ଓଡ଼ିଶା
| ଓଡ଼ିଶା | |||
|---|---|---|---|
| — ରାଜ୍ୟ — | |||
|
|||
| ଭାରତରେ ଓଡ଼ିଶାର ଅବସ୍ଥାନ | |||
| ଓଡ଼ିଶାର ମାନଚିତ୍ର | |||
| ଦିଗବାରେଣି (ଭୁବନେଶ୍ଵର): 20°09′N 85°30′E / 20.15°N 85.50°Eଦିଗବାରେଣି: 20°09′N 85°30′E / 20.15°N 85.50°E | |||
| ଦେଶ | |||
| ସ୍ଥାପନ | ୧ ଏପ୍ରିଲ ୧୯୩୬ କନିକା ରାଜବାଟି, କଟକ |
||
| ରାଜଧାନୀ | ଭୁବନେଶ୍ଵର | ||
| ବୃହତ୍ତମ ନଗର | ଭୁବନେଶ୍ଵର | ||
| ଜିଲ୍ଲା ସଂଖ୍ୟା | ୩୦ | ||
| ସରକାର | |||
| - ରାଜ୍ୟପାଳ | ଏସ. ସି. ଜମୀର | ||
| - ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ | ||
| - ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୧୪୭ ଆସନ) | ||
| କ୍ଷେତ୍ରଫଳ | |||
| - ମୋଟ | ୧,୫୫,୮୨୦ କି.ମି.୨ (୬୦,୧୬୨.୪ ବ. ମି.) | ||
| ଜାଗା କ୍ରମାଙ୍କ | ନବମ (୯ମ) | ||
| ଲୋକସଂଖ୍ୟା (୨୦୧୧) | |||
| - ମୋଟ | |||
| - ସ୍ଥାନାଙ୍କ | ଏକାଦଶ (୧୧ଶ) | ||
| - ଘନତା | ୨୬୯.୨/କି.ମି.୨ (୬୯୭.୨/ମାଇଲ୨) | ||
| ସମୟ ମଣ୍ଡଳ | ଭାରତୀୟ ମାନକ ସମୟ (ଇଉ.ଟି.ସି.+୦୫:୩୦) | ||
| ISO ୩୧୬୬ କୋଡ଼ | IN-OR | ||
| HDI | |||
| HDI କ୍ରମାଙ୍କ | ୨୭ ତମ(୨୦୦୫) | ||
| ସାକ୍ଷରତା | ୭୩.୪୫% | ||
| ସରକାରୀ ଭାଷା | ଓଡ଼ିଆ | ||
| ୱେବସାଇଟ | orissa.gov.in | ||
ଓଡ଼ିଶା ଭାରତର ପୂର୍ବତଟରେ ଥିବା ଗୋଟିଏ ପ୍ରଶାସନିକ ରାଜ୍ୟ । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ ରେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଆଠ ଶତାବ୍ଦୀରୁ ଉର୍ଦ୍ଧ୍ଵ ସମୟ ଧରି ଐତିହାସିକ ସହର କଟକ ଏହାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଏ | ଏହି ରାଜ୍ୟରେ ମୁଖ୍ୟତଃ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରନ୍ତି । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି।
ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ଵପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଏବଂ କଟକର ବାରବାଟି ଦୁର୍ଗ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ଵରର ଚାନ୍ଦିପୁର ଠାରେ ଭାରତର ପ୍ରତିରକ୍ଷା ବିଭାଗ ଦ୍ଵାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ଵରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ବିଷୟସୂଚୀ |
ଇତିହାସ[ସମ୍ପାଦନା]
ନାମକରଣ[ସମ୍ପାଦନା]
ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ ଓର/ଉର ବା ଓଡ୍ର, ଉଡ୍ର ଦେଶରୁ, ସୁମେରୀୟ, ଓଡ୍ର ବିଷୟ ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି ।[୧] ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସ' ବୋଲି ନାମିତ କରିଛନ୍ତି ।
ନାମ ବଦଳ[ସମ୍ପାଦନା]
ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ୨୦୦୮ ମସିହା ଜୁନ ୯ରେ ପ୍ରଥମେ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରଯାଇଥିଲା । ପରେ ନୂଆ ଲୋକସଭା ଗଠନ ପରେ ଏହାକୁ ବିଧାନସଭାରେ ଆଉଥରେ ଆଗତ କରଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକସଭାରେ ଆଗତ କରଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦) ରେ ସ୍ଵରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକସଭାରରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ।[୨][୩][୪][୫][୬][୭][୮]
ସଂକ୍ଷେପରେ[ସମ୍ପାଦନା]
- ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
- ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
- କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ(ମିଆଁମାର), ସାମ(ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ(ଭିଏତନାମ), ଚୀନ, ଜବନ(ଜାପାନ), କୁକୁଟ(କୋରିଆ), ମକ୍କସିଖ(ମେକ୍ସିକୋ), ମିସର(ଇଜିପ୍ଟ), ସିମିଳି(ଆରବ), ବାବିଲନ(ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
- ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ ।
- ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
- ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
- ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
- ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁର ରେ ରାଜଧାନୀ ସ୍ଥାପନ ।
- ୧୦୭୮-୧୪୩୪ ଖ୍ରୀ. - ଗଙ୍ଗ ରାଜବଂଶ । ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
- ୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (୧୧୭୦ ଖ୍ରୀ. approx.) ।
- ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
- ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ବାରବାଟି ଦୁର୍ଗ ନିର୍ମିତ ।
- ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ ।
- ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
- ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
- ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
- ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼' ଦ୍ୱାରା ଓଡ଼ିଶା ଅଧିକୃତ ।
- ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
- ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
- ୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
- ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
- ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
- ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଅପ୍ରେଲ ୧୩) ।
- ୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
୭ ମ ଶତାବ୍ଦୀ[ସମ୍ପାଦନା]
୭ ମ ଶତାବ୍ଦୀ କାଳରେ ଓଡ଼ିଶାର ନିଜର ଶାସକ ମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।
ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କ ଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।
ଆଫଗାନ ଓ ମୋଗଲ ଶାସନ[ସମ୍ପାଦନା]
ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲ ମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୯୧୭ ଖ୍ରୀ. ରେ ପାଇକ ମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜ ମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।
ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।
ଇଂରେଜ ଶାସନ[ସମ୍ପାଦନା]
୧୮୦୩ ବେଳକୁ ଇଂରେଜ ମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜ ମାନେ ବନିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ ରେ ଭୂରାଜସ୍ଵ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ଵଂସ ସାଧନ ଲକ୍ଷ୍ୟ ରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜୁରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ । [୯]
ନଅଙ୍କ ଦୁର୍ଭିକ୍ଷ[ସମ୍ପାଦନା]
ଓଡ଼ିଶାର ଅର୍ଥନୀତି, ସାମାଜିକ ବିଧିବ୍ଯବସ୍ଥା, ଧାର୍ମିକ ବିଶ୍ଵାସର ଅଧପତନ ଘଟାଇବାକୁ ଚେଷ୍ଟିତ ଇଂରେଜ କମ୍ପାନୀ ସରକାର ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରିଥିଲେ । ଯାହାଫଳରେ ଓଡିଶାର ଦୁଇତୃତୀୟାଂଶ ଲୋକ ଖାଇବାକୁ ନ ପାଇ ପୋକମାଛି ପରି ମରିଗଲେ କିମ୍ବା କଲିକତାରେ ବିକ୍ରି ହେଲେ । [୧୦]
