କଟକ

ଉଇକିପିଡ଼ିଆ ରୁ
ଏହି ଲେଖାଟି କଟକ ସହର ବାବଦରେ । ଜିଲା ପାଇଁ, କଟକ ଜିଲ୍ଲା ପ୍ରସଙ୍ଗଟି ଦେଖନ୍ତୁ ।
କଟକ
ମହାନଗର
Clockwise from top left: Deity of Chandi temple in Cuttack, Uttareshwar Temple, Barabati stadium, Railway Bridge on Mahanadi river near Cuttack,  Ravenshaw Collegiate School (Odisha High Court in background), Badambadi bus stand centre in Cuttack
Clockwise from top left: Deity of Chandi temple in Cuttack, Uttareshwar Temple, Barabati stadium, Railway Bridge on Mahanadi river near Cuttack, Ravenshaw Collegiate School (Odisha High Court in background), Badambadi bus stand centre in Cuttack
ଅନ୍ୟ ନାମ:
ରୌପ୍ୟନଗରୀ
ମିଲେନିଅମ୍ ସହର
କଟକ ଓଡ଼ିଶାରେ ଅବସ୍ଥିତ ।
କଟକ
କଟକ
କଟକ, ଓଡ଼ିଶାରେ ଅବସ୍ଥିତ
Coordinates: 20°16′N 85°31′E / 20.27°N 85.52°E / 20.27; 85.52ଦିଗବାରେଣି: 20°16′N 85°31′E / 20.27°N 85.52°E / 20.27; 85.52
ଦେଶ  ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା କଟକ
କଟକ ଖ୍ରୀ.ଅ. ୯୮୯
ପ୍ରତିଷ୍ଠାତା ମର୍କତ କେଶରୀ
ନାମକରଣ କାରଣ ପ୍ରାଚୀନ ଉତ୍କଳର ସୈନ୍ୟ ଛାଉଣି
ସରକାର
 • ପରିଚାଳନା ମହାନଗର ନିଗମ
 • ମ୍ୟୁନିସିପାଲ କମିସନର ରବିନାରାୟଣ ନନ୍ଦ
 • ମେୟର ଅନିତା ବେହେରା
କ୍ଷେତ୍ରଫଳ
 • ମୋଟ 398
ଉଚ୍ଚତା 36
ଜନସଂଖ୍ୟା (2010)[୧]
 • ମୋଟ ୯୨୧
 • କ୍ରମାଙ୍କ ୭୦
 • ଘନତା 4,382.23
ଭାଷା
 • ସରକାରୀ ଓଡ଼ିଆ
ସମୟ ମଣ୍ଡଳ ଆଇ.ଏସ୍.ଟି (UTC+୫.୩୦)
ପିନ୍‌ ୭୫୩୦xx/୭୫୪xxx
ଦୁରଭାଷ କୋଡ ୦୬୭୧-
ଗାଡି ପଞ୍ଜୀକରଣ OR-05/OD-05
ୱେବସାଇଟ cmccuttack.gov.in

କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନ‌ଗର ଓ ଓଡ଼ିଶାର ସର୍ବପୁରାତନ ନ‌ଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ[୨][୩] ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।

ଇତିହାସ[ସମ୍ପାଦନା]

କଟକର ମୂଳ ଇତିହାସ କେଶରୀ ବଂଶ ସହ ଜଡ଼ିତ । କେଶରୀ ବଂଶର ରାଜା ନୃପ କେଶରୀଙ୍କ ଦ୍ୱାରା ୯୮୯ ଖ୍ରୀ.ଅ.ରେ ଏକ ସେନା ଛାଉଣି ଭାବରେ କଟକର ପ୍ରତିଷ୍ଠା ହୋ‍ଇଥିଲା । ପୁରୀ ଜଗନ୍ନାଥ ମନ୍ଦିରର ମାଦଳା ପାଞ୍ଜିରୁ ଏହାର ପ୍ରମାଣ ମିଳିଥାଏ । ସନ ୧୦୦୬ରେ ରାଜା ମର୍କତ କେଶରୀଙ୍କ ଶାସନ କାଳରେ ମହାନଦୀ ଉପରେ ପଥର ବନ୍ଧ ତିଆରି ହୋଇଥିଲା,[୪] ଆଉ ଲୋକଙ୍କୁ ବନ୍ୟା ଦାଉରୁ ବଞ୍ଚାଇବା ପାଇଁ ଏହି ପଥରବନ୍ଧ ତିଆରି ପଛରେ ଥିଲେ ସେକାଳର କୁଶଳୀ ବିନ୍ଧାଣି ବାଇଧର ମୁଣ୍ଡି (ଲୋକତୁଣ୍ଡରେ ବାଇମୁଣ୍ଡି ନାମରେ ଜଣାଶୁଣା) ।

କେଶରୀ ବଂଶ ପରେ କଟକ ୧୨୧୧ ଖ୍ରୀ.ଅ.ରେ ଗଙ୍ଗ ବଂଶଜ ଅନଙ୍ଗଭୀମଦେବଙ୍କ ସାମ୍ରାଜ୍ୟର ରାଜଧାନୀ ରୂପେ ରହିଥିଲା । ଗଙ୍ଗ ବଂଶ ପରେ କ୍ଷମତାରେ ଥିବା ସୂର୍ଯ୍ୟବଂଶଜ ଗଜପତି ରାଜା (୧୪୩୫-୧୫୪୧ ଖ୍ରୀ.ଅ.) ମାନେ ମଧ୍ୟ କଟକକୁ ନିଜ ରାଜଧାନୀର ମାନ୍ୟତା ଦେଇଥିଲେ । ଓଡ଼ିଶାର ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ଅନ୍ତେ କଟକ ମୁସଲିମ ଓ ମୋଗଲ ମାନଙ୍କ ଅକ୍ତିଆରକୁ ‍ଆସିଥିଲା କଟକ ।

