ଗୋପାଳପୁର ଟସର ବସ୍ତ୍ର

ଉଇକିପିଡ଼ିଆ‌ରୁ
ଗୋପାଳପୁର ଟସର ବସ୍ତ୍ର
Geographical indication
Alternative namesGopalpur Tussar Fabrics
Typeହସ୍ତତନ୍ତ, ବସ୍ତ୍ର
Areaଗୋପାଳପୁର,ଯାଜପୁର ଜିଲ୍ଲା, ଓଡ଼ିଶା
Countryଭାରତ
Registered୨୦୦୯
Materialହସ୍ତତନ୍ତ

ଗୋପାଳପୁର ଟସର ବସ୍ତ୍ର ଓଡ଼ିଶାର ଏକ ପ୍ରସିଦ୍ଧ ହସ୍ତକଳା ବସ୍ତ୍ର । ଯାଜପୁର ଜିଲ୍ଲାର ଗୋପାଳପୁର ଗ୍ରାମ ଟସର ରେଶମ ବସ୍ତ୍ର ପାଇଁ ପ୍ରସିଦ୍ଧ । ଏହି ହସ୍ତତନ୍ତ କଳା ୨୦୦୯ରେ ଭାରତ ସରକାରଙ୍କ ଅଧିନରେ ଭାରତୀୟ ଭୌଗଳିକ ସଂକେତ ଭାବେ ଚିହ୍ନଟ ହୋଇଥିଲା । ଟସର ବସ୍ତ୍ର ମଧ୍ୟ ଧୋତି, ଯୋଡ଼ା, ଶାଲ, ସ୍କାର୍ଫ ଏବଂ ଶାଢ଼ୀ ଆଦି ରୂପରେ ଦେଖିବାକୁ ମିଳେ । [୧][୨]

ତିଆରି ପ୍ରଣାଳୀ[ସମ୍ପାଦନା]

ସୁତା ତିଆରି[ସମ୍ପାଦନା]

ଛାଞ୍ଚରେ ସୁତା ତିଆରି ହୁଏ । ଏଥିଲାଗି ମହିଳାମାନେ ଅଧିକାଂଶ ନିୟୋଜିତ ଥାନ୍ତି । ମହିଳାମାନେ ସୁତା ରିଲିଂରେ ସହଯୋଗ କରିଥାନ୍ତି । ବୁଣାକାରୀ ଡାହାଣ ହାତରେ କାଠର ନଟେଇ ଧରି ଏବଂ ଅନ୍ୟ ହାତରେ ସୁତା ଖିଅକୁ ଧରି ଟସର ସୁତାକୁ ରିଲ କରିଥାନ୍ତି । ଏକ ସମାନ ଗତିରେ ବୁଲେଇ ବୁଲେଇ ଏସବୁ ସମ୍ପନ୍ନ କରନ୍ତି । ବାନ୍ଧ କାମ ହାତରେ ହୋଇଥାଏ ତେଣୁ ଏହାର ଦାମ ଅଧିକ ହୋଇଥାଏ । ରିଲିଂମେସିନ ମଧ୍ୟ ବଜାରରେ ଉପଲବ୍ଧ ହେଲାଣି ଯାହା ସମୟ ବଂଚାଇଥାଏ ଏବଂ ଅଧିକ ଉତ୍ପାଦନରେ ସାହାଯ୍ୟ କରିଥାଏ । ପାରମ୍ପରିକ ରୀତିରେ ଚରଖା ସାହାଯ୍ୟରେ ଚଡକି ଚାରିପଟେ ପକାଇ ନଳି ପୁରଣ କରାଯାଏ । ଏବେ ଗାନ୍ଧି ଚରଖା ବଦଳରେ ଧାତବ ଚରଖା(ସାଇକେଲ ଭଳି ଦେଖାଯାଉଥିବା ଏକ ଚରଖା) ବ୍ୟବହୃତ ହେଉଛି ।

ବୁଣା[ସମ୍ପାଦନା]

କଟ ଶଟଲ ଉପାୟରେ ବୁଣାଯାଇଥାଏ । ଫୋଡ଼ା କୁମ୍ଭ ମଧ୍ୟ ସନ୍ନିବେଶିତ ହୋଇଥାଏ । ଏହା ଏକ ସମଯସାପେକ୍ଷ ପ୍ରକ୍ରିୟା ଅଟେ । ଟାଇ ଏବଂ ଡାଇ ଉପରେ ଫୋଡ଼ା କୁମ୍ଭ ଆଧାରରେ ଅଧିକ ଉତ୍ପାଦନ କରିହୁଏ ।

ସଜ୍ଜା[ସମ୍ପାଦନା]

ବସ୍ତ୍ରକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରାଯାଏ ମୁଖ୍ୟ ରଙ୍ଗଗୁଡ଼ିକ ହେଲା ନାରଙ୍ଗୀ, ଲାଲ, ବାଇଗଣୀ, ଏବଂ ଧୂସର ।

ଟସର ବସ୍ତ୍ର ବ୍ୟବସାୟ[ସମ୍ପାଦନା]

ବ୍ୟବସାୟୀ ସଙ୍ଘ (PWCS), ସ୍ୱୟଂ ସହାୟକ ଗୋଷ୍ଠୀ (SHG), ବୟନିକା (OSHWCS),ସମ୍ବଲପୁରୀ ବସ୍ତ୍ରାଳୟ (SERIFED)ଆଦି ଦେଶୀ ବ୍ୟବସାୟୀଙ୍କ ସହଯୋଗରେ ଭାଗଲପୁର ଚମ୍ପା, କଲିକତା , ଦିଲ୍ଲୀ, ବେଙ୍ଗାଳୁରୁବଜାର ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନୀୟ ବଜାରରେ ବିକ୍ରୟ ହୋଇଥାଏ । ୨୦୧୩ -୧୪ ମସିହା ସର୍ବେକ୍ଷଣ ଅନୁଯାୟୀ ଏହି କ୍ଲଷ୍ଟରରେ ୭୪୫ କରଘାରେ ପାଖାପାଖି ୫୦୦୦ ଲୋକ ଏହି ବ୍ୟବସାୟରେ ନିର୍ଭର କରି ନିଜ ଗୁଜୁରାଣ ମେଣ୍ଟେଇଥାନ୍ତି । [୩]

ଆଧାର[ସମ୍ପାଦନା]

  1. "tussar silk sarees". exportersindia.org. Retrieved 31 January 2016.
  2. sethi, Pankaja. "weaving threads of tradition- Traditional textile from gopalpur, Odisha". www.craftrevival.org. Archived from the original on 27 May 2015. Retrieved 31 January 2016.
  3. "Gopalpur Handloom-1 Cuttack, Orissa". gocoop.com. Retrieved 31 January 2016.