ଖୋର୍ଦ୍ଧା
| ଖୋର୍ଦ୍ଧା | |
| — ସହର — | |
|
|
|
| ଦିଗବାରେଣି | 20.18°N 85.62°E / 20.18°N 85.62°Eଦିଗବାରେଣି: 20.18°N 85.62°E / 20.18°N 85.62°E |
| ଦେଶ | ଭାରତ |
| ରାଜ୍ୟ | Orissa |
| ଭାରତର ଜିଲାସବୁ | ଖୋର୍ଦ୍ଧା |
| ଲୋକସଂଖ୍ୟା | (2001[update]) |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
| ପରିସୀମା |
• ୭୫ ମିଟରs ( ଫୁଟ) |
ଖୋର୍ଦ୍ଧା ଭାରତର ଓଡ଼ିଶାରେ ଥିବା ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ବଡ଼ ସହର । ଜିଲ୍ଲା ଗଠନ ସମୟରୁ ଭୁବନେଶ୍ଵରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୧୯୯୬ ମସିହାରେ ଖୋର୍ଦ୍ଧାକୁ ସ୍ଥାନାନ୍ତରିତ ହୋଇଥିଲା
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ଖୋର୍ଦ୍ଧା ସହର କଳିଙ୍ଗ ରାଜାଙ୍କର ଅଧିନ ରେ ଥିଲା । ୧୮୧୭ର ପାଇକ ବିଦ୍ରୋହ ଓ ନିଜର ସ୍ଥାପତ୍ୟ ପାଇଁ ଏହା ବିଶ୍ଵ ଦରବାରରେ ପ୍ରସିଦ୍ଧ । ଏହି ପାଇକ ବିଦ୍ରୋହ ଟି ସେହି ସମୟ ରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ତାପଙ୍ଗ ଦଲବେହେରା ଦ୍ଵାରା କରାଯାଇଥିଲା । ଖୋର୍ଦ୍ଧା ସହରଟି ବରୁଣେଇ ମନ୍ଦିର ପାଁଇ ପ୍ରସିଦ୍ଧ ଏହି ମନ୍ଦିରଟି ବରୁଣେଇ ପାହାଡ଼ ଉପରେ ଅବସ୍ଥିତ । ଗୁରୁଜଙ୍ଗ ଗ୍ରାମଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ଜନ୍ମ ସ୍ଥାନ ଅଟେ । ୧ ଅପ୍ରେଲ ୧୯୯୩ରେ ଏହା ପୁରୀ ଜିଲ୍ଲା ଠାରୁ ବିଛିନ୍ନ ହେଇଥିଲା । [୧]
ଭୁଗୋଳ [ସମ୍ପାଦନା]
ଖୋର୍ଦ୍ଧା ସହର ର ଅବସ୍ଥାନ 20°11′N 85°37′E / 20.18°N 85.62°E[୨]। ସମୁଦ୍ର ପତନ ଠାରୁ ହାରା ହାରି ଉଚ୍ଚତା ୭୫ ମି ( ଫୁଟ)।
ଉପକ୍ରମ [ସମ୍ପାଦନା]
ଜିଲ୍ଲାପାଳ - ଶ୍ରୀମତି ରୁପା ମିଶ୍ର
ପ୍ରଶାସନିକ ବିଭାଗ [ସମ୍ପାଦନା]
- ୦୨- ସବଡିଭିଜନ
- ୧୦- ତହସିଲ
- ୧୦ - ବ୍ଲକ
- ୦୨-ବିଜ୍ଞାପିତ ଅଞ୍ଚଳ ପରିଷଦ
