ବାଲେଶ୍ଵର
| ବାଲେଶ୍ଵର | |
|---|---|
| — ସହର — | |
| ଚାନ୍ଦିପୁର ଠାରେ କ୍ଷେପଣାସ୍ତ୍ର ପରୀକ୍ଷଣ | |
|
|
|
| ଦିଗବାରେଣି: 21°30′N 86°54′E / 21.5°N 86.9°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | ବାଲେଶ୍ଵର |
| ଜିଲ୍ଲା | ବାଲେଶ୍ଵର |
| ଭାଷା | ଓଡ଼ିଆ, ଇଂରାଜୀ |
| ଜଣାଶୁଣା ନାଆଁ | ବାଲୁକା ସହର |
| ଲୋକସଂଖ୍ୟା (୨୦୧୧) | |
| - ମୋଟ | ୧,୫୬,୪୩୦ |
| ସମୟ ମଣ୍ଡଳ | IST (+୫.୩୦) |
| - ହାରାହାରି ତାପମାତ୍ରା | ୨୭ °C ( °F) |
| • ଖରାଦିନ | ୪୩.୧ °C (. °F) |
| • ଶୀତଦିନ | ୧୦.୬ °C (. °F) |
| ଡାକ କୋଡ଼ | ୭୫୬୦୦୧[୧] |
| ଜାଗା କୋଡ଼ | +୦୬୭୮୨ |
| ଗାଡ଼ି କୋଡ଼ | OD/01 |
| ୱେବସାଇଟ | ମୁଖ୍ୟ ୱେବସାଇଟ |
ବାଲେଶ୍ଵର ଓଡ଼ିଶାର ଉତ୍ତରରେ ଥିବା ବାଲେଶ୍ଵର ଜିଲ୍ଲାର ଏକ ମୁଖ୍ୟ ସହର ଓ ସଦର ମହକୁମା ।
ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରୁ ୧୯୪ କିମି ଦୁରରେ ଅଛି । ବାଲେଶ୍ୱର ସହରରେ ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ, ସରକାରୀ ଅଫିସ ଆଉ ବେସରକାରୀ କମ୍ପାନିର ପ୍ରଧାନ ଅଫିସ ସବୁ ଅଛି । ବାଲେଶ୍ଵରର ଚାନ୍ଦିପୁର ବେଳାଭୁମି, କ୍ଷୀରଚୋରା ଗୋପୀନାଥ ମନ୍ଦିର, ଚନ୍ଦନେଶ୍ଵର ମନ୍ଦିର, ଭୂଷଣ୍ଡେଶ୍ଵର ମନ୍ଦିର, ତାଳସାରି ବେଳାଭୂମି, ପଞ୍ଚଲିଙ୍ଗେଶ୍ଵର ମନ୍ଦିର ଓ ଆହୁରି ଅନେକ ଦର୍ଶନୀୟ ସ୍ଥାନସବୁ ଅଛି । ବାଲେଶ୍ଵର ଓଡ଼ିଆ ସାହିତ୍ୟ ଓ କଳାର ଏକ ମିଳନଭୁମି । ଓଡ଼ିଆ ସାହିତ୍ୟର ଅନେକ ପ୍ରମୁଖ ସ୍ରଷ୍ଟା, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଦୀନକୃଷ୍ଣ ଦାସ, ମନୋଜ ଦାସ, ବ୍ରଜନାଥ ରଥ, କମଳାକାନ୍ତ ଲେଙ୍କାଙ୍କର ଏହା ଜନ୍ମଭୂମି ।
ବିଷୟସୂଚୀ |
ଇତିହାସ[ସମ୍ପାଦନା]
