ମୟୂରଭଞ୍ଜ ଓଡ଼ିଶାର ଉତ୍ତରରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବାରିପଦା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ (ଅଫିସ) ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସବୁ ଅଛି ।
ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ଵତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା ଭାରତ ସହିତ ମିଶିଥିଲା ।
ଓଡିଶାର ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୂରଭଞ୍ଜ ମଧ୍ୟ ମୟୂର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ, ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର ଜୟପୁର ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର । ମୟୂର ଥିଲା ରାଜବଂଶର ସଙ୍କେତ ଏବଂ ରାଜା ମାନେ ଥିଲେ ଭଞ୍ଜବଂଶ। ତେଣୁ ତାହା ପରେ ମୟୂରଭଞ୍ଜ ନାମରେ ପରିଚିତ ହେଲା ।
ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା।କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି । ଭାଷାକୋଷରେ ମୟୁରଭଞ୍ଜର ନାମ ସଂମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ମୟୂରଧ୍ଵଜ । ସେହି 'ମୟୂରଧ୍ଵଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୂରଭଞ୍ଜ ହେଇଥିଲା ।
୨୦୧୧ ଜନଗଣନା [୧] ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ଲୋକସଂଖ୍ୟା ୨୫,୧୩,୮୯୫ ।
- ପୁରୁଷ: ୧୨,୫୩,୬୩୩
- ମହିଳା: ୧୨,୬୦,୨୬୨
- ଛ ବର୍ଷରୁ କମ: ୩,୩୭,୭୫୭
- ସାକ୍ଷରତା ହାର: ୬୩.୯୮%
- ପୁରୁଷ: ୭୪.୯୨%
- ମହିଳା: ୫୩.୧୮%
ଓଡ଼ିଶାରେ ବାସ କରୁଥିବା ୬୨ପ୍ରକାର ଅନୁସୂଚିତ ଜନଜାତି ମଧ୍ୟରୁ ୫୩ପ୍ରକାର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଏଥି ମଧ୍ୟରୁ କେତକ ପ୍ରଧାନ ସମୁଦାୟ ହେଲେ ସାନ୍ତାଳ, କୋହ୍ଲ, ଭୂୟାଁ/ ବାଥୁଡି, ଭୂମିଜ, ଗଣ୍ଡ, ମୁଣ୍ଡା, ଖଡ଼ିଆ/ ଲୋଧା ।
ପ୍ରଶାସନିକ ବିଭାଗ[ସମ୍ପାଦନା]
- ଉପଖଣ୍ଡ (ସବ୍ ଡିଭିଜନ): ୦୪
- ତହସିଲ: ୦୯
- ବ୍ଳକ: ୨୬
- ଗ୍ରାମ ପଞ୍ଚାୟତ: ୩୧୬
- ଗ୍ରାମ: ୩୭୧୮
- ଶିମିଳିପାଳ ଜାତୀୟ ଉଦ୍ୟାନ
- ସୀତାକୁଣ୍ଡ: ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ଅବସ୍ଥିତ ସୀତାକୁଣ୍ଡର ମୂଳ ଝରଣା କାଳୀପାହାଡ଼ ପର୍ବତର ପ୍ରାୟ ୨୫୦୦ ଫୁଟ ଉଚ୍ଚତାରୁ ବାହାରିଛି ମୟୂରଭଞ୍ଜ ଜିଲ୍ଲା ଆଦିବାସୀଙ୍କ ଆରାଧ୍ୟ ଦେବତା ମାରାଂବୁରା ଏହି କାଳୀପାହାଡ଼ରେ ବାସକରନ୍ତି ବୋଲି ବିଶ୍ଵାସ ରହିଛି
- କୃଷ୍ଣମୁଖା ହନୁମାନ ମନ୍ଦିର: କିମ୍ବଦନ୍ତୀ ବହନ କରୁଥିବା ଏହି ପ୍ରାକୃତିକ ପଥର ଗୁମ୍ଫା ମନ୍ଦିରରେ ଲଙ୍କା ଦହନ କରି ଫେରିଥିବା କୃଷ୍ଣମୁଖା ହନୁମାନ ପୂଜା ପାଉଛନ୍ତି
- ମାଛକାନ୍ଦଣା ଜଳପ୍ରପାତ: ଶିମିଳିପାଳର ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତଟି ୩ଟି ଜଳପ୍ରପାତର ସମଷ୍ଟି ପ୍ରଥମ ଜଳପ୍ରପାତ ନିକଟରେ ଏକ ପଥର ଗୁମ୍ଫା ରହିଛି ଦ୍ଵିତୀୟ ଜଳପ୍ରପାତଟି ନିକଟରେ ଅପରାହ୍ଣରେ (ସୂର୍ଯ୍ୟ ପଶ୍ଚିମ ଦିଗରେ ଥିବା ସମୟରେ) ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ ତୃତୀୟ ଜଳପ୍ରପାତଟି ଉପରଆଡୁ ଦେଖାଯାଉ ନଥିବାରୁ, ଏହାକୁ ଦେଖିବାକୁ ତଳକୁ ଓହ୍ଲାଇବାକୁ ପଡ଼େ
|
ମୟୂରଭଞ୍ଜ ଜିଲ୍ଲା
|
|
|
|
|
| ଗାଆଁ ଓ ସହର |
|
|
| ପର୍ଯ୍ୟଟନ ସ୍ଥଳ |
|
|
| ପର୍ବପର୍ବାଣୀ, ଲୋକକଳା ଓ ଖାଦ୍ୟ |
|
|
ସହର ଓ ସଦର
ଅନ୍ୟ ଜିଲ୍ଲାରେ |
|
|