ସୁବର୍ଣ୍ଣପୁର ଜିଲ୍ଲା

ଉଇକିପିଡ଼ିଆ ରୁ
(ସୋନପୁର ଜିଲ୍ଲା ରୁ ଲେଉଟି ଆସିଛି)
ସୁବର୍ଣ୍ଣପୁର
—  ଜିଲ୍ଲା  —
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 20°51′N 83°54′E / 20.85°N 83.9°E / 20.85; 83.9ଦିଗବାରେଣି: 20°51′N 83°54′E / 20.85°N 83.9°E / 20.85; 83.9
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ବଲାଙ୍ଗୀର
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୨ଟି ଆସନ
କ୍ଷେତ୍ରଫଳ
 - ଜିଲ୍ଲା ୨,୨୮୪.୪ କି.ମି. (୮୮୨ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୯୫୯ / (ପୁରୁଷ/ନାରୀ)
  • ଅନୁପାତ ୯୪୭ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୭୪.୪୨%
   • ପୁରୁଷ ୮୪.୭୮%
   • ନାରୀ ୬୩.୬୩%
 - ଘନତା ୨୭୯/କି.ମି. (୭୨୨.୬/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୬୭ xxx
ତାର (ଏସ୍.ଟି.ଡ଼ି) ୦୬x
ଗାଡ଼ି କୋଡ଼ OD-31
ଜିଲ୍ଲାପାଳ ଗଗନ ବିହାରୀ ସ୍ଵାଇଁ
ୱେବସାଇଟ ମୁଖ୍ୟ ୱେବସାଇଟ

ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୋନପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ସୋନପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ବିଷୟସୂଚୀ

ଭୂଗୋଳ [ସମ୍ପାଦନା]

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]

ମୁଖ୍ୟ ନଦୀ [ସମ୍ପାଦନା]

ଜନସଂଖ୍ୟା [ସମ୍ପାଦନା]

୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।[୩]

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

ପ୍ରଶାସନିକ ବିଭାଗ [ସମ୍ପାଦନା]

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

ପର୍ଯ୍ୟଟନ ସ୍ଥଳ [ସମ୍ପାଦନା]

  • ଲଙ୍କେଶ୍ଵରୀ ମନ୍ଦିର
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର
ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି
ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ପାପକ୍ଷୟ ଘାଟ, ବିନକା
  • କପିଳେଶ୍ଵର ମନ୍ଦିର, ଚରଡ଼ା
  • ନବଗ୍ରହ କୁଣ୍ଡ
  • ଦିଗଶୀରାର ଅଙ୍ଗନଦୀ

ଆହୁରି ଦେଖନ୍ତୁ [ସମ୍ପାଦନା]

ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି [ସମ୍ପାଦନା]

Alt text
ସୁବର୍ଣ ମେରୁ ମନ୍ଦିର
Alt text
ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର
Alt text
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର
Alt text
ସମ୍ବଲପୁରୀ ଶାଢ଼ି
Alt text
ସମ୍ବଲପୁରୀ ଶାଢ଼ି ବୁଣା
Alt text
ହନୁମାନ ପୋଡ଼ି

ଆଧାର [ସମ୍ପାଦନା]

ଅଧିକ ତଥ୍ୟ [ସମ୍ପାଦନା]