- ୦୨- ପୌର ପାଳିକା।
- ୦୧-ମହାନଗର ନିଗମ।
ପଡୋଶି ଜିଲ୍ଲା [ସମ୍ପାଦନା]
ଜନସଂଖ୍ୟା [ସମ୍ପାଦନା]
- ମୋଟ ଜନସଂଖ୍ୟା: ୨,୨୪୬,୩୪
- ପୁରୁଷ- ୧,୧୬୬,୯୪୯
- ମହିଳା- ୧,୦୭୯,୩୯୨
- ସାକ୍ଷାର ହାର: ୮୭.୫୧ %
- ପୁରୁଷ ସାକ୍ଷାର-୯୨.୫୫
- ମହିଳା ସାକ୍ଷାର-୮୨.୦୬ [୪]
ଯାତାୟତ [ସମ୍ପାଦନା]
ଖୋର୍ଦ୍ଧା ସହର ଟି ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଠୁ ୧୧ K.M ଦୁରରେ ଅବସ୍ଥିତ । ଏଠାକୁ ଆସିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜାତାୟତ ସୁବିଧା ଅଛି । ଖୋର୍ଦ୍ଧା ସହରକୁ ଜାତୀୟ ରାଜପଥ ୫ ସଞ୍ଜୋଗ କରେ । ନିକଟତମ ବିମାନ ବନ୍ଦର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାହା ଖୋର୍ଦ୍ଧା ଜିଲ୍ଲା ଠାରୁ ୩୦ କି.ମି. ଦୁରରେ ଅବସ୍ଥିତ । [୫]
ପର୍ଯ୍ୟଟନ ସ୍ଥଳି [ସମ୍ପାଦନା]
ଅଟ୍ରି [ସମ୍ପାଦନା]
ଏହା ଖୋର୍ଦ୍ଧା ସହର ଠାରୁ ୮ କି.ମି. ଦୁରରେ ଅବସ୍ଥିତ । ଏହି ଜାଗା ଟି ଉଷ୍ଣପ୍ରସ୍ରବଣ ଓ ହଟ୍ଟକେଶ୍ଵର ମନ୍ଦିର ପାଇଁ ପ୍ରସିଦ୍ଧ।
ଭୁବନେଶ୍ୱର [ସମ୍ପାଦନା]
ଏହା ଓଡ଼ିଶା ରାଜ୍ୟର ରାଜଧାନୀ ଅଟେ । ଏହାକୁ ଭାରତର ମନ୍ଦିର ମାଳିନୀ ସହର କୁହାଯାଏ । ଦେଖଣୀୟ ସ୍ଥଳି ହେଲା ଲିଙ୍ଗରାଜ ମନ୍ଦିର, କେଦାର ଗୌରୀ ମନ୍ଦିର, ରାଜ୍ୟସଂଗ୍ରାଳୟ, ବିନ୍ଦୁ ସାଗର, ରବିନ୍ଦ୍ର ମଣ୍ଡପ, ରାମ ମନ୍ଦିର, ବିଧାନ ସଭା ଓ ନନ୍ଦନକାନନ ଇତ୍ୟାଦି ।
ବରୁଣେଇ [ସମ୍ପାଦନା]
ମନ୍ଦିର ଟି ବରୁଣେଇ ପାହାଡ ଉପରେ ଅବସ୍ଥିତ। ମାଆ ବରୁଣେଇ ଖୋର୍ଦ୍ଦା ବାସି ଙ୍କ ଅରାଦ୍ଧ୍ଯ ଦେବୀ ଅଟନ୍ତି।ସ୍ବର୍ନ ଗଂଗା ନାମ ସୁନ୍ଦର ଝରଣା ଟି ଏଇ ପାହାଡ ରୁ ବହେ ।
ଚିଲିକା [ସମ୍ପାଦନା]
ଏହା ଖୋର୍ଦ୍ଧା ସହର ଠାରୁ ୭୦ କି.ମି ଦୁରରେ ଅବସ୍ଥିତ । ଏହା ଭାରତର ବୃହତ୍ତମ ଲୁଣି ହ୍ରଦ ଅଟେ । ହ୍ରଦଟି ପ୍ରାକ୍ରୁତୀକ ସୌନ୍ଦର୍ଯ୍ୟ ରେ ଭରପୁର ।
ଆଧାର [ସମ୍ପାଦନା]
|
||||||||
|
||||||||||||||||||||||||||