ଅତୀତରେ ବାଲେଶ୍ଵର ଥିଲା ଓଡ଼ିଶାର ଏକ ନୌବାଣିଜ୍ୟ ବନ୍ଦର । ଫିରିଙ୍ଗି, ଫ୍ରେଞ୍ଚ ଓ ଓଲନ୍ଦାଜ ମାନଙ୍କ ଜାହାଜ ସବୁ ଏଠାକୁ ଆସୁଥିଲା । ତେବେ ପରେ ୧୯୬୪ରେ ବାଲେଶ୍ଵର ଫିରିଙ୍ଗି ମାନଙ୍କ ହାତକୁ ଗଲା ।
୧୭୬୩ରେ ବାଲେଶ୍ଵର ଡାନିସ ମାନଙ୍କ ଅଧିକାରରେ ଥିଲା, ତା ପରେ କମ ଗହୀର ବନ୍ଦର ପାଇଁ ଡାନିସ ମାନେ ଏହାକୁ ଆଉ ବ୍ୟବହାର ନ କରିବାକୁ ଭାବିଲେ । ଆଉ ତାପରେ ଫିରିଙ୍ଗି ମାନେ ଏଠାରେ ନିଜର ପତିଆରା ବଢେଇବାକୁ ଲାଗିଲେ ।
ବାଲେଶ୍ଵର ଦୁଇହଜାର ବର୍ଷର ନଗରୀ । ବହୁ ପୁରାତନ କାଳରୁ ବାଲେଶ୍ଵର ଏକ ଉନ୍ନତ ବନ୍ଦର ଥିଲା ଓ ଉତ୍କଳୀୟ ନୌବାଣିଜ୍ୟର ପେଣ୍ଠସ୍ଥଳ ଥିଲା । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅସୁର ରାଜା ବାଣାସୁରର ନାଆଁ ଅନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶ୍ଵାସ କରାଯାଇଥାଏ । ପୁରାତନ ଓଡ଼ିଆ କବି ଶିଶୁ ଶଙ୍କର ଦାସଙ୍କ ‘ଉଷାଭିଳାଷ’ କାବ୍ୟରେ ବାଣାସୁରର ଝିଅ ଓ କାବ୍ୟନାୟିକା ‘ଉଷା’ର ଜନ୍ମସ୍ଥଳୀ ଥିଲା ବାଲେଶ୍ଵର । ବାଣାସୁରର ରାଜ୍ୟ ସୁବର୍ଣ୍ଣରେଖା ଠାରୁ ବୈତରଣୀ ଯାଏଁ ବ୍ୟାପୀଥିଲା ଓ ଏହି ରାଜ୍ୟର ରାଜଧାନୀ ଥିଲା ‘ଶୋଣିତପୁର’ ଯାହା ଆଜିର ସୁନହଟ । ଭଗବାନ ଶ୍ରୀକୃଷ୍ଣ ଓ ବାଣାସୁର ମଧ୍ୟରେ ହୋଇଥିବା ଯୁଦ୍ଧ ଏହିଠାରେ ସଙ୍ଘଟିତ ହୋଇଥିଲା । [୨]ଏଠାରେ କଳା ଓ ବାଣିଜ୍ୟର ସମାଗମ ଘଟିଥିଲା। ଓଡ଼ିଆ ସାହିତ୍ୟର ବହୁ ସମକାଳୀନ କବି ଓ ଲେଖକଙ୍କର ଜନ୍ମ ଏହିଠାରେ ହୋଇଅଛି । ଏହାର ପୁରାତନ ନାଆଁ “କୋଶମ୍ବ” ଥିଲା ବୋଲି ଗ୍ରୀକ ଭୌଗଳିକ ଟଲେମି ତାଙ୍କ ବହିରେ ଲେଖିଛନ୍ତି । ଏହାଛଡ଼ା ‘ପିପିଲି ବନ୍ଦର’ ଓଡ଼ିଆ ସାଧବ ପୁଅ ମାନଙ୍କ ବିଦେଶ ବେପାର ବଣିଜ କାଳରେ ଏକ ପ୍ରମୁଖ ବନ୍ଦର ଥିଲା । ଖରିଦପିପ୍ପଳ, ଝାଡ଼ପିପ୍ପଳ ଭଳି ଗାଆଁ ସବୁ ଏହି ନାଆଁରୁ ଆସିଅଛି । ନବମରୁ ୧୨ସ ଶତାବ୍ଦୀମଧ୍ୟରେ ଯେଉଁ ନାଥସିଦ୍ଧ ଚାରଣ କବିମାନେ ଚର୍ଯାଗୀତିକା ରଚନା କରି ଓଡ଼ିଆ ସାହିତ୍ୟର ମୂଳଦୁଆ ପକାଇଥିଲେ ଯାହା କ୍ରମେ ବଙ୍ଗଳା, ଅସିମିୟା ଭାଷା ସାହିତ୍ୟକୁ ପୁଷ୍ଟ କରିଥିଲା ସେମାନଙ୍କ ମଧ୍ୟରୁ କେତେକଙ୍କ ଜନ୍ମ ବାଲେଶ୍ଵରରେ ହୋଇଥିଲା ।