ବୀରେନ ମିତ୍ର
ଦେଖଣା
ବୀରେନ ମିତ୍ର | |
|---|---|
![]() ବୀରେନ ମିତ୍ର | |
| ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
| କାର୍ଯ୍ୟକାଳ ୨ ଅକ୍ଟୋବର ୧୯୬୩ – ୨୧ ଫେବୃଆରୀ ୧୯୬୫ | |
| ନିର୍ବାଚନ ମଣ୍ଡଳୀ | କଟକ ସଦର |
| ବିଧାୟକ: ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୭ – ୧୯୭୧ | |
| ନିର୍ବାଚନ ମଣ୍ଡଳୀ | କଟକ ସଦର |
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପୂର୍ବ ଅଧିକାରୀ | ପ୍ରାଣନାଥ ପଟ୍ଟନାୟକ |
| ପର ଅଧିକାରୀ | ରାଜା ବୀରକିଶୋର ଦେବ |
| ନିର୍ବାଚନ ମଣ୍ଡଳୀ | କଟକ ନଗର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୬ ନଭେମ୍ବର ୧୯୧୭ କଟକ, ଓଡ଼ିଶା |
| ମୃତ୍ୟୁ | ୨୫ ମଇ ୧୯୭୮ (ବୟସ ୬୦) ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ଇଶ୍ୱରମା ମିତ୍ର |
| ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ପ୍ୟାରୀମୋହନ ଏକାଡେମୀ |
ବୀରେନ ମିତ୍ର (୨୬ ନଭେମ୍ବର ୧୯୧୭–୨୫ ମଇ ୧୯୭୮), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ । ସେ ୨ ଅକ୍ଟୋବର୧୯୬୩ଠାରୁ ୨୧ ଫେବୃଆରୀ୧୯୬୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । [୧] ସେ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭାକୁ କଟକ ସଦରରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୩ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୧୯୬୫ ମସିହାରେ ଇସ୍ତଫା ଦେଇଥିଲେ । [୨]
ବୀରେନ, ୧୯୧୭ ମସିହାରେ କଟକର କାଠଗଡା ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା "ବିପିନ ବିହାରୀ ମିତ୍ର" । ସେ କଟକର ପ୍ୟାରୀମୋହନ ଏକାଡେମୀ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ "ଅଗଷ୍ଟ ବିପ୍ଳବ"ରେ ଅଂଶଗ୍ରହଣ କରିଥିଲେ । ହରେକୃଷ୍ଣ ମହତାବ ଥିଲେ ବୀରେନଙ୍କ ରାଜନୈତିକ ଗୁରୁ ଓ ସହକର୍ମୀ ।[୩]
ଆଧାର
[ସମ୍ପାଦନା]- ↑ "Bio-Data of Chief Ministers of Orissa" (PDF). Orissa Reference Manual - 2004. p. 191. Retrieved 01 May 2012.
{{cite web}}: Check date values in:|accessdate=(help) Father : Late Bipin Behari Mitra; Married to Shrimati Iswarama Mitra; Father of two sons and one daughter - ↑ https://web.archive.org/web/20100525063145/http://orissa.gov.in:80/e-magazine/orissaannualreference/ORA-2004/pdf/biodata_CM_orissa.pdf
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୫/୦୫/୨୦୧୮ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 25 May 2018.[permanent dead link]
