ଋଷିକୁଲ୍ୟା ନଦୀ

ଉଇକିପିଡ଼ିଆ‌ରୁ
ଋଷିକୁଲ୍ୟା ନଦୀ
ବ୍ରହ୍ମପୁରଠାରେ ଋଷିକୁଲ୍ୟା ନଦୀ
Native nameଋଷିକୁଲ୍ୟା ନଦୀ
Countryଭାରତ
Partsଓଡ଼ିଶା
Administrative
areas
କନ୍ଧମାଳ, ଗଞ୍ଜାମ
Basin
Main sourceଦାରିଙ୍ଗବାଡ଼ି, କନ୍ଧମାଳ, ଓଡ଼ିଶା, ଭାରତ
19°04′N 84°01′E / 19.07°N 84.01°E / 19.07; 84.01
River mouthଛତ୍ରପୁର, ଗଞ୍ଜାମ, ଓଡ଼ିଶା, ଭାରତ
0 m (0 ft)
Physical characteristics
Length165 km (103 mi)
Features
Tributaries
  • Left:
    ଭଗୁଆ, ଧନେଇ, ବଡ଼ନଦୀ
  • Right:
    ଘୋଡ଼ାହାଡ଼

ଋଷିକୁଲ୍ୟା ନଦୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ହେଉଥିବା ଏକ ନଦୀ । ଏହି ନଦୀଟି ଓଡ଼ିଶାର ବଡ଼ ନଦୀମାନଙ୍କ ମଧ୍ୟରୁ ଗୋଟିଏ, ଯାହାକି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଜଳରେ ପ୍ରବାହିତ ହେଉଛି । ଋଷିକୁଲ୍ୟା ନଦୀ ପୂର୍ବଘାଟ ଅଞ୍ଚଳର ଦାରିଙ୍ଗବାଡ଼ି ପାହାଡ଼ର ୧୦୦୦ ମିଟର ଉଚ୍ଚତାରୁ ଉତ୍ପନ୍ନ ହୋଇଛି । ଏହା ଛତ୍ରପୁରର ପୁରୁଣା ବନ୍ଧ ନିକଟରେ ବଙ୍ଗୋପ ସାଗର ସହିତ ମିଶିଛି । ଏହାର ଉପନଦୀଗୁଡ଼ିକ ହେଉଛି ବାଘୁଆ, ଧାନେଇ, ବଡ଼ନଦୀ ଇତ୍ୟାଦି । ଏହି ନଦୀର କୌଣସି ମୁହାଣ ନାହିଁ ।

ନଦୀ ପଥ[ସମ୍ପାଦନା]

ଏହି ନଦୀଟି କନ୍ଧମାଳ ଜିଲ୍ଲାଦାରିଙ୍ଗବାଡ଼ିରୁ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲାରେ ଏହା ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ତାରାତାରିଣୀ, ପ୍ରତାପପୁର, ଅଲ୍ଲାଦିଗମ୍, ବ୍ରହ୍ମପୁର, ଗଞ୍ଜାମ ଏବଂ ଛତ୍ରପୁର ଉପଖଣ୍ଡ ଦେଉ ପ୍ରବାହିତ ହେଉଛି । ଏହି ନଦୀର ଦୈର୍ଘ୍ୟ ପାଖାପାଖି ୧୬୫ କିଲୋମିଟର ଏବଂ ଏହା ୭୭୦୦ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରବାହିତ ହେଉଛି ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]