ଗାୟତ୍ରୀ ସରାଫ

ଉଇକିପିଡ଼ିଆ‌ରୁ
(Gayatri Sarafରୁ ଲେଉଟି ଆସିଛି)
ଗାୟତ୍ରୀ ସରାଫ
ଜନ୍ମ ଓ ଜନ୍ମସ୍ଥାନ (1952-08-17) ୧୭ ଅଗଷ୍ଟ ୧୯୫୨ (ବୟସ ୭୧)
ବଲାଙ୍ଗୀର
ବୃତ୍ତିଶିକ୍ଷୟତ୍ରୀ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ

ଗାୟତ୍ରୀ ସରାଫ (୧୭ ଅଗଷ୍ଟ ୧୯୫୨) ଜଣେ ଭାରତୀୟ ଓଡ଼ିଆ-ଭାଷୀ[୧] ଗାଳ୍ପିକା ଓ ଶିକ୍ଷୟତ୍ରୀ ।[୨] ୨୦୧୭ ମସିହାରେ ସେ ନିଜ ଗଳ୍ପ ସଂକଳନ "ଇଟାଭାଟିର ଶିଳ୍ପୀ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩] ଜଣେ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ସେ ପାଟଣାଗଡ଼ ବାଳିକା ଉଚ୍ଚବିଦ୍ୟାଳୟରୁ ଅବସର ଗ୍ରହଣ କରିସାରିଛନ୍ତି । ୨୦୧୫ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ ଭାବରେ ମନୋନୀତ କରାଯାଇଛି । "ଆଲୋକିତ ଅନ୍ଧାର" ତାଙ୍କ ପ୍ରକାଶିତ ପ୍ରଥମ ଗଳ୍ପ ସଂକଳନ । ଏହା "ଆତ୍ମ ପ୍ରକାଶନୀ, ବଲାଙ୍ଗୀର"ଦ୍ୱାରା ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା ଓ ଅସିତ ମୁଖାର୍ଜୀ ବହିଟିର ପ୍ରଚ୍ଛଦ ଚିତ୍ର ଅଙ୍କନ କରିଥିଲେ ।

ରଚନାବଳୀ[ସମ୍ପାଦନା]

ଗଳ୍ପ ସଙ୍କଳନ[ସମ୍ପାଦନା]

  • ସ୍ମୃତିର ଚିତ୍ରନଦୀ (୨୦୦୭)
  • ନୀଳ ଜହ୍ନର ଜୁଇ (୨୦୦୬)
  • ବାପା ଭଲ ଅଛନ୍ତି (୨୦୦୩)
  • ପ୍ରେମିକା ପରି କେହି ଜଣେ (୧୯୯୮)
  • ନିଜସ୍ୱ ବସନ୍ତ (୧୯୯୬)
  • ଆଇନାର ଜହ୍ନ (୧୯୯୫)
  • ଆଲୋକିତ ଅନ୍ଧାର (୧୯୮୮)
  • ଶେଷ ବିଦାୟର ଗୀତ
  • ବର୍ଷାର ଓଢଣା ତଳେ
  • ଇଟାଭାଟିର ଶିଳ୍ପୀ
  • ଅନାହତ ପରମ୍ପରା(ସମ୍ପାଦନା)

ସମ୍ମାନ ଓ ପୁରସ୍କାର[୪][ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୭( ଗଳ୍ପ ପୁସ୍ତକ ଇଟାଭାଟିର ଶିଳ୍ପୀ ପାଇଁ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୧୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୫][୬]
  • ଶ୍ରେଷ୍ଠ ଶିକ୍ଷୟତ୍ରୀ(ରାଷ୍ଟ୍ରପତି ପୁରସ୍କାର‌) - ୨୦୦୫[୭]
  • କାଦମ୍ବିନୀ ଗଳ୍ପ ସମ୍ମାନ, ୨୦୦୭
  • ସୁଚରିତା ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର, ୧୯୯୬
  • ପ୍ରଜାତନ୍ତ୍ର ସାହିତ୍ୟ ସମ୍ମାନ, ୨୦୦୦
  • ଧରିତ୍ରୀ ସମ୍ମାନ
  • ସୁଧନ୍ୟା ସମ୍ମାନ
  • ପ୍ରଫୁଲ୍ଲ ମହାକୂଳ ସାହିତ୍ୟ ରତ୍ନ ସମ୍ମାନ, ୧୯୯୫
  • ଭୁବନେଶ୍ୱର ବେହେରା ପ୍ରଜ୍ଞା ସମ୍ମାନ
  • ଶ୍ରେଷ୍ଠ ଜିଲ୍ଲା ଗାଇଡ କମିଶନର ପୁରସ୍କାର[୮]

ଆଧାର[ସମ୍ପାଦନା]

  1. Orissa General Knowledge. Bright Publications. pp. 92–. ISBN 978-81-7199-574-5.
  2. "indianwriters.org: GAYATRI SARAF". Archived from the original on 2013-09-14. Retrieved 2012-01-13.
  3. "ଅବଲୋକନ". No. ଧରିତ୍ରୀ ସାହିତ୍ୟାୟନ ଅଗଷ୍ଟ ୮-୨୧ ପୃଷ୍ଠା ୫. Archived from the original on 16 August 2018. Retrieved 9 August 2018.
  4. "navratnanews.com: Profile of Gayatri Saraff". Archived from the original on 2011-01-10. Retrieved 2012-01-13.
  5. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧. {{cite web}}: Check date values in: |accessdate= (help)
  6. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୯- ଅପ୍ରେଲ ୧ ୨୦୧୬ ପୃଷ୍ଠା ୨. Retrieved 22 March 2016.
  7. "ଇଟାଭାଟିର ଶିଳ୍ପୀ". ସମ୍ବାଦ ୨୨/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Archived from the original on 28 December 2017. Retrieved 22 December 2017.
  8. ପ୍ରମେୟ ୩୦/୦୧/୨୦୧୫ ପୃଷ୍ଠା ୯