ଅଠର ଦଶକର ମଝି ଆଡକୁ, ପ୍ରାୟ ୧୭୫୦ ବେଳକୁ କଟକ ମରହଟା ମାନଙ୍କ ଅଧୀନକୁ ଆସିଲା । ନାଗପୁରର ମରହଟ୍ଟା ଏବଂ କୋଲକାତା (ତତ୍କାଳୀନ କଲିକତା)ର ଇଂରେଜ ବଣିକ ମାନଙ୍କ ସହ ଗମନାଗମନ ଓ ଯୋଗାଯୋଗ ଲାଗି ଉତ୍ତମ ସ୍ଥାନରେ କଟକ ଅବସ୍ଥିତ ହୋ‍ଇଥିବାରୁ ଏହି ସମୟରେ କଟକର ବାଣିଜ୍ୟିକ ପ୍ରତିପତ୍ତି ବୃଦ୍ଧି ପାଇଲା । ୧୮୦୩ରେ ଇଂରେଜ ମାନେ କଟକକୁ ଦଖଲ କଲେ ଏବଂ ୧୮୧୬ରେ ଏହାକୁ ଓଡ଼ିଶା ଡିଭିଜନ୍‍ର ରାଜଧାନୀ ଘୋଷିତ କରାଗଲା । ଯଦିଓ ସ୍ୱାଧୀନତା ପରବର୍ତ୍ତୀ କାଳରେ ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀରେ ପରିଣତ ହେଲା ତଥାପି ଶାସନତନ୍ତ୍ରରେ ଏଯାବତ୍ କଟକ ନିଜର ଏକ ସ୍ୱତନ୍ତ୍ର ପତିଆରା ବଜାୟ ରଖିଛି ।

କଟକ ଇତିହାସର ମୂକସାକ୍ଷୀ ରୂପେ ଓଡ଼ିଶା ବିଦିତ ପୁରାତନ ବାରବାଟି ଦୁର୍ଗ ଏଯାବତ୍ ସଗର୍ବେ ଦଣ୍ଡାୟମାନ । ଏହି ଦୁର୍ଗର ସମୀପରେ ଅତ୍ୟାଧୁନିକ ସୁବିଧାସୁଯୋଗ ଯୁକ୍ତ ବାରବାଟି ଷ୍ଟାଡିଅମ ରହିଛି । ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‍ମାନ ଏହି ଷ୍ଟାଡିୟମରେ ଖେଳାଯାଇସାରିଛି । ନିକଟ ଅତୀତରେ ଦିବାରାତ୍ରି ଖେଳମାନଙ୍କ ଲାଗି ଏଠାରେ ଫ୍ଲଡ୍ ଲାଇଟ୍ ମଧ୍ୟ ଖଞ୍ଜା ଯାଇଛି । ଲୋକମୁଖରେ କଟକ ’ବାଉନ ବଜାର ତେପନ ଗଳି’ର ସହର ରୂପେ ମଧ୍ୟ ସୁବିଖ୍ୟାତ ।

ସହରଠାରୁ ୧୪ କି.ମି. ଦୂରରେ ବିରିବାଟିଠାରେ ଅବସ୍ଥିତ ପରମହଂସନାଥ ମନ୍ଦିର କଟକର ସର୍ବୋଚ୍ଚ ମନ୍ଦିର । ଏତଦବ୍ୟତୀତ କଟକ ଚଣ୍ଡୀ ମନ୍ଦିରଭଟ୍ଟାରିକା ମନ୍ଦିର ମଧ୍ୟ କଟକର ଶୋଭା ବୃଦ୍ଧି କରୁଛନ୍ତି ।

ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସଲମାନଙ୍କକଦ୍ଦମ୍ ରସୁଲ୍’ ଓ ଶିଖ ଧର୍ମର ’ଗୁରୁଦ୍ୱାରା ଦାତନ ସାହେବ’ ଅନ୍ୟତମ । ଏହା ବିଶ୍ୱାସ କରାଯାଏ ଯେ କଦମ ରସୁଲର ମନିଷୀ ମହମ୍ମଦଙ୍କ ପଦଚିହ୍ନ ରହିଛି । ସେହିପରି ଶିଖ ବିଶ୍ୱାସାନୁଯାୟୀ ଶିଖଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ୱାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରି ଦ୍ୱାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି । ଦାନ୍ତକାଠି ଅନୁସାରେ ଏହାର ନାମ ଗୁରୁଦ୍ୱାରା ଦାତନ ସାହିବ ।

ଭୂଗୋଳ[ସମ୍ପାଦନା]

କାଠଯୋଡ଼ି ନଦୀ

କଟକର ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୩୭ ମିଟର (୧୨୧ ଫୁଟ୍) । କଟକ ଉତ୍ତରରେ ମହାନଦୀ ଓ ଦକ୍ଷିଣରେ କାଠଯୋଡ଼ି ମଧ୍ୟରେ ଥିବା ତ୍ରିକୋଣଭୂମିରେ ଅବସ୍ଥିତ । କଟକର ଜଳବାୟୁ ଗ୍ରୀଷ୍ମ ଦିନେ ଉଷ୍ମ ଓ ଆର୍ଦ୍ର ଏବଂ ଶୀତ ଦିନେ ଶୀତଳ ଓ ଶୁଷ୍କ । ସହରରେ ଅନୁଭୂତ ସର୍ବୋଚ୍ଚ ତାପମାତ୍ରା ୫୦ ସେ. ହୋ‍ଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୦ ସେ. । ଗ୍ରୀଷ୍ମର ପ୍ରଭାବ ମାର୍ଚ୍ଚ ଶେଷରୁ ଜୁନ୍ ମଧ୍ୟଭାଗ ଯାଏଁ ଅନୁଭୂତ ହୁଏ । ଜୁନ୍ ମଧ୍ୟଭାଗରୁ ବର୍ଷାଋତୁର ଆରମ୍ଭ । ସେପ୍‍ଟେମ୍ବରରୁ ଅକ୍ଟୋବର ମଧ୍ୟଭାଗ ଯାଏଁ ସର୍ବାଧିକ ବୃଷ୍ଟିପାତ ହୋ‍ଇଥାଏ । କଟକର ବାର୍ଷିକ ହାରାହାରି ବୃଷ୍ଟିପାତ ୧୪୪.୩୯ ସେ.ମି. ।