ଜିଲ୍ଲା[ସମ୍ପାଦନା]
ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି --- ଅନୁଗୋଳ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ବରଗଡ଼, ବାଲେଶ୍ବର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା , କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ।
ପ୍ରତି ଜିଲ୍ଲାର ଶାସନମୁଖ୍ୟଙ୍କୁ ଜିଲ୍ଲାପାଳ କୁହାଯାଏ । ଜିଲ୍ଲାପାଳ, ଭାରତୀୟ ପ୍ରଶାସନିକ ସେବା ଅଥବା ଓଡିଶା ପ୍ରଶାସନିକ ସେବା ମାଧ୍ୟମରେ ନିଯୁକ୍ତି ପାଆନ୍ତି । ଶାସନକଳର ସୁବିଧା ପାଇଁ ପ୍ରତିଟି ଜିଲ୍ଲାକୁ କେତେଗୁଡିଏ ଉପଖଣ୍ଡ (ସବ-ଡିଭିଜନ)ରେ, ପୁଣି, ପ୍ରତ୍ୟେକ ଉପଖଣ୍ଡକୁ କେତେଗୁଡିଏ ବ୍ଲକରେ ଏବଂ ପ୍ରତ୍ୟେକ ବ୍ଲକକୁ କେତେଗୁଡ଼ିଏ ପଞ୍ଚାୟତରେ ବିଭକ୍ତ କରାଯାଇଛି ।
ଓଡ଼ିଶାର ସବୁଠୁ ବଡ଼ ସହର ଭୁବନେଶ୍ୱର ଏହାର ରାଜଧାନୀ ଅଟେ । ଅନ୍ୟ ମୁଖ୍ୟ ସହର ମାନେ ହେଲେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ଵର, ବାରିପଦା, ବଲାଙ୍ଗୀର ଇତ୍ୟାଦି ।
ଭୌଗୋଳିକ ସ୍ଥିତି[ସମ୍ପାଦନା]
ଓଡ଼ିଶା ଭାରତରପୂର୍ବ ଉପକୂଳରେ ଅବସ୍ଥିତ (୧୫୫୭୦୭ ବର୍ଗ କି. ମି)। ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଅଛି ।
ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର (Bhubaneswar) ଓଡ଼ିଶାର ରାଜଧାନୀ ଅଟେ। ଏଠାରେ ସହସ୍ରାଧିକ ମନ୍ଦିର ରହିଛି । ଓଡ଼ିଶାର ପୁରାତନ ରାଜଧାନୀ କଟକ, ଭୁବନେଶ୍ୱରରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ଏହି ଦୁଇ ସହରର କ୍ରମାଗତ ବିସ୍ତାର ଓ ଉତ୍ତମ ସଡ଼କ ଯୋଗାଯୋଗ କାରଣରୁ ଏହି ଦୁଇ ସହର ଦ୍ୱୈତ ନଗରୀ ନାମରେ ବିଖ୍ୟାତ । ପୁରୀ, ଯାହାକି ଏକ ବିଶ୍ୱବିଖ୍ୟାତ ହିନ୍ଦୁ ଧର୍ମପୀଠ, ଏଠାରୁ ପ୍ରାୟ ୬୦ କି.ମି. ଦୂରରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ । ହିନ୍ଦୁଙ୍କ ଚାରିଧାମ ମଧ୍ୟରୁ ଏହା ଅନ୍ୟତମ । ଏହା ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ବିଶ୍ୱବିଖ୍ୟାତ ।
ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତ, କିନ୍ତୁ ବିଭିନ୍ନ କାରଣ ମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଓଡ଼ିଶାରେ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହସ୍ତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀର ମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥା, ଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି ।
ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ହ୍ରଦ ଚିଲିକା ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ । ଏହାକୁ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରାୟ ୧୬୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ହେଉଛି ଦେଓମାଳୀ (୧୬୭୨ ମି.) ଯାହାକି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଅବସ୍ଥିତି: ୧୮°୪୦'୩"ଉ ୮୨°୫୮'୫୯"ପୂ ।
ପର୍ଯ୍ୟଟନ[ସମ୍ପାଦନା]
ନନ୍ଦନ କାନନ,ଚିଲିକା,ପୁରୀ,ଧଉଳୀ ଗିରି,ଖଣ୍ଡଗିରି,କୋଣାର୍କ,ବାରବାଟୀ,ଖଣ୍ଡାଧ ର,ଗୁପ୍ତେଶ୍ଵ୍ଵାର୍,ଘ ଟଗା,ଶିମିଳି ପାଳ,ଗହୀର ମଥା,ଭିତରକନିକା,କପିଳାସ,ରତନଗିରି,ମଣିକ,ଲିଙ୍ଗରାଜ,ଗୋପଲପୁର୍,ଦେଓମାଳି,ହରିସଙ୍କର୍,ସମେଲସ୍ଵର,ହିରାକୁଦ,ଫୁଲ ଝ୍ହରଣ,ନାରୟଣୀ,ଚାନ୍ଦ ଇ ପୁର,ଭଟାରିକା,ଥେରୁବାଲି, ବେଦବ୍ୟାସ,ସାତକୋସିଆ,ଟିକର୍ର ପଡା ,ସାରଲା,ସାତପଡା ,ଅଲ ରନାଥ , ତପ୍ତପାଣି ,ଚ ନ୍ଦକା,ଧବଳେଶ୍ଵର୍ର ,ଇତ୍ୟାଦି ଅନେକ ସୁନ୍ଦର ସ୍ଥାନକୁ ପ୍ର ତି ବର୍ଷ ହଜାର ହଜାର ପର୍ଯଟକ ଆସନ୍ତି .
