ମୁସଲମାନ

ଉଇକିପିଡ଼ିଆ ରୁ

ହଜରତ୍‌ ମହମ୍ମଦଙ୍କ ପ୍ରବର୍ତ୍ତିତ ଇସ୍‌ଲାମ ଧର୍ମାବଲମ୍ବୀ ବ୍ୟକ୍ତି ମୁସଲମାନ ଭାବେ ପରିଚିତ ୤ ଏକେଶ୍ବରବାଦ ଇସ୍‌ଲାମ ଧର୍ମର ପ୍ରଥମ ଓ ମୁଖ୍ୟ ଧର୍ମନୀତି ୤ ଇସଲାମ ଧର୍ମ ବିଶ୍ବାସ ଅନୁଯାୟୀ ଆଲ୍ଲା ହିଁ ଜଗତରେ ଏକମାତ୍ର ପ୍ରଭୁ ଓ ମହମ୍ମଦ ତାଙ୍କର ଜଣେ ପଏଗମ୍ବର (ପୃଥିବୀକୁ ପ୍ରେରିତ ଦୂତ) ଅଟନ୍ତି ୤ କୋରାନରେ ମହମ୍ମଦ ଇଶ୍ବରାଦେଶମାନ ଲିପିବଦ୍ଧ କରିଅଛନ୍ତି ୤

ଭିତର ଚିଜ

[ଏହାକୁ ବଦଳାନ୍ତୁ] କୋରାନ

Dongxiang Muslim students in China

ଏହା ଆରବୀ ଭାଷାରେ ଲିଖିତ ମୁସଲ୍‌ମାନଙ୍କ ଧର୍ମଗ୍ରନ୍ଥ ୤ ମୁସଲ୍‌ମାନ ମାନେ ବିଶ୍ବାସ କରନ୍ତି ଯେ, ଇଶ୍ବର ଏ ଗ୍ରନ୍ଥଲିଖିତ ବାକ୍ୟଗୁଡ଼ିକୁ ଦୂତ ଜେବ୍ରୀୟେଲଙ୍କ ଦ୍ବାରା ହଜ୍‌ରତ୍‌ ମହମ୍ମଦଙ୍କ ନିକଟ କହି ପଠାଇଥିଲେ ୤ ଏହି ଗ୍ରନ୍ଥ ୩୦ଭାଗରେ ବିଭକ୍ତ, ପ୍ରତି ଭାଗକୁ ପାରା କୁହାଯାଏ ୤ ପାରା ମାନଙ୍କରେ ଥିବା ଶ୍ଳୋକକୁ ସୁରା କୁହାଯାଏ ୤ କୋରାନ ଗ୍ରନ୍ଥକୁ ମାନ୍ୟରେ ମୁସଲ୍‌ମାନ୍‌ମାନେ ‘କୁରାନ୍‌ ସରିଫ’ ବା ‘କୁରାନ ମଜୀଦ୍‌’ ବୋଲି ଡାକନ୍ତି ୤

କୋରାନ ଅନୁଯାୟୀ ପ୍ରତ୍ୟେକ ମୁସଲ୍‌ମାନର ୫ଟି କର୍ତ୍ତ୍ୟବ୍ୟ ହେଲା:

  1. କଲମା
  2. ନମାଜ
  3. ରୋଜା
  4. ଜକାତ
  5. ହଜ୍

[ଏହାକୁ ବଦଳାନ୍ତୁ] କଲ୍‌ମା

ଏକେଶ୍ବରବାଦ କଲ୍‌ମା ('ଲା ଇଲାହ୍‌ ଇଲ୍ଲିଲ୍ଲାହ୍ ମହମ୍ମଦ୍‌ଉର୍‌ ରସୂମିଲ୍ଲାହ୍‌' (ଅର୍ଥାତ ଇଶ୍ବର ଏକ ମହମ୍ମଦ ତାଙ୍କର ଦୂତ)) ପଢ଼ିବା ୤

[ଏହାକୁ ବଦଳାନ୍ତୁ] ନମାଜ

କୋରାନର ସୁରା (ମନ୍ତ୍ର) ପାଠ ପୁର୍ବକ ଆଲ୍ଲାଙ୍କୁ ଡାକି ସ୍ତୁତିପାଠ ଓ ନମସ୍କାର କରିବା ୤ ପ୍ରତ୍ୟେକ ମୁସଲମାନ ପ୍ରତ୍ୟହ ୫ଥର ନମାଜ ପାଠ କରିବାର ବିଧି ଅଛି ୤ ମୁହଁହାତ ଧୋଇ ଖଣ୍ଡିଏ ମୂସଲ୍ଲା (ସ୍ବତନ୍ତ୍ର ଆସନ)ରେ ଆଣ୍ଠୁମାଡ଼ି ବସି ଓ ଠିଆହୋଇ ଓ ମୁଣ୍ଡ ତଳକୁ ଲଗାଇ ମକ୍କା ଆଡ଼କୁ ମୁହଁ କରି ନମାଜ୍‌ ପଢ଼ିବାକୁ ହୁଏ ୤ ଦୈନିକ ନମାଜ୍‌ ପଢ଼ିବା ଛଡ଼ା ସପ୍ତାହ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ମସଜିଦରେ ମୁସଲମାନମାନେ ଏକତ୍ର ହୋଇ ଇଶ୍ବରୋପାସନା କରନ୍ତି, ଏହାକୁ ଯୁମା ନମାଜ କହନ୍ତି ୤ ଏହି ବିଶେଷ ନମାଜ୍‌ ଇଦ୍‌ ଦିନ ୯ଟା ଠାରୁ ୧୧ଟା ପର୍ଯ୍ୟନ୍ତ କରାଯାଏ ୤