ଶୀତଋତୁ ନଭେମ୍ବରରୁ ଆରମ୍ଭ ହୋ‍ଇ ଜାନୁଆରୀ ଆରମ୍ଭ ଯାଏଁ ରହିଥାଏ । ଏହି ସମୟରେ ଶୀତଳ ଉତ୍ତରା ପବନ ବହିବା ସହିତ ଶୀଘ୍ର (୫.୩୦ ଘଟିକା) ସନ୍ଧ୍ୟା ହୋ‍ଇଯାଉଥିବାରୁ ଲମ୍ବା ଓ ଥଣ୍ଡା ରାତି ଅନୁଭୂତ ହୁଏ ।

ଜାନୁଆରୀ ମଧ୍ୟରୁ ମାର୍ଚ୍ଚ ମଧ୍ୟଭାଗ ଯାଏଁ ବସନ୍ତ ଋତୁର ପ୍ରଭାବ ଦେଖାଯାଏ ଓ ତାପମାତ୍ରା ସର୍ବୋଚ୍ଚ ୩୩.୪ ସେ. ରୁ ୨୨.୨ ସେ. ମଧ୍ୟରେ ରହେ । କଟକ ଭ୍ରମଣ ଲାଗି ଏହା ସର୍ବୋତ୍କୃଷ୍ଟ ସମୟ ।

୨୦୧୧ ଜନଗଣନା ଅନୁଯାୟୀ କଟକର ମୋଟ ଜନସଂଖ୍ୟା ୬,୦୬,୦୦୭ । କଟକର ହାରାହାରି ସାକ୍ଷରତା ହାର ୯୧.୧୭% । [୫]

କଟକ ପିଠାପୁର

କଳା ଓ ଚଳଣି[ସମ୍ପାଦନା]

ତାରକସି[ସମ୍ପାଦନା]

ମୂଳ ଲେଖା: ତାରକସି
ରୂପାର ତାରକସି କାମ

କଟକ ସୁନା ଓ ରୂପାର ତାରକସି କଳା ପାଇଁ ଜଣାଶୁଣା । ଏଠାକାର ସ୍ଥାନୀୟ କାରିଗର ମାନେ ସାଧବ ମାନଙ୍କ ଅମଳରୁ ପାଖାପାଖି ୫୦୦ ବର୍ଷ ଧରି ଏହି କଳାକୁ ଜୀବିତ ରଖିଛନ୍ତି । ଅତୀତରେ ଓଡ଼ିଶାର ନଦୀ ଓ ସମୁଦ୍ର ପଥରେ ଦକ୍ଷିଣ ଏସିଆର ଇଣ୍ଡୋନେସିଆ ଓ ଅନ୍ୟାନ୍ୟ ଦେଶସମୂହ ସହ ବେପାର ବଣିଜ କାରବାର ପାଇଁ ଓଡ଼ିଶାର ସାଧବମାନେ ଏହି ସୁନା ରୂପାର ଅଳଙ୍କାର ନେଇ କଳିଙ୍ଗରୁ ଯାଉଥିଲେ ।[୬]

ଖାଦ୍ୟପେୟ[ସମ୍ପାଦନା]

ଦହିବରା-ଆଳୁଦମ ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[୭] ଯାହା ଦହିବରାକୁ ଆଳୁଦମ ଓ ଘୁଗୁନି ସହିତ ମିଶାଇ ତିଆରି କରାଯାଇଥାଏ । କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ଏହା ଏକ ଜଳଖିଆ ଭାବରେଓ ଅନେକ ବିବାହ ତଥା ପୂଜା ପାର୍ବଣ ଓ ଉତ୍ସବ[୮] ରେ ମଧ୍ୟ ଏହା ପରଷାଯାଇଥାଏ ।

କଟକର ବିକଳାନନ୍ଦ କର (ଜଣାଶୁଣା ନାମ ବିକଳ କର) ଓ ଅନେକ ଜଣାଶୁଣା ମିଠା କାରିଗର ରସଗୋଲା ଓ ନାନାଦି ଓଡ଼ିଆ ମିଠାକୁ ଦେଶ ବିଦେଶରେ ଲୋକପ୍ରିୟ କରାଇବାରେ ସାହାଯ୍ୟ କରିଛନ୍ତି ।

ପର୍ବପର୍ବାଣୀ[ସମ୍ପାଦନା]

କଟକ ଚଣ୍ଡୀ

ଓଡ଼ିଆ ସଂସ୍କୃତି ଅନୁଯାୟୀ କଟକରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ । ତେବେ ଯେଉଁ ପର୍ବଗୁଡିକ ଲାଗି କଟକ ଦୂରଦୂରାନ୍ତରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ସେଗୁଡିକ ହେଲା ଦଶହରା ଓ ବାଲିଯାତ୍ରା । ଦଶହରାରେ ଶକ୍ତି ରୂପିଣୀ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ । ଦେବୀଙ୍କ ମହିଷମର୍ଦ୍ଦିନୀ ରୂପର ମୃଣ୍ମୟ ପ୍ରତିମାକୁ ନେଇ ସହରସାରା ଅନେକ ମେଢ ତିଆରି ହୋ‍ଇଥାଏ । ଦଶହରାର ଆଡ଼ମ୍ବର ବ୍ୟତୀତ କଟକ ମଧ୍ୟ ଚାନ୍ଦି ମେଢ଼ ଲାଗି ପ୍ରସିଦ୍ଧ । ଏହି ଚାନ୍ଦି ମେଢ଼ରେ ବିପୁଳ ପରିମାଣର ସୁନା ଓ ରୂପା ବ୍ୟବହୃତ ହୋ‍ଇଥାଏ । ଏହି ମେଢ଼ଗୁଡିକ ତାରକସି କାମର ଅନନ୍ୟ ନମୁନା ।

ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନ ମାନଙ୍କୁ ବୋ‍ଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ । ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ ଜମାନ୍ତି । ସେହିପରି ଜାନୁଆରୀରେ ପାଳିତ ହେଉଥିବା ମକର ସଂକ୍ରାନ୍ତିରେ ରଙ୍ଗବେରଙ୍ଗର ଗୁଡିରେ ଭରିଯାଇଥିବା ଆକାଶ ଅତ୍ୟନ୍ତ ସୁନ୍ଦର ଦିଶେ । ଏହାଛଡା ଅନ୍ୟାନ୍ୟ ହିନ୍ଦୁ ପର୍ବପର୍ବାଣୀ ମଧ୍ୟ କଟକରେ ବେଶ୍ ଆଡ଼ମ୍ବର ସହ ପାଳିତ ହୁଏ ।

ହିନ୍ଦୁଙ୍କ ବ୍ୟତୀତ କଟକରେ ବସବାସ କରୁଥିବା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ନିଜ ନିଜ ଧାର୍ମିକ ପର୍ବ ପାଳନ କରନ୍ତି, ଏଗୁଡିକ ମଧ୍ୟରୁ ଇଦୁଲ ଫିତର, ଇଦୁଲ ଜୁହା, ବଡ଼ଦିନ ଆଦି ପ୍ରଧାନ ।

ଧାର୍ମିକ ପର୍ବ ବ୍ୟତୀତ ସମସ୍ତ ଜାତୀୟ ପର୍ବ ଯଥା ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦିକୁ ମଧ୍ୟ କଟକବାସୀ ବେଶ୍ ନିଷ୍ଠା ସହକାରେ ପାଳନ କରନ୍ତି ।

ନାଗରିକ ପ୍ରଶାସନ[ସମ୍ପାଦନା]

ଓଡ଼ିଶାର ପୁରାତନ ରାଜଧାନୀ କଟକ ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଗୁରୁତ୍ଵ ପୂର୍ଣ। ଭାରତର ସଂସଦରେ କଟକ ଲୋକସଭା ସିଟ ଏହି ସହର ତଥା ଜିଲ୍ଲାର ପ୍ରତିନିଧିତ୍ଵ କରେ। ଶ୍ରୀ ଭର୍ତୁହରି ମହତାବ (ବିଜୁ ଜନତା ଦଳ) କଟକର ସାଂସଦ ଅଟନ୍ତି।

ଓଡ଼ିଶା ବିଧାନ ସଭାରେ କଟକ ନଗର ୩ଟି ସିଟରେ ଯଥା ବାରବାଟି-କଟକ, ଚୌଦ୍ବାର-କଟକ ଓ କଟକ ସଦରରେ ଭାଗ କରା ଯାଇଛି । ଚଳିତ ବିଧାନ ସଭାରେ ଏହି ୩ଟି ଯାକ ସିଟରେ ବିଜୁ ଜନତା ଦଳର ବିଧାୟକମାନେ ପ୍ରତିନିଧିତ୍ଵ କରୁଛନ୍ତି। ସେମାନେ ହେଲେ ବାରବାଟି କଟକ- ଶ୍ରୀ ଦେବାଶିଷ ସାମନ୍ତରାୟ, ଚୌଦ୍ବାର କଟକ - ଶ୍ରୀ ପ୍ରଭାତ ବିଶ୍ଵାଳ ଓ କଟକ ସଦର- ଶ୍ରୀ କାଳିନ୍ଦୀ ବେହେରା।

ନଗରର ପରିମଳ ବ୍ୟବସ୍ଥା କଟକ ମହାନଗର ନିଗମ ଉପରେ ନ୍ୟାସ୍ତ। ଭୁବନେଶ୍ବର ପରେ କଟକ ଓଡ଼ିଶାର ଦ୍ଵିତୀୟ ମହାନଗର ନିଗମ ବା ମୁନିସିପାଲ କର୍ପୋରେଶନ। ଏହି ନିଗମ ଅଧୀନରେ କଟକ ୫୪ ଟି ୱାର୍ଡ ବା ଭାଗରେ ବିଭକ୍ତ ହେଇଛି। ସମ୍ପ୍ରତି ଶ୍ରୀ ସୌମେନ୍ଦ୍ର ଘୋଷ(ବିଜୁ ଜନତା ଦଳ) କଟକର ମେୟର (ନଗରପାଳ) ଅଟନ୍ତି।

କଟକ ନଗରର ଆଇନ ଓ ବ୍ୟବସ୍ଥା ଏବେ ଭୁବନେଶ୍ବର ଓ କଟକ ପୁଲିସ କମିସନରେଟ ଉପରେ ନ୍ୟସ୍ତ। ଏହାର ମୁଖ୍ୟ ପୁଲିସ କମିସନର ଉଭୟ କଟକ ଓ ଭୁବନେଶ୍ବର ଆଇନ ଓ ବ୍ୟବସ୍ଥା ରକ୍ଷା କରିଥାନ୍ତି। ଅଧୁନା କଟକ ନଗରରେ ୨୦ଟି ପୁଲିସ ଥାନା ଆଚି। ସେ ଗୁଡିକ ହଏକା କଣ୍ଟୋଂମେଣ୍ଟ, ବିଡାନାସି, ମାର୍କତନଗର, ଲାଲବଗ, ପୁରିଘାଟ, ମଧୁପାଟଣା, ଚାଉଳିଆଗଞ୍ଜ, ମାଲଗୋଦାମ, ମଙ୍ଗଳାବାଗ,ଦରଘାବଜାର, ମହିଳା, ଚୌଦ୍ବାର, ଜଗତପୁର, ବିଦ୍ୟୁତ (ବିଶେଷ), ସଦର, ବାରଙ୍ଗ, ବାଦାମବାଡି, କନ୍ଦରପୁର, ଟ୍ରାଫିକ, ଟ୍ରାଫିକ (ଜାତୀୟ ରାଜପଥ ଫୁଲନଖରା)।

