ମାଗୁଣି ଚରଣ କୁଅଁର
ମାଗୁଣି ଚରଣ କୁଅଁର | |
---|---|
ଜନ୍ମ | |
ମୃତ୍ୟୁ | ୧ ଜୁନ ୨୦୨୪ ବୈଦରାଜ ସାହି, କେନ୍ଦୁଝର | (ବୟସ ୮୭)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | କାଠ କଣ୍ଢେଇ ନୃତ୍ୟ ବିନ୍ଧାଣୀ |
ବିଶ୍ୱକର୍ମା କଳାକୁଞ୍ଜ | |
ଶୈଳୀ | କାଠ କଣ୍ଢେଇ |
ପିତାମାତା(s) | ବୈଷ୍ଣବ ଚରଣ କୁଅଁର, ଡମଣୀ ଦେବୀ |
ପୁରସ୍କାର | ପଦ୍ମଶ୍ରୀ - ୨୦୨୩, କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ - ୨୦୦୪, ଉପେନ୍ଦ୍ର ଭଞ୍ଜ ସମ୍ମାନ-୨୦୧୨ |
ମାଗୁଣି ଚରଣ କୁଅଁର, (୧୨ ଫେବୃଆରୀ ୧୯୩୭ - ୦୧ ଜୁନ ୨୦୨୪)[୨] କାଠ କଣ୍ଢେଇ ନାଚର ଜଣେ ଦକ୍ଷ ବିନ୍ଧାଣୀ ଥିଲେ ।[୩] ଓଡ଼ିଶାରେ କାଠ କଣ୍ଢେଇ ନାଚ ବଞ୍ଚେଇ ରଖିବାରେ ସେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ପିଲାଦିନରୁ ମାଟି କଣ୍ଢେଇ ଗଢିବାର କୌଳିକ ପରମ୍ପରାକୁ ଆଦରି ନେଇଥିବା ମାଗୁଣି ଚରଣ, ଦିନରେ ମାଟି କଣ୍ଢେଇ ଗଢୁଥିଲେ ଓ ରାତିରେ ଗାଁ ରାମଲୀଳାରେ ଗୀତ ଗାଉଥିଲେ ଓ ବାଜା ବଜାଉଥିଲେ ।[୪] ୧୬ ବର୍ଷ ବୟସରେ, ତାଙ୍କ କଣ୍ଢେଇର ଜଣେ ଗ୍ରାହକ, ମକ୍ରଧ୍ୱଜ ଝରାଙ୍କ ପରାମର୍ଶରେ, ମାଗୁଣି ଚରଣ କାଠ କଣ୍ଢେଇ ନାଚକୁ ଆଦରି ନେଇଥିଲେ । [୫]
୧୯୫୫ ମସିହାରେ, ମାଗୁଣି ଚରଣ ନିଜର ୫ ଜଣ ସହାୟକ ଓ ମାତ୍ର ୪ଟଙ୍କା ପୁଞ୍ଜିକୁ ଆଧାର କରି "ବିଶ୍ୱକର୍ମା କଳାକୁଞ୍ଜ " ନାମକ ସଂସ୍ଥା ଗଠନକରି, ଆଧୁନିକ ଢଙ୍ଗରେ କାଠ କଣ୍ଢେଇ ନାଚର ପ୍ରଦର୍ଶନ ଆରମ୍ଭ କରିଥିଲେ ।[୬] ମାଗୁଣି ଚରଣ ଏକାଧାରରେ କଣ୍ଢେଇ ନିର୍ମାଣ କରିବା, ଯାତ୍ରାର ସଂଳାପ ଲେଖିବା ଓ ଯାତ୍ରାର ସଙ୍ଗୀତ ନିର୍ଦ୍ଦେଶନା ଦେବା ଆଦି କାମ କରିପାରୁଥିଲେ । ସେ ପୁରୁଷ, ମହିଳା, ପଶୁପକ୍ଷୀ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର କଣ୍ଠସ୍ୱର ମଧ୍ୟ ସୃଷ୍ଟି କରିପାରୁଥିଲେ । ସାମୟିକ କଥାବସ୍ତୁ ଓ ପୌରାଣିକ ଗାଥାକୁ ନେଇ ସେ କଣ୍ଢେଇ ନାଚ ପରିବେଷଣ କରୁଥିଲେ । [୭]
ରାଜ୍ୟ ଓ ରାଜ୍ୟ ବାହାରେ ବହୁ ସ୍ଥାନରେ କଣ୍ଢେଇ ନାଚ ପରିବେଷଣ କରି ବହୁ ପୁରସ୍କାର ଜିତି ସାରିଥିବା ମାଗୁଣି ଚରଣ ,ନିଜ କଳାର ଭବିଷ୍ୟତକୁ ନେଇ କିନ୍ତୁ ସନ୍ଦିହାନ ସ୍ଥିତିରେ ଥିଲେ । ପୃଷ୍ଟପୋଷକତାର ଅଭାବ ଓ ଅନ୍ୟ ପୁରୁଷମାନଙ୍କର ଏ କଳାପ୍ରତି ଅନାଗ୍ରହ ଯୋଗୁ, ଏ କଳା ଲୋପପାଇଯିବାର ଆଶଙ୍କା ପ୍ରକାଶ କରିଥିଲେ ।[୮]
୨୦୨୩ ମସିହାରେ ମାଗୁଣିଙ୍କୁ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।[୯]
ଗାଲେରି
[ସମ୍ପାଦନା]-
ମାଗୁଣି ଚରଣ କୁଅଁର କଲିକତାରେ କାଠି କଣ୍ଢେଇ ନାଚ ପ୍ରଦର୍ଶନ କରୁଛନ୍ତି
-
ମାଗୁଣି ଚରଣ କୁଅଁରଙ୍କ ଅନୁଷ୍ଠାନ ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜର ମଞ୍ଚ
-
ମାଗୁଣି ଚରଣ କୁଅଁର କଲିକତାରେ କାଠି କଣ୍ଢେଇ ନାଚ ପ୍ରଦର୍ଶନ କରୁଛନ୍ତି
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ୧୯୮୪- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ
- ୨୦୦୪ - କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ[୧୦]
- ୨୦୧୨ - ଉପେନ୍ଦ୍ର ଭଞ୍ଜ ସମ୍ମାନ[୧୧]
- ୨୦୧୪ - ବୁଦ୍ଧ ସମ୍ମାନ[୧୨]
- ୨୦୨୩ - ପଦ୍ମଶ୍ରୀ[୯]
ମୃତ୍ୟୁ
[ସମ୍ପାଦନା]୨୦୨୪ ମସିହା ଜୁନ ମାସ ୧ ତାରିଖ ଦିନ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ତାଙ୍କ ପୈତୃକ ଗ୍ରାମ ବୈଦରାଜ ସାହିରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।[୧୩]
ଆଧାର
[ସମ୍ପାଦନା]- ↑ http://www.hindu.com/fr/2007/06/29/stories/2007062951040200.htm[permanent dead link]
- ↑ "କଣ୍ଢେଇ ମୁଣ୍ଡ ଟେକିବା ଅବସ୍ଥାରେ ନାହିଁ". dharitri.com. Retrieved 9 March 2021.
- ↑ "ଆର୍କାଇଭ୍ କପି". Archived from the original on 2020-08-14. Retrieved 2014-03-19.
{{cite web}}
: Cite has empty unknown parameter:|1=
(help) - ↑ "କାଠରେ ଯିଏ ଜୀବନ ଦିଅନ୍ତି". ସମାଜ. 26 February 2017. Retrieved 28 February 2017.
- ↑ "ଆର୍କାଇଭ୍ କପି". Archived from the original on 2015-09-10. Retrieved 2014-03-19.
{{cite web}}
: Cite has empty unknown parameter:|1=
(help) - ↑ ରାଉତ, ଫକୀର ଚରଣ. "କେନ୍ଦୁଝରର କାଠ କଣ୍ଡେଇ ନାଚ" (PDF). ଉତ୍କଳ ପ୍ରସଙ୍ଗ (ସେପ୍ଟେମ୍ବର-ଅକ୍ଟୋବର ୨୦୧୪): ୧୦୫, ୧୦୬. Archived from the original (PDF) on 2 July 2019. Retrieved 2 July 2019.
- ↑ http://www.odisha.com/20070115/fullstory/art.html
- ↑ http://www.telegraphindia.com/1120523/jsp/odisha/story_15519044.jsp#.UyktdM6OyVE
- ↑ ୯.୦ ୯.୧ https://www.padmaawards.gov.in/Content/PadmaAwardees2023.pdf
- ↑ http://www.odisha.com/20050827/fullstory/Arts.award.Orissa.html
- ↑ http://www.newindianexpress.com/states/odisha/Upendra-Bhanja-Samman-for-Maguni-Kuanr-Damodar-Hota/2013/11/30/article1919892.ece#.UykuAs6OyVE[permanent dead link]
- ↑ http://www.thestatesman.net/news/39488-dhauli-kalinga-mahotsav.html
- ↑ "ପରଲୋକରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର". www.dharitri.com. ଧରିତ୍ରୀ. Archived from the original on 1 June 2024. Retrieved 1 June 2024.