ଭୁବନେଶ୍ୱର

ଉଇକିପିଡ଼ିଆ ରୁ
ଭୁବନେଶ୍ୱର
ମନ୍ଦିର ମାଳିନୀ ନଗର
—  ରାଜଧାନୀ  —
ଲିଙ୍ଗରାଜ ମନ୍ଦିର, ଭୁବନେଶ୍ଵର
ଭୁବନେଶ୍ୱର
ଭୁବନେଶ୍ୱରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20.27°N 85.84°E / 20.27°N 85.84°E / 20.27; 85.84ଦିଗବାରେଣି: 20.27°N 85.84°E / 20.27°N 85.84°E / 20.27; 85.84
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଖୋର୍ଦ୍ଧା
ମେୟର ଅନନ୍ତ ନାରାୟଣ ଜେନା
ଲୋକସଂଖ୍ୟା

ଘନତା
ମହାନଗର

୯୦୪[୧] (48) (2010)

୪,୯୦୦ /କି.ମି. ( /ବର୍ଗ ମି.)
୧୯,୦୦,୦୦୦

ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

୪୧୮ ବର୍ଗ କି.ମି.s ( ବର୍ଗ ମି.)

୪୫ ମିଟରs ( ଫୁଟ)

ପିନକୋଡ଼ • ୭୫୧ ୦xx
ଟେଲିଫୋନ • +୦୬୭୪
ଗାଡ଼ି • OR-୦୨

ଭୁବନେଶ୍ବର ଶବଦ ବିଷୟରେ ଭୁବନେଶ୍ବର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି,[୨] ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିର ମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ଵର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ପୂର୍ବ ଭାରତରେ ପୁରୀ, କୋଣାର୍କଭୁବନେଶ୍ୱରକୁ ସ୍ଵର୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କ ଦ୍ଵାରା ବିଶେଷ ଆଦୃତ ହୋଇଅଛି ।

ଭୁବନେଶ୍ୱର ୨୦୦୦ ବର୍ଷ ଆଗରୁ ଚେଦି ବଂଶ ଦ୍ଵାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।

୧୯୪୮ ମସିହା ଏପ୍ରିଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଜନସଙ୍ଖ୍ୟା

୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱର ସହରର ଲୋକସଙ୍ଖ୍ୟା ୮,୩୭,୭୩୭ ଓ ଭୁବନେଶ୍ୱର ନଗରାଞ୍ଚଳର ଲୋକସଙ୍ଖ୍ୟା ୮,୮୧,୯୮୮ । [୩]

[ଏହାକୁ ବଦଳାନ୍ତୁ] ଯାତାୟତ

[ଏହାକୁ ବଦଳାନ୍ତୁ] ସଡ଼କ ପଥ

ଜୟଦେବ ବିହାର

ଓଡିଶା ରାଜ୍ୟ ସଡ଼କ ପରିବହନ ପ୍ରତିଷ୍ଠାର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରରେ ଅବସ୍ଥିତ । ଭୁବନେଶ୍ୱର ବସଷ୍ଟାଣ୍ଡଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳି ଠାରୁ ୮ କି.ମି ଦୁର ବରମୁଣ୍ଡା ଠାରେ ଅବସ୍ଥିତ । ଭୁବନେଶ୍ୱର ଦେଶର ଅନ୍ୟ ସହର ସହିତ ଜାତୀୟ ରାଜପଥ ୫ ଓ ଜାତୀୟ ରାଜପଥ ୨୦୩ ଦ୍ଵାରା ଯୋଡ଼ି ହୋଇଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯାତାୟତ କରିବା ନିମନ୍ତେ ସିଟି ବସ ଏବଂ ଅଟୋରିକ୍ସାର ସୁବିଧା ରହିଛି । ସିଟି ବସ ସେବା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ କରିବା ସହ ଭୁବନେଶ୍ୱରକୁ କଟକ ଏବଂ ପୁରୀ ସହିତ ଯୋଡୁଛି । ଟ୍ରାଫିକ ନିୟନ୍ତ୍ରଣ ରକ୍ଷା କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ନିୟନ୍ତ୍ରଣ କେନ୍ଦ୍ର ରହିଛି ।

[ଏହାକୁ ବଦଳାନ୍ତୁ] ରେଳ ପଥ

ବି.ଡି.ଏ. କାର୍ଯ୍ୟାଳୟ

ପୂର୍ବତଟ ରେଳର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରଠାରେ ଅବସ୍ଥିତ । ଭୁବନେଶ୍ୱର ରେଳଷ୍ଟେସନ ଭାରତ ର ଉନ୍ନତ ରେଳଷ୍ଟେସନ ମଧ୍ୟରୁ ଅନ୍ୟତମ । ଭୁବନେଶ୍ୱରର ମୁଖ୍ୟ ରେଳଷ୍ଟେସନଟି ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଅବସ୍ଥିତ, ଏହା ଭୁବନେଶ୍ୱରକୁ ଭାରତ ର ଅନ୍ୟ ସହର ସହିତ ଯୋଗା ଯୋଗ କରାଏ । ଭୁବନେଶ୍ୱର ସହର ମଧ୍ୟରେ ୫ ଗୋଟି ରେଳଷ୍ଟେସନ ଅବସ୍ଥିତ । ନିମ୍ନ ପ୍ରଦତ୍ତ ରେଳଷ୍ଟେସନ ଗୁଡିକ ମଧ୍ୟରୁ ବାଣୀବିହାର ରେଳଷ୍ଟେସନ( ମାଷ୍ଟର କ୍ୟାନ୍ଟିନ ରେଳଷ୍ଟେସନ ) ଟି ପ୍ରଧାନ. ଯାହା ବାଣୀବିହାର ଛକ ଥାରୁ ପ୍ରାୟ ୩ କିମି ଦୁର ରେ ଅବସ୍ଥିତ. ସେଗୁଡିକ ହେଉଛି :

[ଏହାକୁ ବଦଳାନ୍ତୁ] ଆକାଶ ପଥ

ବିଜୁ ପଟ୍ଟନାୟକ ବିମାନ ବନ୍ଦର

ବିଜୁ ପଟ୍ଟନାୟକ ବିମାନ ବନ୍ଦରଟି ଓଡ଼ିଶାର ଏକ ମାତ୍ର ଜାତୀୟ ବିମାନ ବନ୍ଦର ଅଟେ । ଏହି ବିମାନ ବନ୍ଦରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ଠାରୁ ମାତ୍ର ୩ କି.ମି ଦୁରରେ ଅବସ୍ଥିତ । ବହୁ ଶୀଘ୍ର ଏହି ବିମାନ ବନ୍ଦରଟି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପରିଣତ ହେବାକୁ ଯାଉଛି ।[୪][୫] [୬]

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା