ସୁଦର୍ଶନ ସାହୁ (ପ୍ରସ୍ତର ଶିଳ୍ପୀ)

ଉଇକିପିଡ଼ିଆ‌ରୁ
ସୁଦର୍ଶନ ସାହୁ
ସୁଦର୍ଶନ ସାହୁ ପଦ୍ମବିଭୂଷଣ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ (1939-03-11) ୧୧ ମାର୍ଚ୍ଚ ୧୯୩୯ (ବୟସ ୮୫)[୧]
ବୃତ୍ତିପ୍ରସ୍ତର ଶିଳ୍ପୀ
ବୈବାହିକ-ସାଥୀଅନ୍ନପୂର୍ଣ୍ଣା
ସନ୍ତାନରବି ନାରାୟଣ, ସୂର୍ଯ୍ୟ ନାରାୟଣ, ପୂର୍ଣ୍ଣିମା, ପୁଷ୍ପା [୨]
ପୁରସ୍କାରପଦ୍ମଶ୍ରୀ, ଶିଳ୍ପ ଗୁରୁ
ୱେବସାଇଟhttp://sudarshancrafts.com/pioneer.html

ସୁଦର୍ଶନ ସାହୁ (ଜନ୍ମ: ୦୧ ମାର୍ଚ୍ଚ ୧୯୩୯) ଓଡ଼ିଶାର ପୁରୀଠାରେ ଜନ୍ମିତ ଜଣେ ସୁପରିଚିତ ପ୍ରସ୍ତର ଶିଳ୍ପୀ । ପ୍ରସ୍ତର କଳାରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୨୧ ମସିହାରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଜୀବନୀ[ସମ୍ପାଦନା]

ସୁଦର୍ଶନ, ୧୯୩୯ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ତାଙ୍କର ଦାରିଦ୍ର‍ରେ ବିତିଥିଲା । ୯ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ, ସେ ନିଜ ସାଙ୍ଗମାନଙ୍କୁ ଦେଖି ଏହି ପଥର କାମରେ ମନ ଦେଇଥିଲେ । କୁନିଆ ମହାରଣା ଓ ଭୁବନେଶ୍ୱର ମହାପାତ୍ରଙ୍କୁ ସେ ନିଜ ଗୁରୁ ମାନିଥିଲେ । କିନ୍ତୁ ଏହା ତାଙ୍କର କୌଳିକ ବୃତ୍ତି ହୋଇ ନଥିବାରୁ, ତାଙ୍କୁ ଆରମ୍ଭରେ ଅନେକ ବିରୋଧ ସମ୍ମୁଖୀନ କରିବାକୁ ପଡ଼ିଥିଲା । ଏହି ବିରୋଧ ଯୋଗୁ, ସେ କୌଣସି ଗୁରୁଙ୍କଠାରୁ ନଶିଖି, ନିଜେ ନିଜେ ଚେଷ୍ଟା କରି ଏହି କଳାକୁ ଆୟତ୍ତ କରିଥିଲେ । ପୁରୀର ଶିଳ୍ପୀ ଭୁବନ ମହାରଣାଙ୍କ ଯୋଗୁ, ସୁଦର୍ଶନଙ୍କୁ କାମ ମିଳିବା ଆରମ୍ଭ ସହିତ ତାଙ୍କ କଳାର ଆଦୃତି ବଢ଼ିଥିଲା ।

ବୁଦ୍ଧଙ୍କର ନୀତିଆଦର୍ଶଦ୍ୱାରା ସେ ପ୍ରଭାବିତ । ବୁଦ୍ଧଙ୍କ ବିଷୟରେ ଅନେକ ପୁସ୍ତକ ପଢ଼ିଛନ୍ତି । ଏହାର ପ୍ରଭାବ ତାଙ୍କ କାମରେ ପରିଲକ୍ଷିତ ହୋଇଥାଏ । ସେ ପୃଥିବୀର ଅନେକ ସ୍ଥାନରେ ବୁଦ୍ଧ ମୂର୍ତ୍ତୀ ପ୍ରତିଷ୍ଠା କରିଛନ୍ତି ।[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୧୯୭୬: ଶ୍ରୀକ୍ଷେତ୍ର ଶ୍ରୀ [୪]
  • ୧୯୮୧: ଜାତୀୟ ପୁରସ୍କାର[୫]
  • ୧୯୮୬: ଲିବର୍ଟି ବେଲ
  • ୧୯୮୮: ପଦ୍ମଶ୍ରୀ [୬]
  • ୨୦୦୩: କମଳାଦେବୀ ଚଟ୍ଟୋପାଧ୍ୟାୟ ପୁରସ୍କାର
  • ୨୦୦୬: ଶିଳ୍ପ ଗୁରୁ ସମ୍ମାନ ୨୦୦୩
  • ୨୦୧୨: ଧର୍ମପଦ ପୁରସ୍କାର ( ଓଡ଼ିଶା ଲଳିତ କଳା ଏକାଡ଼େମୀ )
  • ୨୦୧୩: ଈ ଟିଭି ପ୍ରିୟ ଓଡ଼ିଆ, ୨୦୧୨[୭]
  • ୨୦୨୧ : ପଦ୍ମ ବିଭୂଷଣ

ଆଧାର[ସମ୍ପାଦନା]

  1. "Sudarshan Sahoo". orissagateway.com. 2000. Archived from the original on 29 December 2013. Retrieved 24 February 2013. Puri on March11, 1939
  2. Hathi, Nirali Dixit. "Times of India Publications". mobilepaper.timesofindia.com. Archived from the original on 31 December 2013. Retrieved 24 February 2013. his two sons,Rabi Narayan and Surya Narayan Sahoo
  3. ଗୋବିନ୍ଦ, ଶ୍ରୀ (26 February 2021). "ବ୍ୟକ୍ତିତ୍ୱ". ନିତିଦିନ (in ଓଡ଼ିଆ). odishanewsnitidin.com. Archived from the original on 1 March 2021. Retrieved 1 March 2021.{{cite news}}: CS1 maint: unrecognized language (link)
  4. http://www.sudarshancrafts.com/images/pss_pdf_broucher.pdf[permanent dead link]
  5. "Sudarshan Sahoo". paramparikkarigar.com. Retrieved 24 February 2013. National Award for stone carving in 1981
  6. "The Hindu : Metro Plus Bangalore / People : Stories in stone". hindu.com. 2008. Retrieved 24 February 2013. 1988 Padmashree awardee
  7. "Odisha: Padmashree Sudarshan Sahoo receives ETV Priya Odia 2012 award, Orissa Current News". orissadiary.com. 2013. Archived from the original on 25 February 2013. Retrieved 24 February 2013. Padmashree Sudarshan Sahoo receives ETV Priya Odia 2012 award