୁଭଦ୍ରା ମହତାବ
ବିଧାୟିକା: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀହରେକୃଷ୍ଣ ମହତାବ
ପର ଅଧିକାରୀହରେକୃଷ୍ଣ ମହତାବ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯୭୮
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନ କଂଗ୍ରେସ
ଜୀବନ ସାଥୀହରେକୃଷ୍ଣ ମହତାବ
ବାପା/ବୋଉଆନନ୍ଦରାମ ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ସୁଭଦ୍ରା ମହତାବ (୧୯୦୦ – ୧୯୭୮) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞା ଥିଲେ । ହରେକୃଷ୍ଣ ମହତାବାଙ୍କଦ୍ୱାରା ଅନୁପ୍ରେରିତ ହୋଇ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳରେ ଯୋଗ ଦେଇଥିଲେ ଏବଂ ପ୍ରଥମ ଓଡ଼ିଆ ମହିଳା ସ୍ୱାଧୀନତା ସଂଗ୍ରାମ ଭାବରେ ସେ କାରାବରଣ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଭୁବନେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁଭଦ୍ରା ମହତାବ କେନ୍ଦ୍ରାପଡ଼ା ଜିଲ୍ଲାର ହାଣ୍ଡିଭଙ୍ଗା ଗାଆଁରେ ୧୯୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଆନନ୍ଦରାମ ସିଂହ ଓ ପତିଙ୍କ ନାମ ହରେକୃଷ୍ଣ ମହତାବ[୨]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ସୁଭଦ୍ରା ମହାତାବ ହରେକୃଷ୍ଣ ମହତାବଙ୍କଦ୍ୱାରା ପ୍ରେରିତ ହୋଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଆଗରପଡ଼ାଠାରେ ହରେକୃଷ୍ଣ ମହତାବଙ୍କଦ୍ୱାରା ସ୍ଥାପିତ ହୋଇଥିବା ଗାନ୍ଧୀ କର୍ମ ମନ୍ଦିରର ପରିଚାଳିକା ଥିଲେ ସେ । ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ସମୟରେ ସେ ବନ୍ଦୀ ହୋଇ ହାଜିରାବାଗ ଜେଲ୍‌ରେ ତିନି ମାସ କାରାବାସରେ ଥିଲେ । ସୁଭଦ୍ରା ଦେବୀ ଓଡ଼ିଶାର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବରେ ଜେଲ୍ ଯାଇଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ସୁଭଦ୍ରା ମହତାବ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]

୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ହରେକୃଷ୍ଣ ମହତାବ ବାଲେଶ୍ୱର ଜିଲ୍ଲାବାସୁଦେବପୁରପୁରୀ ଜିଲ୍ଲାର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଜନ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ । ସେ ବାସୁଦେବପୁର ବିଧାନ ସଭା ଆସନକୁ ହାତରେ ରଖି ଭୁବନେଶ୍ୱର ଆସନକୁ ଛାଡ଼ି ଦେଇଥିଲେ । ଏହାପରେ ଭୁବନେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ଜନ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

ସୁଭଦ୍ରା ମହତାବ ୧୯୭୮ ମସିହାରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. Mahotsav, Amrit. "Subhadra Mahtab". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-09-28.{{cite web}}: CS1 maint: unrecognized language (link)
  2. ୨.୦ ୨.୧ ୨.୨ ୨.୩ "Shri Subhadra Mahtab". odishaassembly.nic.in. Odisha Assembly. Retrieved 3 September 2021.
  3. ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୧୮". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୩୬. ISBN 978-81-89436-54-4. Retrieved 4 September 2021.