ଅର୍ଥନୀତି[ସମ୍ପାଦନା]

ବର୍ଷ ବର୍ଷ ଧରି କଟକ ଓଡ଼ିଶାର ଅର୍ଥନୈତିକ ପ୍ରାଣ କେନ୍ଦ୍ର ଭାବେ ଗଣ ଯାଏ। ପୂର୍ବକାଳରେ କଳିଙ୍ଗ ଦେଶର ସାଧବପୁଅ ମାନେ ଏହି କଟକ ଯୋବ୍ରା ମହାନଦୀ ଦେଇ ଜଳପଥ ଦେଇ ନୌବାଣିଜ୍ୟ କରୁଥିଲେ। ସେହି କାଳରୁ କଟକ ବାଣିଜ୍ୟର ପେଣ୍ଠସ୍ଥଳ ରହି ଆସିଛି। ଏହି ନୌବାଣିଜ୍ୟର ଆଉ ଏକ ପ୍ରମାଣ ହେଲା କଟକ ପ୍ରସିଦ୍ଧ ବାର୍ଷିକ ବାଲିଯାତ୍ରା ଯାହା ଏହି ସୁଦୂର ପ୍ରଦେଶରୁ ଅଣାଯାଇଥିବା ନାନାଦି ଦ୍ରବ୍ୟର ବିକ୍ରୀବଟା ପାଇଁ ପ୍ରତି ବର୍ଷ କାର୍ତିକପୂର୍ଣମୀ ଠାରୁ ଅନୁଷ୍ଠିତ ହୋଇ ଆସୁଛି।ସମ୍ପ୍ରତି ଯୋବ୍ରା ବାଟଦେଇ ଏଇ ନୌବାଣିଜ୍ୟ ଆଉ ହେଉନାହିଁ କିନ୍ତୁ ରାଜ୍ୟର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବେ କଟକର ଖ୍ଯାତି ଆଜି ବି ଅଛି।


ବାଣିଜ୍ୟ

କଟକର ୫୨ ବଜାର , ୫୩ ଗଳିରେ ଖାଦ୍ୟ ଶସ୍ୟ, ଲୁଗାପଟା,ଔଷଧ, ସୁନା ରୂପ ଅଳଙ୍କାର,ଯାନ୍ତ୍ରିକ କଳ , ଈଲେକ୍ଟ୍ରୋନିକ ଆଦିର ବହୁ ଅଧିକୃତ ବିକ୍ରେତା ଓ ଥୋକ ବେପାରୀ ଆଛନ୍ତି। ଉପକୂଳ ଓଡ଼ିଶା ତଥା ସାରା ରାଜ୍ୟର ଛୋଟ ଦୋକାନୀ ମାନେ କଟକ ଆସି ଏହି ବଡ ବେପାରୀ ମାନଙ୍କଠାରୁ ଜିନିଷ ପତ୍ର କିଣି ନେଇ ଥାନ୍ତି। ପୁରୁଷ ପୁରୁଷ ଧରି ମୁଖ୍ୟତ ମାରୱାଡି, ସିନ୍ଧି, ଗୁଜୁରାଟୀ ମାନେ ଏହି ସବୁ ବଡ ବ୍ୟବସାୟ ଚଳଉଛନ୍ତି। କଟକର କିଛି ମୁଖ୍ୟ ବଜାର ଓର ଏହାର ବିଶେଷତା ହେଲା

  • ଚୌଧୁରୀ ବଜାର - ଲୁଗାପଟା , ଅଳଙ୍କାର
  • ଯାଉଁଳିଆ ପଟ୍ଟି- ଲୁଗାପଟା
  • ହରିପୂର ରୋଡ - ଲୁଗାପଟା
  • ବାଲୁ ବଜାର- ବହି ପତ୍ର ପ୍ରକାଶନ ସଂସ୍ଥା, ଅଳଙ୍କାର
  • ନିମଚଉଡି- ଅଳଙ୍କାର
  • ମାଲଗୋଦାମ- ଖାଦ୍ୟ ଶସ୍ୟ, ମସଲା
  • ଛତ୍ରବଜାର - ପନୀ ପରିବା
  • କଲେଜ ଛକ- ଈଲେକ୍ଟ୍ରୋନିକ , ଘର ତିଆରି ସାମଗ୍ରୀ, ଔଷଧ
  • ରାଣୀହାଟ-ମଙ୍ଗଳବାଗ- ଲୁଗାପଟା, ଔଷଧ ଓ ଭେଷଜ ଉପକରଣ
  • ବକ୍ସିବଜାର- ବୈଦ୍ୟୁତିକ ଉପକରଣ, ନୂଆ ମଟର ଗାଡି ଓ ମଟର ଗାଡି ଜନ୍ତ୍ରପାତି


ଉଦ୍ୟୋଗ

କଟକ ଉପକଣ୍ଠ ଚୌଦ୍ଵାର ଓଡ଼ିଶାର ପୁରୁଣା ଔଦ୍ୟୋଗିକ ପେଣ୍ଠ ଥିଲା। ଏହିଠାରେ ସ୍ଵର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶା ଲୁଗାକଳ (ଓ. ଟି. ଏମ.)ସ୍ଥାପନ କରିଥିଲେ। ଦୀର୍ଘ ସମୟଧରି ଏହି ଲୁଗାକଳଟି ଉନ୍ନତମାନର ବୟନ ସାମଗ୍ରୀ ଉତ୍ପାଦନ କରି ଦେଶ ବିଦେଶରେ ନା କରିଥିଲା। ଓ. ଟି. ଏମ. ବ୍ୟତୀତ ଚୌଦ୍ଵାରଠାରେ ,ବାଲାରପୁର କାଗଜକଳ,ଲିବ୍ରା କାର୍ପେଟ, କଳିଙ୍ଗ ଟିୟୁବ ଆଦି କାରଖାନା ମଧ୍ୟ ଥିଲା ଯାହା ଏବେ ବନ୍ଦ ହୋଇଯାଇଛି। ଅଧୁନା ଇମ୍ଫାର ଫେରୋକ୍ରୋମ କାରଖାନା ଚୌଦ୍ଵାର ଶିଳ୍ପାଞ୍ଚଳର ସଫଳ ଉଦ୍ୟୋଗ ଭାବେ ଚାଲୁ ଅଛି।

କଟକ ନଗରର ଅନ୍ୟ ଔଦ୍ୟୋଗିକ ପେଣ୍ଠ ଗୁଡିକ ହେଲା ଜଗତପୁର ଓ ଖପୁରିଆ। ଉଭୟ ଅଞ୍ଚଳରେ ମୁଖ୍ୟତ ଲଘୁ ବା କ୍ଷୁଦ୍ର ଶିଳ୍ପ ସଂସ୍ଥା ମାନେ କାମ କରନ୍ତି। ଏହି ଦୁଇଟି ଅଞ୍ଚଳରେ ଥିବା କିଛି ପ୍ରମୁଖ ଉଦୟାଗ ହେଲା

  • ଓଡ଼ିଶା ଗଭର୍ନମେନ୍ଟ ପ୍ରେସ- ସରକାରୀ ଛାପାକଳ
  • ଓମ ଅୟେଲ ଆଣ୍ଡ ଫ୍ଲୋର ମିଲ- ରୁଚି ବ୍ରାଣ୍ଡର ମସଲା ଓ ଖାଦ୍ଯ ସାମଗ୍ରୀ
  • ତୃପ୍ତି ଡ୍ରିଂକ୍ସ , ଏସ . ଏମ. ଭି. ଜଇପୁରିଆ ବେଭେରେଜ- ପେପ୍ସି ବଟଲିଂ ପ୍ଳାଣ୍ଟ


ଉପଲବ୍ଧ ସେବା[ସମ୍ପାଦନା]

କଟକରେ ଭାରତୀୟ ଡାକବିଭାଗ ବ୍ୟତୀତ ଅନେକ ଘରୋ‍ଇ କୋରିୟର ସଂସ୍ଥାମାନ ରହିଛନ୍ତି । ଚିଠିରୁ ଆରମ୍ଭ କରି ଟେଲିଗ୍ରାଫ୍ ଆଦି ସୁବିଧା ସହଜରେ ଉପଲବ୍ଧ । ସରକାରଙ୍କ ପରିଚାଳିତ ଭାରତ ସଞ୍ଚାର ନିଗମ ଛଡା ଏୟାର୍‍ଟେଲ, ଏୟାର୍‍ସେଲ୍, ରିଲାଏନ୍ସ, ଟାଟା ଇଣ୍ଡିକମ୍ ଓ ଭୋଡାଫୋନ୍ ପରି ଜାତୀୟ ସଞ୍ଚାର ସଂସ୍ଥାଗୁଡିକଙ୍କ ପକ୍ଷରୁ ଏଠାରେ ଉଭୟ ଲ୍ୟାଣ୍ଡଲାଇନ ଓ ମୋବାଇଲ୍ ସେବା ଉପଲବ୍ଧ । ଭାରତ ସଞ୍ଚାର ନିଗମ ଓ ଓର୍‍ଟେଲ୍ ଆଦି ସଂସ୍ଥା ବ୍ରଡ୍‍ବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇ ଦେଉଛନ୍ତି ।

କଟକର ପ୍ରମୁଖ ଅନୁଷ୍ଠାନମାନଙ୍କ ମଧ୍ୟରୁ ବାରବାଟି ଷ୍ଟାଡିଅମ ଅନ୍ୟତମ, ଯାହାକି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‍ମାନଙ୍କ ଲାଗି ସୁପ୍ରସିଦ୍ଧ । କଟକର ବିଶ୍ୱପ୍ରସିଦ୍ଧ ରୂପା ତାରକସି କାମ ଲାଗି ଏହାକୁ ମଧ୍ୟ ରୌପ୍ୟ ସହର ନାମରେ ଆଖ୍ୟାୟିତ କରଯାଇଛି । ଏତଦ୍‍ବ୍ୟତୀତ ଏଠାର ହାତୀଦାନ୍ତର କାମ ମଧ୍ୟ ବେଶ୍ ଚମତ୍କାର ।

ବାରବାଟି ଷ୍ଟାଡିଅମ ନିକଟରେ ଐତିହାସିକ ବାରବାଟି ଦୁର୍ଗର ଭଗ୍ନାବଶେଷ ରହିଛି । ଦୁର୍ଗର ପ୍ରବେଶଦ୍ୱାର ଏଯାବତ୍ ସୁରକ୍ଷିତ ରହିଛି । ବିଗତ କିଛି ସମୟ ଧରି ଭାରତୀୟ ପ୍ରତ୍ନତାତ୍ତ୍ଵିକ ବିଭାଗ (Archaeological Survey of India) ଦ୍ଵାରା ଉତ୍‍ଖନନ କାର୍ଯ୍ୟ ଚାଲୁ ରହିଛି ।

କଟକର ଚୌଦ୍ଵାରଠାରେ ଦେଶର ସର୍ବବୃହତ୍ ଫେରୋ ଆଲୟ ଉତ୍ପାଦକ ଇମ୍ଫା (IMFA-Indian Metals & Ferro Alloys) ର କାରଖାନା ରହିଛି ।

ସ୍ୱାସ୍ଥ୍ୟ ସେବା[ସମ୍ପାଦନା]

ସ୍ଵାଧୀନତା ସମୟରୁ କଟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାର ମୁଖ୍ୟ କେନ୍ଦ୍ର ରହି ଆସିଛି। ମହନଦୀ କୂଳରେ ଥିବା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଓଡ଼ିଶାର ସର୍ବ ପୁରାତନ ଓ ସର୍ବବୃହତ ଅଟେ। ସାରା ଉପକୂଳ ଓଡ଼ିଶା ତଥା ସୁଦୂର ପଶ୍ଚିମ ବଂଗର ଲୋକମାନେ ବି ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପୁର ପଲ୍ଲୀରେ ଏହା ବଡ ଡାକ୍ତରଖାନା ଭାବେ ପରିଚିତ। ଏଠାରେ ବହୁ ବିଭାଗରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିଶେଷ ସେବା ଉପଲବ୍ଧ ଆଛି। ବଡ ଡାକ୍ତରଖାନା ଛଡା କଟକ ସହରରେ ଆହୁରି ବହୁତ ବିଶେଷ ଚିକିତ୍ସା କେନ୍ଦ୍ରମାନ ଆଛି।

ବେସରକାରୀ

ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟାଳୟ[ସମ୍ପାଦନା]

ଶିକ୍ଷା ଓ ଗବେଷଣା[ସମ୍ପାଦନା]

* ବିଶ୍ଵବିଦ୍ୟାଳୟ ଓ ଶିକ୍ଷା ପରିଷଦ

କଟକରେ ଜାତୀୟ ସ୍ତରରେ ପ୍ରତିଷ୍ଠିତ ନାନା ଶୈ‍କ୍ଷିକ ଅନୁଷ୍ଠାନ ଯଥା ରେଭେନ୍ସା ବିଶ୍ଵବିଦ୍ୟାଳୟ ରହିଛି । ଦେଶକୁ ଆନେକ ଉଚ୍ଚକୋଟୀର ବୁଦ୍ଧିଜୀବୀ ଓ ପ୍ରଶାସକ ଦେଇଥିବା ରେଭେନ୍ସା ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) କଟକର ଏକ ଅନନ୍ୟ ଅଙ୍ଗ । ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ସାର୍ ସି ଭି ରମଣ ଏଠାରେ କିଛି କାଳ କାର୍ଯ୍ୟ କରିଥିଲେ । ଏଦଦ୍‍ବ୍ୟତୀତ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନ୍ୟତମ ଓ ବିଶିଷ୍ଟ ନେତା ସୁବାଷ ଚନ୍ଦ୍ର ବୋଷଙ୍କ ବାଲ୍ୟକାଳ କଟକରେ ହିଁ ଅତିବାହିତ ହୋ‍ଇଥିଲା । ସେ ଷଷ୍ଠ ଶ୍ରେଣୀ ଯାଏଁ ଏକ ଇଂରାଜୀ ବିଦ୍ୟାଳୟ (ବର୍ତ୍ତମାନର ଷ୍ଟୁଆର୍ଟ୍ ସ୍କୁଲ)ରେ ଅଧ୍ୟୟନ କଲାପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ ।


*ଗବେଷଣା କେନ୍ଦ୍ର

କଟକର ସମୀପବର୍ତ୍ତୀ ବିଦ୍ୟାଧରପୁରରେ ଅବସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (Central Rice Research Institute) ସମଗ୍ର ଦକ୍ଷିଣ ଏସିଆର ଏକ ପ୍ରଧାନ ଧାନ ଗବେଷଣା କେନ୍ଦ୍ର ।

ସହର ଉତ୍ତର ଆଡକୁ ଚାରବାଟିଆଠାରେ ବିମାନ ଗବେଷଣା କେନ୍ଦ୍ର ସହିତ ସେନାବାହିନୀର ଏକ ବିମାନବନ୍ଦର ରହିଛି । ଏହାର ନିୟନ୍ତ୍ରଣ ଦାୟିତ୍ୱ ଭାରତ ସରକାରଙ୍କ ଗୁଇନ୍ଦା ସଂସ୍ଥା RAW (Research and Analysis Wing) ଉପରେ ନ୍ୟସ୍ତ ।


*ଉଚ୍ଚ ଶିକ୍ଷା


* ମହାବିଦ୍ୟାଳୟ


* ବିଦ୍ୟାଳୟ

କଟକ ସହରରେ ଉଭୟ ଓଡ଼ିଆ ଓ ଈଂରାଜୀ ମାଧ୍ୟମର ବିଦ୍ୟାଳୟ ମାନ ରହିଛି। କଟକର ବିଦ୍ୟାଳୟ ଗୁଡିକ ପୁରାତନ ଓ ପ୍ରାୟତ ସମସ୍ତଙ୍କ କିଛି ନ କିଛି ଗୌରବମୟ ଈତିହାସ ରହିଛି।

ପରିବହନ ଓ ଯୋଗାଯୋଗ[ସମ୍ପାଦନା]

