ରାମଚନ୍ଦ୍ର ମଲ୍ଲିକ
Appearance
ରାମଚନ୍ଦ୍ର ମଲ୍ଲିକ | |
---|---|
ସାଂସଦ: ୧୨ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୮ – ୧୯୯୯ | |
ପୂର୍ବ ଅଧିକାରୀ | ଆଞ୍ଚଲ ଦାସ |
ପର ଅଧିକାରୀ | ଜଗନ୍ନାଥ ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ସାଂସଦ: ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୭୯ | |
ପୂର୍ବ ଅଧିକାରୀ | ଅନାଦି ଚରଣ ଦାସ |
ପର ଅଧିକାରୀ | ଅନାଦି ଚରଣ ଦାସ |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ସାଂସଦ: ୩ୟ ଲୋକ ସଭା | |
କାର୍ଯ୍ୟକାଳ ୧୯୬୨ – ୧୯୬୭ | |
ପୂର୍ବ ଅଧିକାରୀ | ଲକ୍ଷ୍ମୀଧର ଜେନା, ଭୂବନାନନ୍ଦ ଦାସ |
ପର ଅଧିକାରୀ | ବାଇଧର ବେହେରା |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ଅଗଷ୍ଟ ୧୯୩୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଲୋକ ଦଳ |
ଜୀବନ ସାଥୀ | କମଳା ମଞ୍ଜରୀ ମଲ୍ଲିକ |
ବାପା/ବୋଉ | ଦୁର୍ଯ୍ୟୋଧନ ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମଚନ୍ଦ୍ର ମଲ୍ଲିକ (ଜନ୍ମ: ୨ ଅଗଷ୍ଟ ୧୯୩୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ରାମଚନ୍ଦ୍ର ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୬୨, ୧୯୭୭ ଓ ୧୯୯୮ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୬ଷ୍ଠ ଓ ୧୨ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମଚନ୍ଦ୍ର ମଲ୍ଲିକ ୧୯୩୩ ମସିହାର ଅଗଷ୍ଟ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ ଏବଂ ପତ୍ନୀଙ୍କ ନାମ କମଳା ମଞ୍ଜରୀ ମଲ୍ଲିକ ।[୧] ରାମଚନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ହିନ୍ଦୀରେ ରତ୍ନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମଚନ୍ଦ୍ର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ୩ଥର କାର୍ଯ୍ୟ କରିଛନ୍ତି ।[୧]
ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୨ | ୧୯୬୭ | ସଭ୍ୟ, ୩ୟ ଲୋକ ସଭା | ଯାଜପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୭ | ୧୯୭୯ | ସଭ୍ୟ, ୬ଷ୍ଠ ଲୋକ ସଭା | ଯାଜପୁର | ଭାରତୀୟ ଲୋକ ଦଳ |
୧୯୯୯ | ୧୯୯୯ | ସଭ୍ୟ, ୧୨ଶ ଲୋକ ସଭା | ଯାଜପୁର | ଭାରତୀୟ ଜାତୀୟ କଂଗ୍ରେସ |