[୩] ଏହାଛଡ଼ା ପୁରୀ ଗୋବର୍ଦ୍ଧନ ମଠର ଦଶମ ଶଙ୍କରାଚାର୍ଯ୍ୟ ତଥା ଭାଗବତର ଟୀକାକାର ଶ୍ରୀଧର ସ୍ଵାମୀ ଓ ବିକ୍ଷାତ ଦାର୍ଶନିକ ବଳଦେବ ବିଦ୍ୟାଭୂଷଣ ଏଠାରେ ଜନ୍ମ ନେଇଥିଲେ ଏହିଠାରେ ଜନ୍ମ ନେଇଥିଲେ ।।[୩]
ରୀତିଯୁଗର ପ୍ରଥିତଯଶା କବି ଦୀନକୃଷ୍ଣ ଦାସ ବାଲେଶ୍ଵରର ରାଇବଣିଆରେ ଥିବା ମୁଣତୁଣିଆ ଗାଆଁରେ ଜନ୍ମଲଭ କରିଥିଲେ । ତାଙ୍କର ‘ରସକଲ୍ଲୋଳ’, ‘ରସବିନୋଦ’ ଓଡ଼ିଆ କାବ୍ୟଧାରାର ଏକ ମହାନ କୃତି । ସେହି ସମୟରେ ଖୁଲୁଡ଼ା ଠାରେ କବି କେଶବ ଚନ୍ଦ୍ର ଚଣ୍ଡ ମଧ୍ୟ ଓଡ଼ିଆ ସାହିତ୍ୟକୁ ନିଜ ରଚନାରେ ପୁଷ୍ଟ କରିଅଛନ୍ତି । କବିବର ରାଧାନାଥ ରାୟ, ବ୍ୟାସକବି ଫକୀର ମୋହନ ସେନାପତି ଓ ଅବିଭକ୍ତ ବାଲେଶ୍ଵର ଜିଲା ଓ ଏବେକାର ଭଦ୍ରକ ଜିଲାର ମହାନ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଚାରଣ କବି ବାଞ୍ଛାନିଧି, ଚିନ୍ତାମଣି, କୃଷ୍ଣକାନ୍ତ, ପଦ୍ମଚରଣ ପ୍ରମୁଖଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅନେକ ।
ଭୂଗୋଳ[ସମ୍ପାଦନା]
ଓଡ଼ିଶାର ପୂର୍ବରେ ଥିବା ଜିଲ୍ଲା ବାଲେଶ୍ଵର । ଭାରତର ଦକ୍ଷିଣ ପୂର୍ବ ଉପକୂଳରେ ବଙ୍ଗୋପସାଗର କଡ଼ରେ ଏହା ଅଛି । ଏହା ୨୧°୩୦`ଉତ୍ତର, ୮୬°୫୬` ପୂର୍ବ ରେ ଅଛି । ବାଲେଶ୍ଵର ୩୦୭୬ କିମିର ଜାଗାରେ ବ୍ୟାପିଛି ।
ଦକ୍ଷିଣ-ପୂର୍ବ ପର୍ବତ ମାଳାର ତିନୋଟି ଅଞ୍ଚଳ ବାଲେଶ୍ଵର ଭିତରେ ଅଛି । ବାରିପଦା ଠରୁ ୨୫ କି.ମି. ଦୁରରେ ଅବସ୍ଥିତ । ବାଲେଶ୍ଵରରେ ଅନେକ ଜଙ୍ଗଲ ଓ ଖଣିମାନ ରହିଅଛି । ଏଠାରେ ବୁଢ଼ା ବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ବହୁଅଛି ଆଉ ୩୮୨୪ ଫୁଟ ଉଚ୍ଚର ମହାଗୀରି ପର୍ବତ ଅଛି ।
