ଗୋକୁଳାନନ୍ଦ ମହାନ୍ତି

ଉଇକିପିଡ଼ିଆ‌ରୁ
ଗୋକୁଳାନନ୍ଦ ମହାନ୍ତି
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀବନ୍ତ
ସାଂସଦ: ୩ୟ ଲୋକ ସଭା
କାର୍ଯ୍ୟକାଳ
୧୯୬୨ – ୧୯୬୭
ପୂର୍ବ ଅଧିକାରୀଭାଗବତ ସାହୁ
ପର ଅଧିକାରୀଶ୍ୟାମସୁନ୍ଦର ମହାପାତ୍ର
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1899-12-01)୧ ଡିସେମ୍ବର ୧୮୯୯
ମୃତ୍ୟୁ୯ ଡିସେମ୍ବର ୧୯୭୪(1974-12-09) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକନକ ଦେବୀ
ସନ୍ତାନ୨ ପୁଅ ୨ ଝିଅ
ବାପା/ବୋଉଉଦୟନାଥ ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଗୋକୁଳାନନ୍ଦ ମହାନ୍ତି (୧ ଡିସେମ୍ବର ୧୮୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ଓଡ଼ିଶାରେ ହୋଇଥିବା ୧ମ ଓଡ଼ିଶା ବିଧାନ ସଭାକୁ ବନ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୩ୟ ଲୋକ ସଭାକୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଗୋକୁଳାନନ୍ଦ ମହାନ୍ତି ୧୮୯୯ ମସିହାର ଡିସେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଉଦୟନାଥ ମହାନ୍ତି ।[୧] ତାଙ୍କ ପତ୍ନୀଙ୍କ ନାମ କନକ ଦେବୀ ।[୧] ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ଗୋକୁଳାନନ୍ଦ ୧୯୨୨ ମସିହାରେ ଅସହଯୋଗ ଆନ୍ଦୋଳନ ସମୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।[୧] ଏହାପରେ ସେ ବିଭିନ୍ନ ଆନ୍ଦୋଳନରେ ଭାଗନେଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଗୋକୁଳାନନ୍ଦ ସ୍ୱାଧୀନ ଭାରତର ୧ମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବନ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୬୨ ଭାରତୀୟ ସାଧାରଣ ନିର୍ବାଚନରେ ଗୋକୁଳାନନ୍ଦ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୩ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩] ଏହି ଲୋକ ସଭାରେ ସେ ୧୯୬୨ ମସିହାରୁ ୧୯୬୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଗୋକୁଳାନନ୍ଦ ୧୯୭୪ ମସିହାର ଡିମସେମ୍ବର ମାସ ୯ ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Late Gokulananda Mohanty". odishaassembly.nic.in. Odisha Assembly. Retrieved 16 May 2019.
  2. "Balasore(Orissa) Lok Sabha Election Results 2019 with Sitting MP and Party Name". www.elections.in. Retrieved 2019-05-17.
  3. "Balasore Parliamentary Constituency Map, Election Results and Winning MP". www.mapsofindia.com. Retrieved 2019-05-17.