ଭିତରକନିକା ଜାତୀୟ ଉଦ୍ୟାନ
| ଭିତରକନିକା ଜାତୀୟ ଉଦ୍ୟାନ | |
|---|---|
|
IUCN Category II (National Park)
|
|
| ଅବସ୍ଥାନ | ଓଡ଼ିଶା, ଭାରତ |
| ପାଖ ସହର | କେନ୍ଦ୍ରାପଡ଼ା |
| ଦିଗବାରେଣି | 20°45′N 87°0′E / 20.75°N 87°Eଦିଗବାରେଣି: 20°45′N 87°0′E / 20.75°N 87°E |
| କ୍ଷେତ୍ରଫଳ | ୬୭୨ ବର୍ଗ କି.ମି. |
| ସ୍ଥାପିତ | ୧୯୭୫ |
| ପରିଚାଳନା | ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର |
ଭିତରକନିକା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗୋଟିଏ ଜାତୀୟ ଉଦ୍ୟାନ । କେନ୍ଦ୍ରପଡ଼ା ଜିଲ୍ଲାର ରାଜନଗର ବିଧାନସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତର କନିକା ଓ ଗହିରମଥା ଅବସ୍ଥିତ । ୬୭୨ ବର୍ଗ କି.ମି.ର [୧] ଏହି ଜାତୀୟ ଉଦ୍ୟାନ ଭିତରକନିକା ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣ ଭୂମିରେ ଅଛି । ଏହି ଜାତୀୟ ଉଦ୍ୟାନଟି ଭିତରକନିକା ପଶୁ ଅଭୟାରଣ୍ୟ ଦ୍ଵାରା ବେଢ଼ାହୋଇ ଅଛି । ଗହୀରମଥା ବେଳାଭୂମି ଏହାର ପୂର୍ବରେ ଅଛି ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।
୧୯୭୫ରେ ବନ୍ୟ ଜୀବ ଅଭୟାରଣ୍ୟ (୬୭୨ବର୍ଗ କି,ମି ) ଓ ୧୯୯୮ରେ ଜାତୀୟ ଉଦ୍ୟାନ (୧୪୫ ବର୍ଗ କି.ମି) ଘୋଷିତ ହେଲା । ୨୦୦୨ରେ ଆନ୍ତର୍ଜାତିକ ଆଦ୍ରର୍ଭୁମି ଘୋଷଣା ହେଲା । ନିକଟରେ ଧାମରା ବନ୍ଦର ଓ ତାଳଚ୍ଚୁଆ ମାଛ ଜେଟି, ହୁଇଲର ଓ କାଳୀଭଞ୍ଜଡିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦର ଅଛି । ଆଗରୁ କନିକା ରାଜା ଜମିଦାରିରେ ଥିଲା ।
ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ ,୧୭୨ ପ୍ରକାର ପକ୍ଷୀ (ମାଛରଙ୍କା, ଗେନ୍ଦାଖିଆ,ବଣୀ, ବଗ, କାଠହଣା) ସରୀସୃପ ଅହିରାଜ, ଅଜଗର, ଗୋଖର, ତମ୍ପ, ଘଡିଆଳ କୁମ୍ଭିର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକ୍ଟି, ବାଳିଆ, ଚିତଳ, ଖଙ୍ଗା, ଈଲିଶି ମାଛ, କଙ୍କଡା, ଚିଙ୍ଗୁଡୀ ପ୍ରଚୁର ମିଳେ । ଏହା ବ୍ୟତିତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବନ୍ୟମଇଁଷ, ଗାଈ, କୂକୂଡା ଦେଖିବାକୁ ମିଳେ । ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ବୀର (Crocodylus porosus), ଭାରତୀୟ ବୋଡ଼ା Indian python, କଳା ଇବିସ (Black ibis) ଓ ଡାର୍ଟର (Darters) ମାନଙ୍କ ବାସସ୍ଥଳୀ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି ।
ଆଧାର [ସମ୍ପାଦନା]
[୧]ଭିତର କ ନିକା
ବିଭିନ୍ନ୍ ପ୍ରଜାତି ପ୍ରାଣୀ
|
|||||||||||||||||
-
Pongamia pinnata (panigrahi)- ଚିଙ୍ଗୁଡିଆ