ସାନଘାଗରା ଜଳପ୍ରପାତ

ଉଇକିପିଡ଼ିଆ‌ରୁ
ସାନଘାଗରା ଜଳପ୍ରପାତ
ସାନଘାଗରା ଜଳପ୍ରପାତ, କେନ୍ଦୁଝର
ଅବସ୍ଥାନକେନ୍ଦୁଝର ଜିଲ୍ଲା, ଓଡ଼ିଶା, ଭାରତ
ଉଚ୍ଚତା30.5 metres (100 ft)
ଖାଲମାନଙ୍କ ସଂଖ୍ୟା
ଝରଣାମାଛ କାନ୍ଦଣା

ସାନଘାଗରା ଜଳପ୍ରପାତ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ସୁନ୍ଦର ପ୍ରାକୃତିକ ଜଳପ୍ରପାତ ।

ଅବସ୍ଥିତି[ସମ୍ପାଦନା]

ସାନଘାଗରା, ଜିଲ୍ଲାର ସଦରମହକୁମା କେନ୍ଦୁଝରଠାରୁ ୬ କି.ମି. ଦୂରରେ ଅବସ୍ଥିତ ଓ ବଡ଼ଘାଗରା ଜଳପ୍ରପାତଠାରୁ ୩ କି.ମି. ଦୂରରେ ଅବସ୍ଥିତ ।

ଆକର୍ଷଣ[ସମ୍ପାଦନା]

ସାନଘାଗରା ଏକ ଚିରସ୍ରୋତା ଜଳପ୍ରପାତ । ଏହା ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛକାନ୍ଦଣା ମଧ୍ୟରେ ଅବସ୍ଥିତ । ଏହି ସ୍ଥାନରେ ଜଳସ୍ରୋତଟି ହାରାହାରି ୧୦୦ଫୁଟ ଉଚ୍ଚତାରୁ ନିମ୍ନକୁ ଗତିକରିଛି । ୪୮୮ ହେକ୍ଟର ଆୟତନ ବିଶିଷ୍ଟ ଏହି ସ୍ଥାନଟି ଏକ ଜଣାଶୁଣା ପର୍ଯ୍ୟଟନ କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି । ଶାଳଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନକୁ ବର୍ଷସାରା ସହସ୍ରାଧିକ ପର୍ଯ୍ୟଟକ ଆସିଥାନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇ ନୌ-ବିହାରର ବ୍ୟବସ୍ଥା କରାଯାଇଛି ।

ଆଧାର[ସମ୍ପାଦନା]