Jump to content

ହରେକୃଷ୍ଣ ମହତାବ

ଉଇକିପିଡ଼ିଆ‌ରୁ
(Harekrushna Mahatabରୁ ଲେଉଟି ଆସିଛି)
ଉତ୍କଳ କେଶରୀ ଡ.

ହରେକୃଷ୍ଣ ମହତାବ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୯ ଅକ୍ଟୋବର ୧୯୫୬  ୨୫ ଫେବୃଆରୀ ୧୯୬୧
ପୂର୍ବ ଅଧିକାରୀନବକୃଷ୍ଣ ଚୌଧୁରୀ
ପର ଅଧିକାରୀବିଜୁ ପଟ୍ଟନାୟକ
ରାଜ୍ୟପାଳ, ବମ୍ବେ
କାର୍ଯ୍ୟକାଳ
୨ ମାର୍ଚ୍ଚ ୧୯୫୫  ୧୪ ଅକ୍ଟୋବର ୧୯୫୬
ପୂର୍ବ ଅଧିକାରୀଗିରିଜା ଶଙ୍କର ବାଜପାୟୀ
ପର ଅଧିକାରୀଶ୍ରୀ ପ୍ରକାଶ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭  ୧୨ ମଇ ୧୯୫୦
ପୂର୍ବ ଅଧିକାରୀନୂଆ ପଦବୀ ଆରମ୍ଭ କରାଯାଇଥିଲା
ପର ଅଧିକାରୀନବକୃଷ୍ଣ ଚୌଧୁରୀ
ପ୍ରଧାନମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୩ ଅପ୍ରେଲ ୧୯୪୬  ୧୫ ଅଗଷ୍ଟ ୧୯୪୭
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀପଦବୀ ଲୋପ ପାଇଥିଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1899-11-21)୨୧ ନଭେମ୍ବର ୧୮୯୯
ଆଗରପଡ଼ା, ଭଦ୍ରକ ଜିଲ୍ଲା
ମୃତ୍ୟୁ୨ ଜାନୁଆରୀ ୧୯୮୭(1987-01-02) (ବୟସ ୮୭)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁଭଦ୍ରା ମହତାବ
ସନ୍ତାନଭର୍ତ୍ତୃହରି ମହତାବ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ

ହରେକୃଷ୍ଣ ମହତାବ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡ଼ାଠାରେ ଏକ ଖଣ୍ଡାୟତ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । [][] ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗନେଇଥିଲେ ।

ସାମାଜିକ ଓ ରାଜନୈତିକ ଜୀବନ

[ସମ୍ପାଦନା]

୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । [] ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ "ବିଷୁବ ମିଳନ" ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି । []

ରଚନାବଳୀ

[ସମ୍ପାଦନା]

ଅନ୍ୟାନ୍ୟ

[ସମ୍ପାଦନା]
  • ଆତ୍ମଦାନ
  • ରୂପାନ୍ତର
  • ଇତିହାସର ପରିହାସ
  • ପ୍ରବଚନ
  • ଗୁପ୍ତ ପ୍ରଣୟ
  • ଉତ୍ତରୋତର
  • ଶମ୍ଭୁଙ୍କର ତପସ୍ୟା
  • ଅନ୍ଧଯୁଗ
  • ଯୁଗସଂକେତ
  • ଓଡ଼ିଶା ଇତିହାସ (୩ ଖଣ୍ଡ)
  • ସାହିତ୍ୟ ଆଲୋଚନା
  • ଗାନ୍ଧୀ ଧର୍ମ
  • ଅହିଂସାର ଉପଯୋଗ
  • ଭାରତୀୟ ସଂସ୍କୃତି
  • ନେତା ଓ ଜନତା
  • ଦଶ ବର୍ଷର ଓଡ଼ିଶା
  • ଗାନ୍ଧୀଜୀ ଓ ଓଡ଼ିଶା
  • ଆରବ ସାଗରରୁ ଚିଲିକା
  • ଗାଁ ମଜଲିସ (4 ଖଣ୍ଡ)
  • ଆଧୁନିକତା

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସେ ଓଡ଼ିଶା ସାହିତ୍ୟ ଏକାଡେମୀସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩ []
  1. "Eminent Persons -123orissa.com". 123orissa.com. Archived from the original on 23 January 2013. Retrieved 27 March 2013. He is popularly known as "Utkal Keshari".
  2. Mishra, Digambar (2003). Political Behavior of Indian State Governors: A Study of the Role of Governer in Orissa (in ଇଂରାଜୀ). Saṁskṛiti. ISBN 978-81-87374-19-0.
  3. "Odisha News | A Complete Information Portal on Odisha | Utkala Keshari Harekrushna Mahtab". odisha.360.batoi.com. Retrieved 27 March 2013. Harekrushna Mahtab was born on November 21, 1899 at Agarpara village in Bhadrak district.
  4. ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୨
  5. ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୯ରେ ପ୍ରକାଶିତ ଲେଖା "ଗଣବଦ୍ୟ ଡ଼ ମହତାବ"
  6. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19June 2021. {{cite web}}: Check date values in: |accessdate= (help)

ଅଧିକ ତଥ୍ୟ

[ସମ୍ପାଦନା]