ଭଗବାନ ସାହୁ

ଉଇକିପିଡ଼ିଆ‌ରୁ
(Bhagaban Sahuରୁ ଲେଉଟି ଆସିଛି)
ଭଗବାନ ସାହୁ
Born(1914-09-21)ସେପ୍ଟେମ୍ବର ୨୧, ୧୯୧୪
Died୧୨ ଅଗଷ୍ଟ ୨୦୧୨(2012-08-12) (ବୟସ ୯୭)
Nationalityଭାରତୀୟ
Occupationଲୋକନୃତ୍ୟ ଶିଳ୍ପୀ ଓ ଶିକ୍ଷକ

ଭଗବାନ ସାହୁ (୨୧ ସେପ୍ଟେମ୍ବର ୧୯୧୪ - ୧୨ ଅଗଷ୍ଟ ୨୦୧୨) ଜଣେ ଓଡ଼ିଆ ଲୋକନୃତ୍ୟ ଶିଳ୍ପୀ, ଅଭିନେତା, ଗାୟକ, ବାଦକ ଓ ନୃତ୍ୟ ନିର୍ଦ୍ଦେଶକ ଥିଲେ । ସେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ବାଘ ନାଚ, ରଣପା, ଦଣ୍ଡ ନାଟ, ଲଉଡ଼ି, ପାଇକ ନାଚ, ଚଢ଼େଇଆ ନାଚ, ଯୋଡ଼ିଶଙ୍ଖ ଆଦି ଲୋକନୃତ୍ୟସବୁକୁ ବିଧିବଦ୍ଧ କରିଥିଲେ ।[୧][୨][୩] ସେ ଲଣ୍ଡନ, ସ୍ପେନ, ଆଫ୍ରିକା, ଭୁଟାନ, ଡାମାସକସ, ଆବୁ ଧାବି ଓ ନିଉଜିଲାଣ୍ଡ ଆଦି ସ୍ଥାନରେ ଓଡ଼ିଶାର ଲୋକନୃତ୍ୟ ପରିବେଷଣ କରିଥିଲେ । ଯୁବା ବୟସରେ ସେ ଏକ ଥିଏଟର ସ୍ଥାପନା କରି କୀର୍ତ୍ତିବୀର୍ଯ୍ୟ, କଳାପାହାଡ଼ଶାମ୍ବାସୁର ଆଦି ପୁରାଣ ଚରିତ୍ରରେ ଅଭିନୟ କରିଥିଲେ ।[୪] ତାଙ୍କ ଅଭିନୟ ଓ ନୃତ୍ୟରେ ପାରଙ୍ଗମତା ସକାଶେ ତାଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ଉପାଧୀରେ ସମ୍ମାନୀତ କରାଯାଇଥିଲା ।[୫] ସାହୁଙ୍କ ଜୀବନ ଚରିତ ସୁଜାତା ପଟ୍ଟନାୟକଙ୍କ ରଚିତ ଜୀବନୀ ବହି Folk Legend Baghaban Sahu ସୂଚନା ଓ ପ୍ରସାରଣ ବିଭାଗଦ୍ୱାରା ପ୍ରକାଶିତ ।[୬] ୨୦୦୨ ମସିହା ଅଗଷ୍ଟ ୧୨ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା [୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସାହୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼କୁଶସ୍ଥଳୀ ଗାଁରେ ୧୯୧୪ ମସିହା ସେପ୍ଟେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩]

କର୍ମ ଜୀବନ[ସମ୍ପାଦନା]

ଗଞ୍ଜାମର ନରେନ୍ଦ୍ରପୁରବଡ଼କୁଶସ୍ଥଳୀ ତାଙ୍କର ମୁଖ୍ୟ କର୍ମସ୍ଥଳୀ ଥିଲା । ବାଘ ନାଚ, ରଣପା, ଦଣ୍ଡ ନାଟ, ଲଉଡ଼ି, ପାଇକ ନାଚ, ଚଢ଼େଇଆ ନାଚ, ଯୋଡ଼ିଶଙ୍ଖ ଆଦି ଓଡ଼ିଶାର ପାରମ୍ପରିକ ବିଭିନ୍ନ ନୃତ୍ୟକଳା ଓ ବିଶେଷ କରି ଦକ୍ଷିଣ ଓଡ଼ିଶାର ପ୍ରମୁଖ ଲୋକନାଚସବୁର ବିଦିବଦ୍ଧ କରିବା ତଥା ନଥିକରଣ କରିବାରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ । ସେ ଅନେକ ବିଲୁପ୍ତ ନାଚର ପୁନୁଦ୍ଧାର ମଧ୍ୟ କରିଥିଲେ ।[୩] ୧୯୫୪ରେ ସେ ନରେନ୍ଦ୍ରପୁରୁଠାରେ କଳାବିକାଶ କେନ୍ଦ୍ର ସ୍ଥାପନ କରିଥିଲେ । ଏହା ୧୯୭୪ରେ ଭାରତ ସରକାରଙ୍କଦ୍ୱାରା "ଆନ୍ତର୍ଜାତିକ ନୃତ୍ୟ ତାଲିମ କେନ୍ଦ୍ର" (International Dance Training Centre)ର ମାନ୍ୟତା ଲାଭ କରିଥିଲେ ।[୪]

କଥାଚିତ୍ରରେ ନୃତ୍ୟନିର୍ଦ୍ଦେଶନା[ସମ୍ପାଦନା]

ସେ ବାଘ ବାହାଦୁର କଥାଚିତ୍ରରେ ଥିବା ବାଘ ନାଚ ନୃତ୍ୟନିର୍ଦ୍ଦେଶନା ଦେଇଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

୨୦୧୨ ମସିହା ଅଗଷ୍ଟ ୧୨ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା ।[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ, ୧୯୯୨
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୪


ଆଧାର[ସମ୍ପାଦନା]

  1. ୧.୦ ୧.୧ "A Cultural Journey From 21-09-1914 to 12-08-2002". Ganjam. 2015. Retrieved October 20, 2015.
  2. "Thakurani Jatra keeps interest alive in tiger dance". The Hindu. 15 April 2015. Retrieved 22 March 2016.
  3. ୩.୦ ୩.୧ ୩.୨ ୩.୩ ୩.୪ "Odisha ignoring Sahu in his birth centenary year". ହିନ୍ଦୁ. 21 September 2015. Retrieved 25 September 2015.
  4. ୪.୦ ୪.୧ "Padmashree Bhagaban Sahu". ଗଞ୍ଜାମ ଜିଲ୍ଲା. Retrieved 26 September 2015.
  5. "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
  6. Sujata Patnaik (2006). Folk Legend Baghaban Sahu. Ministry of Information and Broadcasting. p. 91. ISBN 8123013426.