ବାଲେଶ୍ଵରରେ ସମୁଦ୍ର ମୁହାଣକୁ ଛୁଇଁଥିବା ଅନେକ ନଇ ଓ ଶାଖାନଇ ରହିଅଛି । ବାଲେଶ୍ଵରର ଜଳସେଚନ ଚାରିଆଡ଼େ ବ୍ୟାପିଛି । ବାଲେଶ୍ଵରକୁ ବାଲିର ସହର ମଧ୍ୟ କୁହାଯାଏ ।
ଲୋକଗଣନା[ସମ୍ପାଦନା]
୨୦୧୧ ଜଣଗଣନା ଅନୁସାରେ,[୪] ବାଲେଶ୍ଵରର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ । ବାଲେଶ୍ଵରର ସାକ୍ଷରତା ହାର ୮୬%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ରୁ ବେଶି | ଲୋକସଖ୍ୟାର ୧୧% ଛ ବର୍ଷରୁ କମ | ଏହା ଓଡ଼ିଶାର ସବୁଠୁ ବେଶି ସାକ୍ଷର ସହର ।
ସହର ନଜର[ସମ୍ପାଦନା]
ବାଲେଶ୍ଵରର ଗଜା ସାରା ଓଡ଼ିଶାରେ ଜଣାଶୁଣା । ବାଲେଶ୍ଵର ସହରରେ ଅନେକ ପୁରୁଣା ଓ ଖାଣ୍ଟି ଓଡ଼ିଆ ମିଠା ସବୁ ମିଳିଥାଏ ।
୧୯୮୯ଠାରୁ ବାଲେଶ୍ଵରର ଚାନ୍ଦିପୁର ଠାରେ ଗୋଲାବାରୁଦ ଓ କ୍ଷେପଣାସ୍ତ୍ର ପରିକ୍ଷଣ ଘାଟି ରହିଅଛି. ଅଗ୍ନି, ପୃଥିବି, ନାଗ, ତ୍ରିଶୁଳ, ବହ୍ମୋସ ଆଦି ଅନେକ କ୍ଷେପଣାସ୍ତ୍ର ପର ପରିକ୍ଷଣ ଏଠାରେ କରାଯାଇଛି .
ବେପାର ବଣିଜ[ସମ୍ପାଦନା]
ବାଲେଶ୍ଵର ସହର ବାଲେଶ୍ଵର ଜିଲା ସବୁଠୁ ବଡ଼ ସହର । ଚାଷବାସ, କଳକାରଖାନା, ମାଛଧରା ଅଦି ଏଠାକାର ମୁଳବେଉସା।
ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରି ବଜାର, ନୁଆସାହି ଆଦି ଏଠାକାର ବେପାର ବଣିଜର ମୁଳ ।
ବାଲେଶ୍ଵରର ଜଉ କଣ୍ଢେଇ ବିରଳ, କୋଟିକମ କରା ଓ ନାଆଁକରା ।
ଓଡ଼ିଶାର କଳା, ସାହିତ୍ୟ, ଚଳଣି, ଖାଇବା ପିଇବା, ଚାଷବାସ ଓ କଳକାରଖାନାର ବିକାଶରେ ବାଲେଶ୍ଵର ଏକ ମୁଖ୍ୟ ସ୍ଥାନ ଗ୍ରହଣ କରିଅଛି ।
ଏଠାରେ ବିରଳା ଟାୟାର୍ସ, ଇମାମି କାଗଜ କଳ, ଅରିପ୍ଳାସ ପ୍ଳାସଟିକ କାରଖାନା ଓ ଆହୁରି ଢେରେ କାରଖାନା ଅଛି ।
ଗମନାଗମନ[ସମ୍ପାଦନା]
ବାଲେଶ୍ଵର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ . ଜାତୀୟ ରାଜପଥ-୫/ଜଗନ୍ନାଥ ସଡ଼କ କଲିକତାରୁ ଚେନ୍ନାଇ ଯାଇଛି ଓ ଚାରି ଲେନବାଲା ଜାତୀୟ ରାଜପଥ-୬୦ ବାଲେଶ୍ଵରରୁ କଲିକତା ଯାଇଛି.
