ବିପ୍ରଚରଣ ମହାନ୍ତି
ବିପ୍ରଚରଣ ମହାନ୍ତି | |
---|---|
ଜନ୍ମ | ୧୯୨୭ |
ମୃତ୍ୟୁ | ୨୬ ଅଗଷ୍ଟ ୨୦୦୯ | (ବୟସ ୮୧–୮୨)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷା | ଗଭର୍ଣ୍ଣମେଣ୍ଟ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ, କଲିକତା |
ବୃତ୍ତି(ସମୂହ) | ମୂର୍ତ୍ତିକାର, ଶିକ୍ଷାବିଦ୍ |
ଚାକିରିକ୍ଷେତ୍ର(ସମୂହ) | ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲ୍ଲିକୋଟ |
ଉଲ୍ଲେଖନୀୟ କୃତି | ପୋଟ୍ରେଟ (୧୯୭୦), ନାଇଟୱାଚମ୍ୟାନ (୧୯୭୨), ହଙ୍ଗ୍ରି (୧୯୭୩), ଗ୍ରିଫ (୧୯୭୪), ରିକ୍ଲାଇନିଂ (୧୯୭୫)[୧] |
ସନ୍ତାନ | ସଚୀନ୍ଦ୍ର କୁମାର ମହାନ୍ତି (ପୁଅ) |
Honours | ଧର୍ମପଦ ପୁରସ୍କାର |
ବିପ୍ରଚରଣ ମହାନ୍ତି (୧୯୨୭-୨୯ ଅଗଷ୍ଟ ୨୦୦୯) ଜଣେ ଭାରତୀୟ ଭାସ୍କର୍ଯ୍ୟ ଶିଳ୍ପୀ ଥିଲେ ଓ ଓଡ଼ିଶାରେ ବ୍ରୋଞ୍ଜ ପ୍ରତ୍ତିମୂର୍ତ୍ତୀ ନିର୍ମାଣର ଜନକ ଭାବେ ଜଣାଶୁଣା । ସେ ୧୯୨୭ ମସିହାରେ ଓଡ଼ିଶାର ଯାଜପୁର ଜିଲ୍ଲାର ନାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ସଂସଦ ପରିସରରେ ପ୍ରତିଷ୍ଠା ହୋଇଥିବା ବିର୍ସା ମୁଣ୍ଡାଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଏବଂ ଦାଣ୍ଡି ଯାତ୍ରା ଉପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ତାଙ୍କ ଉଲ୍ଲେଖନୀୟ କୃତି ମଧ୍ୟରୁ ଅନ୍ୟତମ । ସେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ୧୯୫୭ ମସିହାରେ ଅଧ୍ୟାପକ ଭାବେ ଯୋଗ ଦେଇ ସେଠାରୁ ୧୯୮୫ ମସିହାରେ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୧୯୯୪ ମସିହାରେ ଧର୍ମପଦ ପୁରସ୍କାର ଓ ଓଡ଼ିଶା ରାଜ୍ୟ ସଂସ୍କୃତି ପରିଷଦ ପକ୍ଷରୁ ରାଜ୍ୟପାଳ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଓଡ଼ିଆ ଶିକ୍ଷାବିଦ୍ ଓ ଫଣ୍ଟ ଡିଜାଇନର ସଚୀନ୍ଦ୍ର କୁମାର ମହାନ୍ତି ତାଙ୍କ ପୁଅ ।
୨୦୦୯ ମସିହା ଅଗଷ୍ଟ ୨୬ ତାରିଖରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ବିପ୍ରଚରଣ ମହାନ୍ତି ୧୯୨୭ ମସିହାରେ ଓଡ଼ିଶାର ଯାଜପୁର ଜିଲ୍ଲାର ନାନାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୪୬ରୁ ୧୯୫୧ ମସିହା ପର୍ଯ୍ୟନ୍ତ କଲିକତାର ସରକାରୀ କଳା ଓ କାରିଗରୀ ବିଦ୍ୟାଳୟକୁ ଯାଇ ମଡେଲିଂ ଏବଂ ମୂର୍ତ୍ତିକଳାରେ ବିଶେଷଜ୍ଞତା ହାସଲ କରିଥିଲେ । ସେ କଟକରେ ଫ୍ରିଲାନ୍ସ ଆର୍ଟିଷ୍ଟ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଓଡ଼ିଶାରେ ପ୍ରଥମ ବ୍ରୋଞ୍ଜ ଏବଂ ମାର୍ବଲ ମୂର୍ତ୍ତି ଆରମ୍ଭ କରିଥିଲେ । ସେ ୧୯୫୭ ମସିହାରେ ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ମୂର୍ତ୍ତି ଓ ଚିତ୍ରକଳା ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ୧୯୮୫ରେ ପ୍ରାଧ୍ୟାପକ ଭାବରେ ଅବସର ଗ୍ରହଣ କରିଥିଲେ ।[୨] ସେ ରେଭେନ୍ସା ମହାବିଦ୍ୟାଳୟରେ ମଧ୍ୟ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ ।[୩]
କାର୍ଯ୍ୟ
[ସମ୍ପାଦନା]ସେ ଓଡ଼ିଶାରେ ବ୍ରୋଞ୍ଜ ପ୍ରତ୍ତିମୂର୍ତ୍ତୀ ନିର୍ମାଣର ଜନକ ଭାବେ ଜଣାଶୁଣା ଥିଲେ ।[୪] ତାଙ୍କ ଉଲ୍ଲେଖନୀୟ କୃତି ମଧ୍ୟରୁ ଭାରତୀୟ ସଂସଦ ପରିସରରେ ପ୍ରତିଷ୍ଠା ହୋଇଥିବା ବିର୍ସା ମୁଣ୍ଡାଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଏବଂ ଦାଣ୍ଡି ଯାତ୍ରା ଉପରେ ମହାତ୍ମା ଗାନ୍ଧୀଙ୍କ ଦ୍ୱିଗୁଣିତ ଆକୃତିର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଆଦି ଅନ୍ୟତମ । ତାଙ୍କର ଆଉ କେତେକ ଉଲ୍ଲେଖନୀୟ କୃତି ହେଲା ପୋଟ୍ରେଟ (୧୯୭୦), ନାଇଟୱାଚମ୍ୟାନ (୧୯୭୨), ହଙ୍ଗ୍ରି (୧୯୭୩), ଗ୍ରିଫ (୧୯୭୪) ଏବଂ ରିକ୍ଲାଇନିଂ (୧୯୭୫) ।[୧]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ସେ ୧୯୯୪ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଧର୍ମପଦ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୫]
ସ୍ମୃତି
[ସମ୍ପାଦନା]ତାଙ୍କ ସ୍ମୃତିରେ ୨୦୧୦ ମସିହାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବିପ୍ର ଚରଣ ମହାନ୍ତି ମେମୋରିଆଲ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇଥିଲା ।[୬] ଏହି ଦିନ ତାଙ୍କ ଜୀବନୀ ରଚନା କରାଯାଇ ମୁକ୍ତିଲାଭ କରିଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Chakra, Shyamhari (2010-10-17). "Remembering the master sculptor". The New Indian Express. Retrieved 2023-11-19.
- ↑ "Govt. College Of Art & Crafts Khallikote". gcacodisha.nic.in. Retrieved 2023-11-19.
- ↑ "Sculptor Bipra Charan Mohanty passes away". The Times of India. 2009-08-26. ISSN 0971-8257. Retrieved 2023-11-19.
- ↑ "ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ, ଛାତ୍ରଛାତ୍ରୀ ପୁରସ୍କୃତ". Prameya News7. 2021-11-25. Archived from the original on 2023-07-06. Retrieved 2023-11-19.
- ↑ Odisha Reference Manual. ଭୁବନେଶ୍ୱର: ଓଡ଼ିଶା ସରକାର. 2014. Retrieved 19 November 2023.[permanent dead link]
- ↑ "ସମ୍ବର୍ଧିତ ହେଲେ ୩ ଜଣ ଚିତ୍ରଶିଳ୍ପୀ". Sambad. 2017-11-26. Retrieved 2023-11-19.