ଲଳିତଗିରି

ଉଇକିପିଡ଼ିଆ ରୁ
Jump to navigation Jump to search
ଲଲିତଗିରି
Lalitgiri WIKI.JPG
ଏକ ବିହାର ଭିତରକୁ ପଥ
Basic information
Location ଭାରତ
Affiliationବୌଦ୍ଧ ବାଦ
Stateଓଡ଼ିଶା
Statusସଂରକ୍ଷିତ
ବୌଦ୍ଧବାଦ

Dharma Wheel.svg
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ

ଲଲିତଗିରି (ନଳିତଗିରି ନାମରେ ମଧ୍ୟ ଜଣା) ଓଡ଼ିଶାର କେତେକ ମୁଖ୍ୟ ଓ ପୁରାତନ ବୌଦ୍ଧ ସ୍ତୂପବିହାରର ସମାହାର । ଏହା ଓଡ଼ିଶାର ରତ୍ନଗିରି ଭଳି ଏକ ପୁରାତନ କୀର୍ତ୍ତିରାଜି । ଲଳିତଗିରି, ଉଦୟଗିରିରତ୍ନଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । [୧]

ଗୌତମ ବୁଦ୍ଧଙ୍କ ଅସ୍ଥି-ସମ୍ବଳିତ ଏକ ପୁରାତନ ଆଧାର ରଖାଯାଇ ଏକ ସଂଗ୍ରହାଳୟ ଏଠାରେ ନିର୍ମାଣ କରାଯାଇଅଛି । ତାହା ସହ ବାକି ଅନେକ ପ୍ରତ୍ନତତ୍ତ୍ୱିକ ବସ୍ତୁ ମଧ୍ୟ ଏଠାରେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଅଛି । ୧୯୮୫-୯୨ ଭିତରେ ଏହା ଏ.ଏସ.ଆଇ. ଦେଇ ବହୁଭାବରେ ଖନନ କରାଯାଇଥିଲା । ଏଥିରୁ ଏକ ବିଶାଳ ସ୍ତୂପର ଅବଶେଷ, ଖୋଣ୍ଡାଲାଇଟ, ଷ୍ଟାଲାଇଟ, ସୁନା ଓ ରୂପରେ ତିଆରି ପୁରାତନ ଆଧାର ଆଦି ଏଠାରୁ ମିଳିଅଛି । [୨]

ଉତ୍‌ଖନନ[ସମ୍ପାଦନା]

୧୯୮୫ରୁ ୧୯୯୨ ମଧ୍ୟରେ ଲଳିତଗିରିର ଉତ୍‌ଖନନ କରାଯିବା ବେଳେ ବହୁ ଦୁର୍ମୂଲ୍ୟ ବୌଦ୍ଧ ମୂର୍ତ୍ତି ଓ ବୌଦ୍ଧ ଧର୍ମ ସମ୍ପର୍କୀତ ଏକ ବିଶାଳ ସ୍ତୂପ ଲୋକଲୋଚନକୁ ଆସିଥିଲା ୤ ଉକ୍ତ ସ୍ତୂପ ମଧ୍ୟରୁ ଗୋଟିତ ଭିତରେ ଗୋଟିଏ ଥାଇ ୪ଟି ଫରୁଆ ମିଳିଥିଲା ୤ ଖାଣ୍ଡେଲାଇଟ ପଥରରେ ନିର୍ମିତ ପ୍ରଥମ ଫରୁଆ ମଧ୍ୟରେ ଷ୍ଟେଟାଇଟ ନିର୍ମିତ ଏକ ଫରୁଆ, ତାମଧ୍ୟରେ ରୂପାର ନିର୍ମିତ ଫରୁଆ ଏବଂ ସେଥିମଧ୍ୟରେ ଏକ ସୁନା ଫରୁଆ ଥିଲା ୤ ଶେଷୋକ୍ତ ସୁନା ଫରୁଆ ମଧ୍ୟରେ ଗୌତମ ବୁଦ୍ଧଙ୍କ ଦେହାବଶେଷ ଥିଲା ୤ ଉକ୍ତ ଦେହାବଶେଷ ସହ ୪ଟି ଫରୁଆ ବର୍ତ୍ତମାନ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟରେ ଅଛି ୤ [୩]

ଅବସ୍ଥାନ[ସମ୍ପାଦନା]

ଅକ୍ଷାଂଶ ୨୦.୨୫୯୪୫୮ ଉତ୍ତର ଓ ଦ୍ରାଘିମା ୮୬.୨୫୦୬୯ ପୂର୍ବ ଓ ମୁଖ୍ୟ ସ୍ତୁପର ଅବସ୍ଥାନ ୨୦.୫୮୯୪୫୮, ୮୬୨୫୦୬୯ ।

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

"Indian Archaeology - A Review" (IAR) ଖଣ୍ଡରେ ଖନନ ବାବଦରେ ସବିଶେଷ ଏହିଠାରେ ଦେଖନ୍ତୁ:

  • IAR 1985-86, pp. 62-63
  • IAR 1986-87, pp. 64-67
  • IAR 1987-88, pp. 88-90
  • IAR 1988-89, pp. 65-66

ଅଧିକ ତଥ୍ୟ[ସମ୍ପାଦନା]