ରାଉରକେଲା
| ରାଉରକେଲା | |
| — ସହର — | |
|
|
|
| ଦିଗବାରେଣି | 22.12°N 84.54°E / 22.12°N 84.54°Eଦିଗବାରେଣି: 22.12°N 84.54°E / 22.12°N 84.54°E |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଭାରତର ଜିଲାସବୁ | ସୁନ୍ଦରଗଡ଼ |
| ଲୋକସଂଖ୍ୟା • ଘନତା |
୬,୮୯,୨୯୮ (2009[update]) • ୨,୫୦୦ /କି.ମି.୨ ( /ବର୍ଗ ମି.) |
| ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
| ପରିସୀମା |
୨୯୬ ବର୍ଗ କି.ମି.s ( ବର୍ଗ ମି.) • ୨୧୯ ମିଟରs ( ଫୁଟ) |
ରାଉରକେଲା ଭାରତର ଓଡ଼ିଶା ରାଜ୍ୟର ଉତ୍ତର-ପୁର୍ବରେ ଅବସ୍ଥିତ ଏକ ପ୍ରମୁଖ ନଗର । ଏହା ନାନାଦି ଖଣିଜ ସମ୍ପଦରେ ଭରପୁର ଓ ମୁଖ୍ୟତଃ ଏକ ଶିଳ୍ପ ପ୍ରଧାନ ନଗରୀ । ଏହା ଓଡ଼ିଶାର ରାଜଧାନୀ ଠାରୁ ୩୪୦ କିଲୋମିଟରs ( ମାଇଲ) ଦୂରରେ ଅବସ୍ଥିତ । ଚଣ୍ଡୀଗଡ଼ ପରେ ଏହା ଭାରତର ଦ୍ଵିତୀୟ ସୁବ୍ୟବସ୍ଥିତ ନଗର । ଏହା ଅନେକ ପାହାଡ଼ ଓ ନଦୀ ଦ୍ଵାରା ବେଢା । ଏଠାରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଏକ ବୃହତ୍ତମ କାରଖାନା ଏଠାରେ ରହିଅଛି । ଏଠାରେ ଜାତୀୟ ଶିକ୍ଷାନୁଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ମଧ୍ୟ ଅବସ୍ଥିତ ।
ବିଷୟସୂଚୀ |
ନାମକରଣ [ସମ୍ପାଦନା]
"ରାଉରକେଲା" ନାଆଁଟି ଜର୍ମାନ ଶବ୍ଦ ରୁର (Ruhr) ଶବ୍ଦରୁ ଆସିଛି । ରୁର (Ruhr) ଜର୍ମାନୀର ଏକ ପ୍ରମୁଖ ଶିଳ୍ପ ଭିତ୍ତିକ ଉପତ୍ୟାକା । ରାଉଅରକେଲା ଠାରେ ଜର୍ମାନୀ ସହବନ୍ଧନରେ ଇସ୍ପାତ କାରଖାନା ତିଆରି କରାଯାଇଥିଲା । ସୁନ୍ଦରଗଡ଼ ଜିଲାର ରାଉତିଆ ଜନଜାତି ଦ୍ଵାରା କୁହାଯାଉଥିବା ସାଦ୍ରି ଭାଷାରେ କେଲାର ଅର୍ଥ ଗାଆଁ [୧]
ପର୍ଯ୍ୟଟନ [ସମ୍ପାଦନା]
ରାଉରକେଲା ସହରର ଅନତି ଦୂରରେ ଅବସ୍ଥିତ ବେଦବ୍ୟାସ କ୍ଷେତ୍ର କେ ପ୍ରମୂଖ ଶୈବପୀଠ ଭାବେ ପରିଚିତ ଏ କ୍ଷେତ୍ରର ଏକ ସଙ୍ଗମ ସ୍ଥଳୀ ରହିଛି, ଏଠାରେ ଶଙ୍ଖ ଓ କୋଏଲ ନଦୀ ସହ ସରସ୍ଵତୀ କୁଣ୍ଡରୁ ବାହାରି ଥିବା ଝରଣାର ସମାହାରରେ ସୃଷ୍ଟି ହୋଇଛି ନୂତନ ନଦୀ ବ୍ରାହ୍ମଣୀ ଦେଶର ବୃହତ୍ତମ ସଙ୍ଗମ ଭାବେ ପରିଗଣିତ ଆହ୍ଲାବାଦଠାରେ ଗଙ୍ଗା, ଯମୁନା ସହିତ ଅଦୃଶ୍ୟ ସରସ୍ଵତୀର ସଙ୍ଗମ ପରେ କେବଳ ଗଙ୍ଗା ନଦୀ ଆଗକୁ ବହି ଯାଇଥିବା ବେଳେ ବେଦବ୍ୟାସ ସଙ୍ଗମରୁ ଆଉ ଏକ ନୂତନ ନଦୀ ଉତ୍ପନ୍ନ ହୋଇଛି ଆହ୍ଲାବାଦଠାରେ ସରସ୍ଵତୀ ନଦୀ ଦୃଶ୍ୟମାନ ହେଉନଥିବା ବେଳେ ବେଦବ୍ୟାସରେ ରହିଛି ସୁଦୃଶ୍ୟ ସରସ୍ଵତୀ କୁଣ୍ଡ ଓ ସରସ୍ଵତୀ ମନ୍ଦିର ପାତାଳୀ ଝରଣାର ପାଣି ସରସ୍ଵତୀ କୁଣ୍ଡରୁ ନିର୍ଗତ ସଙ୍ଗମସ୍ଥଳୀରେ ମିଶୁଛି
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
|
||||||||||||||||||||||||||