ଗାୟତ୍ରୀ ସରାଫ
ଦେଖଣା
ଗାୟତ୍ରୀ ସରାଫ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବଲାଙ୍ଗୀର | ୧୭ ଅଗଷ୍ଟ ୧୯୫୨
ବୃତ୍ତି | ଶିକ୍ଷୟତ୍ରୀ |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ଗାୟତ୍ରୀ ସରାଫ (୧୭ ଅଗଷ୍ଟ ୧୯୫୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ[୧] ଗାଳ୍ପିକା ଓ ଶିକ୍ଷୟତ୍ରୀ ।[୨] ୨୦୧୭ ମସିହାରେ ସେ ନିଜ ଗଳ୍ପ ସଂକଳନ "ଇଟାଭାଟିର ଶିଳ୍ପୀ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩] ଜଣେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ସେ ପାଟଣାଗଡ଼ ବାଳିକା ଉଚ୍ଚବିଦ୍ୟାଳୟରୁ ଅବସର ଗ୍ରହଣ କରିସାରିଛନ୍ତି । ୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି । "ଆଲୋକିତ ଅନ୍ଧାର" ତାଙ୍କ ପ୍ରକାଶିତ ପ୍ରଥମ ଗଳ୍ପ ସଂକଳନ । ଏହା "ଆତ୍ମ ପ୍ରକାଶନୀ, ବଲାଙ୍ଗୀର"ଦ୍ୱାରା ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା ଓ ଅସିତ ମୁଖାର୍ଜୀ ବହିଟିର ପ୍ରଚ୍ଛଦ ଚିତ୍ର ଅଙ୍କନ କରିଥିଲେ ।
ରଚନାବଳୀ
[ସମ୍ପାଦନା]ଗଳ୍ପ ସଙ୍କଳନ
[ସମ୍ପାଦନା]- ସ୍ମୃତିର ଚିତ୍ରନଦୀ (୨୦୦୭)
- ନୀଳ ଜହ୍ନର ଜୁଇ (୨୦୦୬)
- ବାପା ଭଲ ଅଛନ୍ତି (୨୦୦୩)
- ପ୍ରେମିକା ପରି କେହି ଜଣେ (୧୯୯୮)
- ନିଜସ୍ୱ ବସନ୍ତ (୧୯୯୬)
- ଆଇନାର ଜହ୍ନ (୧୯୯୫)
- ଆଲୋକିତ ଅନ୍ଧାର (୧୯୮୮)
- ଶେଷ ବିଦାୟର ଗୀତ
- ବର୍ଷାର ଓଢଣା ତଳେ
- ଇଟାଭାଟିର ଶିଳ୍ପୀ
- ଅନାହତ ପରମ୍ପରା(ସମ୍ପାଦନା)
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୭( ଗଳ୍ପ ପୁସ୍ତକ ଇଟାଭାଟିର ଶିଳ୍ପୀ ପାଇଁ)
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୧୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୫][୬]
- ଶ୍ରେଷ୍ଠ ଶିକ୍ଷୟତ୍ରୀ(ରାଷ୍ଟ୍ରପତି ପୁରସ୍କାର) - ୨୦୦୫[୭]
- କାଦମ୍ବିନୀ ଗଳ୍ପ ସମ୍ମାନ, ୨୦୦୭
- ସୁଚରିତା ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର, ୧୯୯୬
- ପ୍ରଜାତନ୍ତ୍ର ସାହିତ୍ୟ ସମ୍ମାନ, ୨୦୦୦
- ଧରିତ୍ରୀ ସମ୍ମାନ
- ସୁଧନ୍ୟା ସମ୍ମାନ
- ପ୍ରଫୁଲ୍ଲ ମହାକୂଳ ସାହିତ୍ୟ ରତ୍ନ ସମ୍ମାନ, ୧୯୯୫
- ଭୁବନେଶ୍ୱର ବେହେରା ପ୍ରଜ୍ଞା ସମ୍ମାନ
- ଶ୍ରେଷ୍ଠ ଜିଲ୍ଲା ଗାଇଡ କମିଶନର ପୁରସ୍କାର[୮]
ଆଧାର
[ସମ୍ପାଦନା]- ↑ Orissa General Knowledge. Bright Publications. pp. 92–. ISBN 978-81-7199-574-5.
- ↑ "indianwriters.org: GAYATRI SARAF". Archived from the original on 2013-09-14. Retrieved 2012-01-13.
- ↑ "ଅବଲୋକନ". No. ଧରିତ୍ରୀ ସାହିତ୍ୟାୟନ ଅଗଷ୍ଟ ୮-୨୧ ପୃଷ୍ଠା ୫. Archived from the original on 16 August 2018. Retrieved 9 August 2018.
- ↑ "navratnanews.com: Profile of Gayatri Saraff". Archived from the original on 2011-01-10. Retrieved 2012-01-13.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୯- ଅପ୍ରେଲ ୧ ୨୦୧୬ ପୃଷ୍ଠା ୨. Retrieved 22 March 2016.
- ↑ "ଇଟାଭାଟିର ଶିଳ୍ପୀ". ସମ୍ବାଦ ୨୨/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Archived from the original on 28 December 2017. Retrieved 22 December 2017.
- ↑ ପ୍ରମେୟ ୩୦/୦୧/୨୦୧୫ ପୃଷ୍ଠା ୯