ବାଦାମବାଡ଼ି

ସଡକପଥରେ କଟକ, କୋଲକାତା ଓ ଚେନ୍ନାଇକୁ ସଂଯୋଗ କରୁଥିବା ୫ ନଂ ଜାତୀୟ ରାଜପଥ ସହ ଉତ୍ତମ ଭାବେ ସଂଯୁକ୍ତ. ରାଜ୍ୟର ପମୁଖ ବାଣିଜ୍ୟିକ କେନ୍ଦ୍ର ହୋ‍ଇଥିବାରୁ ଏହା ମଧ୍ୟ ରେଳପଥ ଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଓଡ଼ିଶାର ଅନ୍ୟ ଅଞ୍ଚଳ ପରି ଏହା ମଧ୍ୟ ରେଳବାଇର ପୂର୍ବତଟ ରେଳବାଇ ଅନ୍ତର୍ଗତ । ଓଡ଼ିଶାର ଏକମାତ୍ର କାର୍ଯ୍ୟକ୍ଷମ ସିଭିଲ୍ ବିମାନବନ୍ଦର, ବିଜୁ ପଟ୍ଟନାୟକ ବିମାନ ବନ୍ଦର, କଟକଠାରୁ ମାତ୍ର ୨୮ କି.ମି. ଦୂରରେ ଅବସ୍ଥିତ । ବସ୍ ଯୋଗଯୋଗ ହିସାବରେ କଟକର ବାଦାମବାଡ଼ି ବସ ଟର୍ମିନସ୍ ଓଡ଼ିଶାରେ ସର୍ବବୃହତ୍ । ପ୍ରତିଦିନ ଏଠାରୁ ଶହଶହ ବସ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରେ । ଦୂରବର୍ତ୍ତୀ ଅଗମ୍ୟ ସ୍ଥାନମାନଙ୍କ ଲାଗି ବସ ପରିବହନ ହିଁ ଏକମାତ୍ର ଉପାୟ । କଟକରେ ଜଳ ପରିବହନର ବିଶେଷ ଚାହିଦା ନଥିଲେ ମଧ୍ୟ ମାଛ ଧରିବା ଓ ଆଞ୍ଚଳିକ ନୌପରିବହନ ଲାଗି ଛୋଟ ଛୋଟ ଡଙ୍ଗାମାନ ମହାନଦୀ ଓ କାଠଯୋଡ଼ିରେ ଚଳାଚଳ କରନ୍ତି । ଇଂରେଜ ଅମଳରେ ତାଳଦଣ୍ଡା କେନାଲ ବ୍ୟାପାରିକ ନୌପରିବହନର ଉତ୍କୃଷ୍ଟ ପନ୍ଥା ବିବେଚିତ ହେଉଥିଲେ ହେଁ ଅଧୁନା ଉନ୍ନତ ଟ୍ରକ ପରିବହନର ପ୍ରଚଳନ ହେତୁ ଏହାର ଆଉ ଚାହିଦା ନାହିଁ । ଏହାଛଡା କଟକର ଚାରବାଟିଆଠାରେ ଭାରତୀୟ ବାୟୁସେନାର ଏକ ବିମାନ ବନ୍ଦର ରହିଛି ।

କ୍ରୀଡ଼ା[ସମ୍ପାଦନା]

ବର୍ଷ ବର୍ଷ ଧରି କଟକ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଏକ ପ୍ରଧାନ କେନ୍ଦ୍ର ଭାବେ ରହିଆସିଛି। ଓଡ଼ିଶା ଓଲିମ୍ପିକ ସଂଘ, ଓଡ଼ିଶା କ୍ରିକେଟ ସଂଘ ଆଦି ୩୦ ରୁ ଅଧିକ ରାଜ୍ୟ ସ୍ତରୀୟ କ୍ରୀଡା ମହାସଂଘର ମୁଖ୍ୟ କାର୍ଯ୍ଯାଳୟ କଟକ ନଗରରେ ଅବସ୍ଥିତ[୯]। କଟକରେ ଥିବା ବାରବାଟୀ ଷ୍ଟାଡିୟମ ଓଡ଼ିଶାରେ ଥିବା ଏକମାତ୍ର ଆନ୍ତର୍ଜାତୀୟ କ୍ରିକେଟ ପଡ଼ିଆ। ଏଠାରେ କ୍ରିକେଟ ବିଶ୍ଵକପ ସହ ପ୍ରାୟ ୧୬ଟି ଅନ୍ତର୍ଜାତିକ ଏକଦିବାସୀୟ ଓ ୨ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ଏହି ପଡ଼ିଆରେ କ୍ରିକେଟ ସହ ଜାତୀୟ ଓ ରାଜ୍ୟ ଫୁଟବଲ ପ୍ରତିଯୋଗିତା ମଧ୍ୟ ହୋଇଥାଏ। କଟକରେ କ୍ରିକେଟ, ଫୁଟବଲ ଛଡା ଆହୁରି ମଧ୍ୟ ବହୁଖେଳର ବିକାଶ ଲାଗି ବହୁ କ୍ରୀଡାଙ୍ଗନ ଗଢା ଯାଇଛି । ସେଥି ମଧ୍ୟରୁ ଜବାହରଲାଲ ନେହରୂ ଇଣ୍ଡୋର ଷ୍ଟାଡିୟମ ଅନ୍ୟତମ। ଏଠାରେ ବ୍ଯାଡମିନ୍ଟନ, ଭଲି ବଲ ପରି କ୍ରୀଡାର ସୁବିଧା ଅଛି।

କଟକରେ ଥିବା କ୍ରୀଡା ସୁବିଧା

ଛବି ସଂକଳନ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Cities having population 1 lakh and above". Census of India, Government of India. http://censusindia.gov.in/2011-prov-results/paper2/data_files/India2/Table_2_PR_Cities_1Lakh_and_Above.pdf. Retrieved 2 November 2011. 
  2. "Cuttack". orissa.gov.in. 2002. http://orissa.gov.in/tourism/cuttack1.htm. Retrieved 17 December 2012. "Cuttack (or Kataka) was founded by King Nrupa Keshari in 989 A.D." 
  3. "::Welcome to amazingorissa". amazingorissa.com. http://www.amazingorissa.com/Cuttack.aspx. Retrieved 17 December 2012. "Cuttack was founded by King Nrupa Keshari in 989 A.D." 
  4. "Cuttack". orissa.gov.in. 2002. http://orissa.gov.in/tourism/cuttack1.htm. Retrieved 18 December 2012. "King Marakata Keshari built the stone revetment on the left bank of the Kathajodi in 1006 A.D. to protect the city from the ravages of floods" 
  5. City Census 2011
  6. http://www.boloji.com/culture/008.htm
  7. National Youth Festival: Setting International Standard of Event Management
  8. D’nal Lakshmi Puja pulls more crowds, even outsiders
  9. [୧]