କେନ୍ଦୁଝର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୧,୮୯୩
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

କେନ୍ଦୁଝର (କ୍ରମିକ ସଂଖ୍ୟା: ୨୪) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କେନ୍ଦୁଝର (ପୌ), କେନ୍ଦୁଝର ବ୍ଳକ, ଝୁମ୍ପୁରା ବ୍ଳକର କିଛି ଅଂଶ ଓ ବାଂଶପାଳ ବ୍ଳକର କିଛି ଅଂଶ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଭିରାମ ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କ ଠାରୁ ୮୬୭୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବର୍ଣ୍ଣ ନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୋହନ ଚରଣ ମାଝିଙ୍କଠାରୁ ୭,୨୬୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, କେନ୍ଦୁଝର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସୁବର୍ଣ୍ଣ ନାୟକ ୩୬,୪୭୧ ୩୦.୩୪ -
ଭାଜପା ମୋହନ ଚରଣ ମାଝି ୨୯,୨୦୨ ୨୪.୨୯ -
ସ୍ୱାଧୀନ ସିଦ୍ଧେଶ୍ୱର ନାୟକ ୨୪,୩୨୦ ୨୦.୨୩ -
କଂଗ୍ରେସ ବିଦ୍ୟାଧର ଦେହୁରୀ ୨୧,୩୩୮ ୧୭.୭୫ -
ଝାମୁମୋ ଶିବଶଙ୍କର ମଢ଼ୀ ୩,୦୯୬ ୨.୫୮ -
ବସପା ରାମ ପ୍ରସାଦ ହେମ୍ବ୍ରମ ୧,୫୮୫ ୧.୩୨ -
ସମୃଦ୍ଧ ଓଡ଼ିଶା ହାରାମଣୀ ମୁଣ୍ଡା ୧,୧୯୦ ୦.୯୯ -
ସ୍ୱାଧୀନ ବଳଭଦ୍ର ନାୟକ ୧,୧୩୫ ୦.୯୪ -
ରାଷ୍ଟ୍ରବାଦୀ ସେନା ଜର୍ମାନ ସୋରେନ ୧,୦୩୩ ୦.୮୬ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଯଦୁମଣୀ ବଙ୍କୀରା ୮୫୪ ୦.୭୧ -
ଭୋଟ ବ୍ୟବଧାନ ୭,୨୬୯ ୬.୦୫* -
ମତଦାନ ହାର ୧,୨୦,୨୪୭ ୬୪.୮୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: ଅଭିରାମ ନାଏକ (ବିଜଦ)
  • ୨୦୦୯: (୨୪): ସୁବର୍ଣ୍ଣ ନାୟକ (ବିଜଦ)
  • ୨୦୦୪: (୧୪୪): ମୋହନ ଚରଣ ମାଝି (ଭାଜପା)
  • ୨୦୦୦: (୧୪୪): ମୋହନ ଚରଣ ମାଝି (ଭାଜପା)
  • ୧୯୯୫: (୧୪୪): ଯୋଗେନ୍ଦ୍ର ନାୟକ (ଭାଜପା)
  • ୧୯୯୦: (୧୪୪): ଛୋଟରାୟ ମାଝି (ଜନତା ଦଳ)
  • ୧୯୮୫: (୧୪୪): ଛୋଟରାୟ ମାଝି (ଜନତା ପାର୍ଟି)
  • ୧୯୮୦: (୧୪୪): ଯୋଗେନ୍ଦ୍ର ନାୟକ (କଂଗ୍ରେସ-ଇ)
  • ୧୯୭୭: (୧୪୪): କୁମାର ମାଝି (ଜନତା)
  • ୧୯୭୪: (୧୪୪): ଗୋବିନ୍ଦ ମୁଣ୍ଡା (ସ୍ୱତନ୍ତ୍ର)
  • ୧୯୭୧: (୧୨୯): ଛୋଟରାୟ ମାଝି (ଉତ୍କଳ କଂଗ୍ରେସ)
  • ୧୯୬୭: (୧୨୯): ଗୋବିନ୍ଦ ମୁଣ୍ଡା (ସ୍ୱତନ୍ତ୍ର)
  • ୧୯୬୧: (୬୯): ଜନାର୍ଦନ ଭଞ୍ଜ ଦେଓ (ଗଣ ପରିଷଦ)
  • ୧୯୫୭: (୪୭): ଜନାର୍ଦନ ଭଞ୍ଜ ଦେଓ (ଗଣ ପରିଷଦ) ଓ କୃଷ୍ଣ ଚନ୍ଦ୍ର ମହାପାତ୍ର (ସ୍ୱାଧୀନ)
  • ୧୯୫୧: (୪୧): ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ (ସ୍ୱାଧୀନ) ଓ ଗୋବିନ୍ଦ ମୁଣ୍ଡା (ଗଣ ପରିଷଦ)

ଆଧାର[ସମ୍ପାଦନା]

  1. "Keonjhar Assembly Election 2009, Orissa". empoweringindia.org. Retrieved 24 May 2013. Constituency: Keonjhar (24) District : Keonjhar
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 144-Keonjhar Constituency of ORISSA". eci.nic.in. 2006. Retrieved 24 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf