ବଂଶୀଧର ପ୍ରତିହାରୀ

ଉଇକିପିଡ଼ିଆ‌ରୁ
ବଂଶୀଧର ପ୍ରତିହାରୀ
ଜନ୍ମ୧୯୨୮
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାକଳା ଭବନ, ଶାନ୍ତିନିକେତନ
ବୃତ୍ତି(ସମୂହ)ମୂର୍ତ୍ତିକାର, ଶିକ୍ଷାବିଦ୍
ଚାକିରିକ୍ଷେତ୍ର(ସମୂହ)ଉପେନ୍ଦ୍ର ମହାରଥୀ ଇଣ୍ଡଷ୍ଟ୍ରିଆଲ ଡିଜାଇନ, ପାଟଣା
Honoursଧର୍ମପଦ ପୁରସ୍କାର[୧]

ବଂଶୀଧର ପ୍ରତିହାରୀ (ଜନ୍ମ: ୧୯୨୮) ଜଣେ ଭାରତୀୟ ଚିତ୍ରକର, ଏବଂ ଟେମ୍ପରା, ଧୌତଚିତ୍ର, ଜଳରଙ୍ଗ ଚିତ୍ର ତଥା କାଠ ଖୋଦେଇରେ ଅବଦାନ ନିମନ୍ତେ ଜଣାଶୁଣା । ଚିତ୍ରକଳା ନିମନ୍ତେ ତାଙ୍କର ଆଜୀବନ ଅବଦାନ ନିମନ୍ତେ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ସେ ୨୦୨୩ ମସିହାରେ ୨୦୨୨ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚିତ୍ରକଳା ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧][୨][୩][୪] ସେ ଭାରତର ଅଜନ୍ତା ଗୁମ୍ଫାଚିତ୍ର ଶୈଳୀରେ ହୋଇଥିବା ପ୍ରସିଦ୍ଧ ଫ୍ରେସ୍କୋ (କାନ୍ଥ ଗାତ୍ରରେ ଅଙ୍କିତ ଚିତ୍ର) ଅଙ୍କନ ପାଇଁ ପ୍ରସିଦ୍ଧ ।[୫]

ଜୀବନୀ, ଶିକ୍ଷା ଓ ବୃତ୍ତି[ସମ୍ପାଦନା]

ବଂଶୀଧର ପ୍ରତିହାରୀ ୧୯୨୮ ମସିହାରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଶାନ୍ତିନିକେତନର କଳା ଭବନରୁ ୧୯୫୮ ମସିହାରେ କଳାରେ ଶିକ୍ଷା କରିଥିଲେ । ତାଙ୍କର କଳା ମଧ୍ୟରେ ଟେମ୍ପରା, ଧୌତଚିତ୍ର, ଜଳରଙ୍ଗ ଚିତ୍ର ତଥା କାଠ ଖୋଦେଇ ଆଦି ଅନ୍ୟତମ । ଅଜନ୍ତାର ଗୁମ୍ଫାଚିତ୍ର ଶୈଳୀରେ ସେ ପ୍ରସିଦ୍ଧ ଫ୍ରେସ୍କୋ ଚିତ୍ର ଅଙ୍କନ ପାଇଁ ପ୍ରସିଦ୍ଧ । ତା'ପରେ ସେ ୩୦ ବର୍ଷ ଧରି ବିହାରର ପାଟଣାଠାରେ ଉପେନ୍ଦ୍ର ମହାରଥୀ ଇଣ୍ଡଷ୍ଟ୍ରିଆଲ ଡିଜାଇନରେ ଡିଜାଇନର ଭାବେକାର୍ଯ୍ୟ କରି ୧୯୮୮ ମସିହାରେ ସରକାରୀ ଚାକିରିରୁ ଅବସର ନେଇଥିଲେ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଚିତ୍ରକଳା କ୍ଷେତ୍ରରେ ତାଙ୍କର ଆଜୀବନ ଅବଦାନ ନିମନ୍ତେ ଓଡ଼ିଶା ଲଳିତ କଳା ଏକାଡେମୀ ତାଙ୍କୁ ୨୦୨୩ ମସିହାରେ ୨୦୨୨ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚିତ୍ରକଳା ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୧][୨][୩][୪] ତାଙ୍କର କଳାକୃତି ପାଇଁ ୧୯୭୨ ମସିହାରେ ସେ ଓଡ଼ିଶା ଲଳିତ କଳା ଏକାଡେମି ପୁରସ୍କାର ପାଇଥିଲେ ।[୧] ଏହା ବାଦ ସେ ଓଡ଼ିଶା ଓ ରାଜ୍ୟ ବାହାରୁ ଅନେକ ପୁରସ୍କାର ଓ ସମ୍ମାନ ପାଇବା ସହ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "ଶ୍ରୀ ବଂଶୀଧର ପ୍ରତିହାରୀ ପାଇଲେ ଧର୍ମପଦ ପୁରସ୍କାର ଓ ୫ଜଣ ଶିଳ୍ପୀ ହେଲେ ସମ୍ବର୍ଦ୍ଧିତ". Reporters Today Odia. 2023-02-06. Retrieved 2023-09-13.
  2. ୨.୦ ୨.୧ "ବଂଶୀଧର ପ୍ରତିହାରୀଙ୍କୁ ମିଳିବ ଧର୍ମପଦ ପୁରସ୍କାର". Odisha Reporter. 4 February 2022. Retrieved 13 September 2023.
  3. ୩.୦ ୩.୧ "ରାଜ୍ୟ ଚାରୁକଳା ପୁରସ୍କାର, ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କୁ ଧର୍ମପଦ ପୁରସ୍କାର". ETV Bharat News. Retrieved 2023-09-13.
  4. ୪.୦ ୪.୧ Banerjee, Tedicted-Chirantan (2023-02-05). "ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ପାଇବେ ଧର୍ମପଦ ପୁରସ୍କାର - ଆଜିକାଲି". Retrieved 2023-09-13.
  5. ୫.୦ ୫.୧ ୫.୨ "ଲଳିତ କଳା ଏକାଡେମି ପୁରସ୍କାର ପ୍ରଦାନ ସମାରୋହ: ବଂଶୀଧରଙ୍କୁ 'ଧର୍ମପଦ ପୁରସ୍କାର'". Sambad. 2023-02-07. Retrieved 2023-09-13.