ପାଖରେ ଥିବା ବିମାନଘାଟି ହେଲା ଭୁବନେଶ୍ୱର (୧୯୮ କି.ମି.) ଓ କଲିକତା (୨୪୭ କି.ମି.) ।
ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର, କୋରାପୁଟ, ରାଉରକେଲା, ସମ୍ବଲପୁର, ବରଗଡ଼ ଓ ଓଡ଼ିଶାର ବାକି ସହର ମାନଙ୍କ ସହ ବାଲେଶ୍ଵର ବସ ଓ କାର ଆଦିରେ ଭଲ ଭାବେ ଜୋଡ଼ା । ବାଲେଶ୍ଵରଠୁ ୬୦କିମି ଦୁରରେ ବାରିପଦା |
ପର୍ଯ୍ୟଟନ[ସମ୍ପାଦନା]
- ଚାନ୍ଦିପୁର ବେଳାଭୂମି: ଏହା ବାଲେଶ୍ଵରର ଏକ ସୁନ୍ଦର ବେଳାଭୁଇଁ । ଏହା ବାକି ବେଳାଭୁଇଁ ଠାରୁ ଅଲଗା, ଏଠାରେ ଲହଡ଼ି କେବଳ ଭୋର ଓ ରାତିରେ ଦେଖିବାକୁ ମିଳେ । ଦିନସାରା ସମୁଦ୍ରର ୩-୪ ମାଇଲ ଜାଏଁ କେବେ ଲହଡି଼ ଆସେ ନାହିଁ । ପିକନିକ ଓ ବୁଲାବୁଲି ପାଇଁ ଏକ ସୁନ୍ଦର ଜାଗା ।
- ବାଲିଘାଟ ବନ୍ଦର: ଏହା ସହରର ଏକ ମୁଣ୍ଡରେ ଥିବା ଏକ ପୁରାତନ ବନ୍ଦର ।
- ଭୁଜାଖିଆ ପିର: ସୁନହଟରେ ଥିବା ଭୁଜାଖିଆ ପିର ହିନ୍ଦୁ ଓ ମୁସଲିମ ମାନଙ୍କ ଏକତାର ପ୍ରତିରୂପ । ଆସ୍ଥାନା ସରିଫ ହଜରତ ପିରବାବା ଏଠାରେ ହଇଜା ରୋଗିଙ୍କର ସେବା ପାଇଁ ଆସିଥିଲେ, ତାଙ୍କ ପରେ ଏହା ଏକ ତିରିଥଭୂଇଁ ପାଲଟି ଯାଇଛି, ବାଲେଶ୍ଵରି ଲୋକ ଭାସାରେ ଭୁଜାର ଅର୍ଥ ମୁଢ଼ି଼, ବାବାଙ୍କର ମୁଢ଼ି଼ରେ ଥିଲା ଭାରି ସରଗ, ଆଉ ସେଇଠି ପାଇଁ ଏ ଜାଗାର ନାଆଁ ଭୁଜାଖିଆ ପିର ।
- ଗାନ୍ଧି ସ୍ମୃତି ଭବନ: ଏହା ସହର ଉପକଣ୍ଠରେ ଥିବା ଏକ ପୁରୁଣା ସଭା ଭବନ ଯେଉଁଠାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।
- ତାଳସାରି ଠାରେ ବାଲେଶ୍ଵରର ଆଉ ଏକ ସୁନ୍ଦର ବେଳାଭୂଇଁ ଅଛି ।
- ପୁରୀ, ବାରିପଦା ଓ କୋରାପୁଟ ପରେ ନୀଳଗିରିର ଜଗନାଥ ମନ୍ଦିର ରଥଯାତ୍ରା ଭାରି ନାଆଁକରା ।
- ଧାମରା ବାଲେଶ୍ଵର ଭୂଇଁର ଆଉ ଏକ ସୁନ୍ଦର ବନ୍ଦର ଓ ଗୋଳାବାରୁଦ ପରଖ ପାଇଁ ଜଣାଶୁଣା ।
- ଭୁଷଣ୍ଡେଶ୍ଵରଠାରେ ରହିଛି ଏସିଆର ସବୁଠୁ ବଡ଼ ଶିବଲିଙ୍ଗ ।
- ଚନ୍ଦନେଶ୍ଵରର ଶିବ ମନ୍ଦିର ଜଣାଶୁଣା ଶିବପିଠ | ଏଠାକାର ଜାଗର ମେଳା ପାଇଁ ଚାରିଆଡୁ ଭକତଙ୍କ ସୁଅ ଛୁଟେ ।
ବାଲେଶ୍ଵର ଠାରେ ଓଡ଼ିଆ ସାହିତ୍ୟର ବ୍ୟାସକବି, ପ୍ରଥମ କ୍ଷୁଦ୍ର ଗଳପର ଲେଖାଳି ଓ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଫକିର ମୋହନ ସେନାପତି, କବିବର ରାଧାନାଥ ରାଏ, ଭକ୍ତ କବି ଦିନକୃଷ୍ଣ ଦାସ ଓ ଔପନ୍ୟାସିକ ତଥା ଗାଳ୍ପିକ ମନୋଜ ଦାସ ଜନ୍ମ ନେଇଥିଲେ ।