ଜନ ଗଣନା[ସମ୍ପାଦନା]
୨୦୧୧ ମସିହା ଭାରତର ଜନଗଣନା ଅନୁଯାଈ ଓଡ଼ିଶାର ସମୁଦାୟ ଜନସଂଖ୍ୟା ୪୧,୯୪୭,୩୫୮, ମଧ୍ୟରୁ ୨୧,୨୦୧,୬୭୮ (୫୦.୫୪%)ଜଣ ପୁରୁଷ ଓ ୨୦,୭୪୫,୬୮୦ (୪୯.୪୬) ଜଣ ମହିଳା, ଏବଂ ପ୍ରତି ୧୦୦୦ ପୁରୁଷରେ ୯୭୮ ଜଣ ମହିଳା ଅଛନ୍ତି । ୨୦୦୧ ମସିହା ଜନଗଣନା ତୁଳନା ବର୍ତମାନ ଜନସଂଖ୍ୟାରେ ୧୩.୯୭% ବୃଧି ହୋଇଛି । ସବୁଠାରୁ ଅଧିକ ଓଡିଆ ଭାଷା ଭାଷି ଲୋକ ଏଠାରେ ବାସ କରନ୍ତି ଓ ଓଡିଆ ଭାଷା ଏହି ରାଜ୍ୟର ମୁଖ୍ୟ ଭାଷା ରୁପେ ପରିଚିତ ଏବଂ ଏହି ରଜ୍ୟର ୭୩% ଲୋକମାନେ ଓଡିଆ ଭାଷାକୁ ନିଜର ମାତୃଭାଷା ରୁପେ ବ୍ୟବହାର କରନ୍ତି । ଏହି ରାଜ୍ୟର କେତେକ ଆଦିବାସୀ ଜନଜାତି ମଧ୍ୟରୁ ସାନ୍ତାଳ, ବଣ୍ଡା , ମୁଣ୍ଡା, ଓରାଣ ଓ ମହାଲି ପ୍ରମୁଖ । ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ରଜ୍ୟର ସାକ୍ଷରତା ହାର ୭୩.୪୫% ଏବଂ ୮୨.୪% ପୁରୁଷ ଓ ୬୪.୩୬ ମହିଳା ସାକ୍ଷର ଅଟନ୍ତି ।[୧୧]
ଆଧାର[ସମ୍ପାଦନା]
- ↑ Orissareview 2010 April
- ↑ "Orissa becomes 'Odisha', Oriya is 'Odia' - Economic Times". Articles.economictimes.indiatimes.com. 2011-09-06. http://articles.economictimes.indiatimes.com/2011-09-06/news/30119350_1_odia-amendment-bill-odisha. Retrieved 2011-10-29.
- ↑ It's now Odisha. ଦି ହିନ୍ଦୁ. ଭୁବନେଶ୍ଵର. ୦୫ ନଭେମ୍ବର ୨୦୧୧
- ↑ Akshaya Kumar Sahoo. Centre notification on Orissa name change.Nov 05, 2011
- ↑ No more Orissa-Oriya; Its Odisha-Odia officially : CM declares state holiday.November 05, 2011
- ↑ Orissa changes to Odisha with state holiday.The Hill Post November 4, 2011
- ↑ ଅରିସା ହେଲା ଓଡ଼ିଶା, ରାଷ୍ଟ୍ରପତିଙ୍କ ମୋହର ବାଜିଲା। ସମ୍ବାଦ (ଖବରକାଗଜ).୦୫ ନଭେମ୍ବର ୨୦୧୧
- ↑ ओडिशा को मिली संसद की मंजूरी (ହିନ୍ଦୀରେ)
- ↑ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ. ଅଝାଲ ସିଲାଇ ନିମକ ମହାଲ. ଉନ୍ନୟନୀ (ବାଲେଶ୍ଵର). ୨୦୦୬ ପୃ. ୮୧-୮୨
- ↑ ସୁବ୍ରତ କୁମାର ପୃଷ୍ଟି. ଓଡିଆ ଭାଷା ସାହିତ୍ୟ ପରିଚୟ. ଏ.କେ. ମିଶ୍ର ପବ୍ଲିକେଶନ୍ (କଟକ). ୨୦୧୧ ପୃ.୨୧୬
- ↑ http://www.orissalinks.com/orissagrowth/topics/census/2011
ଅଧିକ ତଥ୍ୟ[ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ଓଡ଼ିଶା ଉପରେ ମାଧ୍ୟମ ରହିଅଛି |
| Wikivoyage has travel information related to: Orissa |
- ଓଡ଼ିଶା ସରକାରଙ୍କ ସାଇଟ
- ଓଡ଼ିଶା ପର୍ଯ୍ୟଟନ ବିଭାଗ ସାଇଟ
- ଓଡ଼ିଆ ପୋଥି, ସଫ୍ଟବେର
- ଓଡିଶାର କଳା, ସାହିତ୍ୟ, ଚଳଣି, ରାନ୍ଧଣା
- ଓଡ଼ିଆ କଥାଚିତ୍ର
- ଫୁଲଓଡ଼ିଶା
- ଓଡିଶା ଓ ଭାରତ [୧]
- ଓଡିଶ ବନ୍ଯ ଜୀବଣନ [୨]
|
||||||||||||||||||||||||||
|
||||||||||
|
|||||||||||||||||||||||||||||||||||||||||||