ଲଲାଟ ମୋହନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଲଲାଟ ମୋହନ ପଟ୍ଟନାୟକ‌
ଜନ୍ମ ନାଆଁଲଲାଟ ମୋହନ ପଟ୍ଟନାୟକ‌
ଜନ୍ମ(1948-04-03)୩ ଅପ୍ରେଲ ୧୯୪୮
ହରିପୁର, ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧୫ ମଇ ୨୦୨୩(2023-05-15) (ବୟସ ୭୫)
ଭୁବନେଶ୍ୱର, ଓଡ଼ିଶା
ଜାତୀୟତାଭାରତୀୟ

ଲଲାଟ ମୋହନ ପଟ୍ଟନାୟକ (୩ ଏପ୍ରିଲ ୧୯୪୮–୧୫ ମଇ ୨୦୨୩) ଜଣେ ଭାରତୀୟ ଚିତ୍ରକର ଓ ଡିଜାଇନର ଥିଲେ, ଏବଂ ବୟନ ଶିଳ୍ପକଳା ଏବଂ ଚିତ୍ରକଳାରେ ଅବଦାନ ନିମନ୍ତେ ଜଣାଶୁଣା ଥିଲେ । ଚିତ୍ରକଳା ଓ ବୟନଶିଳ୍ପରେ ତାଙ୍କର ଅବଦାନ ନିମନ୍ତେ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଚିତ୍ରକଳା ପାଇଁ ୨୦୨୨ ମସିହାରେ ୨୦୨୧ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ,[୧][୨][୩][୪] ଏବଂ ୨୦୧୯ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଜନ୍ମିତ ପଟ୍ଟନାୟକ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ପରେ କଲିକତାସ୍ଥିତ ଶାନ୍ତି ନିକେତନ କଳା ଭବନରୁ କଳାରେ ସ୍ନାତକୋତ୍ତର ସମାପ୍ତ କରିଥିଲେ । ସେ ବୟନ ଶିଳ୍ପରେ ଇଞ୍ଜିନିଅରିଂ କରି ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟ କରିଥିଲେ ଓ ବୁଣାକାରମାନଙ୍କୁ ନୂଆ ପଦ୍ଧତି, ରଙ୍ଗ, ନକ୍ସା ଆଦିର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତିକରଣ ଏବଂ ଆଧୁନିକ କୌଶଳ ପ୍ରୟୋଗ ତାଲିମ ପ୍ରଦାନ କରିଥିଲେ ।[୧]

୨୦୨୩ ମଇ ୧୫ ତାରିଖରେ ୭୫ବର୍ଷ ବୟସରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୧]

ଜୀବନୀ, ଶିକ୍ଷା ଓ ବୃତ୍ତି[ସମ୍ପାଦନା]

ଲଲାଟ ମୋହନ ପଟ୍ଟନାୟକ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମରେ ଜମିଦାର ପିତା ଲକ୍ଷ୍ମୀଧର ପଟ୍ଟନାୟକ ଏବଂ ମାତା ନକ୍ଷତ୍ରମଣି ପଟ୍ଟନାୟକଙ୍କଠାରୁ ୧୯୪୮ ମସିହା ଏପ୍ରିଲ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ପରେ କଲିକତାସ୍ଥିତ ଶାନ୍ତିନିକେତନ କଳା ଭବନରୁ କଳାରେ ସ୍ନାତକ ଶିକ୍ଷାଗ୍ରହଣ କରିଥିଲେ । ରାମଜୀଙ୍କର ବେଜ, ସୁଖମୟ ମିତ୍ର, ଗୌରୀ ଭଞ୍ଜ, ଯମୁନା ସେନ, ବିଶ୍ୱରୂପ ବସୁ ଆଦି ଶିଳ୍ପୀଗୁରୁଙ୍କଠାରୁ ସେ ଶିକ୍ଷାଲାଭ କରିଥିଲେ । ପରେ ସେ ବୟନ ଶିଳ୍ପରେ ଇଞ୍ଜିନିଅରିଂ ଡିଗ୍ରୀ ହାସଲ କରି ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗରେ କାର୍ଯ୍ୟ କରିଥିଲେ । ବୁଣାକାରଙ୍କୁ ନୂଆ ପଦ୍ଧତି, ରଙ୍ଗ, ନକ୍ସା ଆଦିର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତୀକରଣ ଏବଂ ସେମାନଙ୍କୁ ଆଧୁନିକ କୌଶଳ ପ୍ରୟୋଗ ତାଲିମ ଆଦି ପ୍ରଦାନ କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଚିତ୍ରକଳା ଓ ବୟନଶିଳ୍ପରେ ତାଙ୍କର ଆଜୀବନ ଅବଦାନ ନିମନ୍ତେ ଓଡ଼ିଶା ଲଳିତ କଳା ଏକାଡେମୀ ତାଙ୍କୁ ୨୦୨୨ ମସିହାରେ ୨୦୨୧ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚିତ୍ରକଳା ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୧][୨][୩][୫] ସେ ପୂର୍ବରୁ ଶାରଳା ପୁରସ୍କାର (୨୦୧୯), ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର, ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ପୁରସ୍କାର, ରଘୁରାଜପୁର ଗୁରୁକୁଳ ଆଶ୍ରମ ପୁରସ୍କାର, ଶିଳ୍ପୀ ସମ୍ରାଟ ପୁରସ୍କାର, କଳା ଜ୍ୟୋତି ସମ୍ମାନ, ବୟନ ବିଭବ ସମ୍ମାନ (୨୦୧୮) ଆଦିରେ ସମ୍ମାନୀତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "ପରଲୋକରେ ଶିଳ୍ପୀ ଲଲାଟ ମୋହନ". 15 May 2023.
  2. ୨.୦ ୨.୧ Jena, Suryakant. "Renowned artist Lalat Mohan Patnaik to get Dharmapada Award". Renowned artist Lalat Mohan Patnaik to get Dharmapada Award (in ଇଂରାଜୀ). Retrieved 2023-09-12.
  3. ୩.୦ ୩.୧ "Painter Lalat Mohan Patnaik to get Dharmapada Award". The New Indian Express. Retrieved 2023-09-12.
  4. "ଲଲାଟ ମୋହନ ପାଇଲେ ଧର୍ମପଦ ପୁରସ୍କାର – Sarbasadharana Odia Daily". Retrieved 2023-09-12.
  5. Dharitri; Pattnaik, Sagarika (2022-05-31). "ଶିଳ୍ପୀ ଲଲାଟ ମୋହନଙ୍କୁ ମିଳିଲା ଧର୍ମପଦ ପୁରସ୍କାର - Dharitri". Dharitri Odia News. Retrieved 2023-09-12.
  6. "ପରଲୋକରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ". Odisha Sambad. 2023-05-16. Retrieved 2023-09-12.