ଶିକ୍ଷା[ସମ୍ପାଦନା]
କଲେଜ ଓ ବିଶ୍ଵବିଦ୍ୟାଳୟ[ସମ୍ପାଦନା]
- ଫକିର ମୋହନ ବିଶ୍ଵବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ଵର
- ଆର.ଜେ ସ୍କୁଲ ଅଫ ମାନେଜମେଣ୍ଟ
- ବାଲେଶ୍ଵର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି
- ଏକାଡେମି ଅଫ ବିଜନେସ ମାନେଜମେଣ୍ଟ
- ଫକିର ମୋହନ ସ୍ଵୟଂଶାସିତ କଲେଜ, ବାଲେଶ୍ଵର
- କୁନ୍ତଳାକୁମାରୀ ମହାବିଦ୍ୟାଳୟ
- ଆର.ଆଇ.ଟି
- ସତ୍ୟସାଇ ଇଞ୍ଜିନିଅରିଙ୍ଗ କଲେଜ
- ବାଲେଶ୍ଵର ସ୍କୁଲ ଅଫ ଇଞ୍ଜିନିଅରିଙ୍ଗ
ସ୍କୁଲ[ସମ୍ପାଦନା]
- ବାଲେଶ୍ଵର ଜିଲା ସ୍କୁଲ
- ପବ୍ଲିକ ହାଇସ୍କୁଲ
- ବାଲେଶ୍ଵର ପୋଲିସ ହାଇସ୍କୁଲ
- ଟାଉନ ହାଇସ୍କୁଲ
- ବାଲେଶ୍ଵର କେନ୍ଦ୍ରିୟ ବିଦ୍ୟାଳୟ
- ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ
- ମହର୍ଷି ବିଦ୍ୟା ମନ୍ଦିର
- କୈଳାସଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୀଳଗିରି
- ଶୋଭାରାମପୁର ହାଇସ୍କୁଲ
- ମଡର୍ଣ ପବ୍ଲିକ ସ୍କୁଲ
- ଶମ୍ଭୁନାଥ ହାଇସ୍କୁଲ, ବସ୍ତା
- ଏସ.ଏନ. ହାଇସ୍କୁଲ, ସୋର
- ଖ୍ରିଷ୍ଟିଆନ ହାଇସ୍କୁଲ
- ଆର.ଆଇ.ଏଚ.ଏସ, ଭୋଗରାଇ
- ରତ୍ନାକର ତାଉନ ହାଇସ୍କୁଲ, ବାଲିଗୋହିରି
- ରେମୁଣା ହାଇସ୍କୁଲ, ରେମୁଣା ବଜାର୍
- ମହାପାତ୍ର ହାଇ ସ୍କୁଲ, ରୂପସା
ଆହୁରି ଦେଖନ୍ତୁ[ସମ୍ପାଦନା]
- ଚାନ୍ଦିପୁର (ବାଲେଶ୍ଵର)
| Wikivoyage has travel information related to: ଚାନ୍ଦିପୁରରେ ବୁଲାବୁଲି |
| Wikivoyage has travel information related to: ପଞ୍ଚଲିଙ୍ଗେଶ୍ଵର |
ଆଧାର[ସମ୍ପାଦନା]
- ↑ onefivenine.com
- ↑ ଆର୍ତ୍ତବଲ୍ଲଭ ମହାନ୍ତି, ମୁଖବନ୍ଧ, ଉଷାଭିଳାଷ, ଶିଶୁ ଶଙ୍କର ଦାସ
- ↑ ୩.୦ ୩.୧ ପ୍ର. ପ୍ରହଲାଦ ଚରଣ ମହାନ୍ତି
- ↑ Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧
ବାହାର ଆଧାର[ସମ୍ପାଦନା]
- ବାଲେଶ୍ଵରର ଅନଲାଇନ ପୋର୍ଟାଲ
- ବାଲେଶ୍ଵର ଜିଲ୍ଲା ସରକାରୀ ପୋର୍ଟାଲ
- ଏନସାଇକ୍ଲୋପିଡ଼ିଆରେ ବାଲେଶ୍ଵର
- ଆରକିଟେକଚରାଲ ପ୍ଲାନିଙ୍ଗ, କୁଆଲିଟି, କୁଆଲିଟି କଣ୍ଟ୍ରୋଲ, ସର୍ଭେ ବର୍କ ଆଣ୍ଡ ସିଭିଲ କନସଲଟାନ୍ସି
|
||||||||||||||||||||||
|
||||||||||||||||||||||||||