[ଏହାକୁ ବଦଳାନ୍ତୁ] ନମାଜ ପଢ଼ିବା ସମୟ

  • ଫଜର୍: ସୂର୍ଯ୍ୟୋଦୟ ପୂର୍ବରୁ; ବଡ଼ିଭୋର ୪ଟା ବେଳେ
  • ଜୋହର୍‌: ଦ୍ବିପ୍ରହର ପରେ; ଅପରାହ୍ଣ ୧ଟା ବେଳେ
  • ଅସର୍‌: ଅପରାହ୍ନ ୩ଟା ଠାରୁ ୪ଟା ମଧ୍ୟରେ
  • ମଗ୍‌ରୀବ୍‌: ସୂର୍ଯ୍ୟାସ୍ତର ଠିକ୍‌ ପୂର୍ବରୁ ()
  • ଏସା: ରାତି ୮ଟା ବେଳେ

[ଏହାକୁ ବଦଳାନ୍ତୁ] ନମାଜ୍‌ର ୩ଟି ଅଂଶ ଯଥା

  • ଫର୍ଜ୍‌: ଯାହା ଇଶ୍ବରଙ୍କ ଉଦ୍ଦେଶ୍ୟରେ ବୋଲାଯାଏ
  • ସୂନ୍ନତ୍‌: ଯାହା ହଜ୍‌ରତ୍‌ ମହମ୍ମଦ ପାଠ କରୁଥିଲେ
  • ନଫୀଲ୍‌: ଯାହା ପ୍ରାର୍ଥନାକାରୀ ନିଜର ଧର୍ମସାଧନାର୍ଥ ପାଠକରେ ୤

[ଏହାକୁ ବଦଳାନ୍ତୁ] ନମାଜର ମର୍ମ

ଇଶ୍ବର ଏକମାତ୍ର ପ୍ରଭୁ, ତାଙ୍କଛଡ଼ା ଅନ୍ୟକେହି ପ୍ରଭୁ ନାହାଁନ୍ତି ୤ ମହମ୍ମଦ ଇଶ୍ବରଙ୍କ ପୈଗମ୍ବର (ପୃଥିବୀକୁ ପ୍ରେତିତ ଦୂତ), ତେଣୁ ତାଙ୍କୁ ସମସ୍ତେ ପ୍ରଶଂସା କରିବା ଉଚିତ ୤

[ଏହାକୁ ବଦଳାନ୍ତୁ] ରୋଜା

ପ୍ରତିବର୍ଷ ରମଜାନ୍ ମାସରେ ଇଦ ପର୍ବ ପୂର୍ବରୁ ୩୦ଦିନ ପାଇଁ ଦିନତମାମ ପାଳିତ ହେବା କଠୋର ଉପବାସ ବ୍ରତ୤ ଧର୍ମଶାସ୍ତ୍ର ଅନୁଯାୟୀ ଶିଶୁ, ଅତି ରୁଗ୍ଣ ଓ ଅତ୍ୟନ୍ତ ଅକ୍ଷମ ବ୍ୟକ୍ତିଙ୍କ ଛଡ଼ା ଅନ୍ୟ ସମସ୍ତେ ରୋଜା ପାଳିବାକୁ ଧର୍ମତଃଅ ବାଧ୍ୟ ଅଟନ୍ତି ୤ଏ ଉପବାସରେ ଦିନଯାକ ଜଳଗ୍ରହଣ, ଏପରିକି ଛେପ ଢୋକିବା ମଧ୍ୟ ନିଷିଦ୍ଧ ୤ ରୋଜା ରଖିଥିବା ଲୋକେ ସୂର୍ଯ୍ୟାସ୍ତ ପରେ ଇଫତାର (ରୋଜାର ପାରଣା) କରନ୍ତି ୤ ସନ୍ଧ୍ୟା ବୁଡ଼ିଲେ ନମାଜ ପଢ଼ିସାରି ଇଫତାର କରିବାକୁ ହୁଏ ୤ ରୋଜା ଖୋଲିବା ବେଳେ ପ୍ରଥମେ ସରବତ୍‌ ପିଇବାକୁ ହୁଏ; ତତ୍‌ପରେ ଅନ୍ୟ ଖାଦ୍ୟ ଖିଆଯାଏ ୤

[ଏହାକୁ ବଦଳାନ୍ତୁ] ଜକାତ

ଧର୍ମାର୍ଥ ନିଜ ରୋଜଗାର ଅନୁସାରେ ଜକାତ (ଦାନ) ଦେବା ୤ ବାର୍ଷିକ ଆୟରୁ ହଜାରକେ ୨୫ଟଙ୍କା ହିସାବରେ ଇଶ୍ବରୋପସନା ଓ ଦାନ ପାଇଁ ଉତ୍ସର୍ଗୀକୃତ ଧନ୤

[ଏହାକୁ ବଦଳାନ୍ତୁ] ହଜ୍

ଆର୍ଥିକ ସମ୍ବଳ ଥିଲେ ମକ୍କା ମଦିନା ଯାଇ ହଜ୍ (ତୀର୍ଥ) କରିବା ୤ ମୁସଲ୍‌ମାନୀ ‘ଜିଲ୍‌ହଜ୍’ ମାସର ଦଶମ ଦିନ ମୁସଲମାନ୍‌ମାନଙ୍କର ‘ବକ୍ରୀଦ୍’ ପର୍ବ ୤ ସେଦିନ ମକ୍କାକୁ ଯାଇ ହଜ୍‌ କରନ୍ତି ଓ ବଳି ଦିଅନ୍ତି ୤


ମୁସଲମାନ୍‌ମାନେ ଦୁଇ ସମ୍ପ୍ରଦାୟରେ ବିଭକ୍ତ: ସିହା ଓ ସୁନି

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା