ବାରବାଟି ଦୁର୍ଗ
| ବାରବାଟି ଦୁର୍ଗ | |
|---|---|
ବାରବାଟି ଦୁର୍ଗର ପ୍ରବେଶ ଦୁଆର |
|
| ପ୍ରତିଷ୍ଠାତା | ରାଜା ନୃପ କେଶରୀ |
| ଆରମ୍ଭ କାଳ | ୯୮୯ ଖ୍ରୀ.ଅ. |
| ବାରବାଟି ଦୁର୍ଗ ବାରବାଟି ଦୁର୍ଗ |
|
| ଦିଗବାରେଣି | 20°29′4.67″N 85°51′51.93″E / 20.4846306°N 85.864425°E |
ବାରବାଟି ଦୁର୍ଗ ଓଡ଼ିଶାର କଟକ ସହରର ଉତ୍ତରାଂଶରେ ମହାନଦୀର କୂଳରେ ଅବସ୍ଥିତ ପ୍ରାଚୀନ ଉତ୍କଳର ଗୋଟିଏ ଦୁର୍ଗ ।
ବିଷୟସୂଚୀ |
ନାମକରଣ [ସମ୍ପାଦନା]
ଏହି ଦୁର୍ଗର ହତାର କ୍ଷେତ୍ରଫଳ ବାରବାଟି ବା ଦୁଇଶତ ଚାଳିଶ ମାଣ ଥିବାରୁ ଏହାର ଏପରି ନାମ ବାରବାଟି ହୋଇ ଅଛି ।
ଅବସ୍ଥିତି [ସମ୍ପାଦନା]
ଏହା ୨୦° ୧୯’ଉତ୍ତର ଅକ୍ଷାଂଶ ଓ ୮୫° ୫୨’ପୂର୍ବ ଦ୍ରାଘିମାରେ ମହାନଦୀ ଓ କାଠଯୋଡ଼ିର ମଧ୍ୟଭାଗରେ ଅବସ୍ଥିତ । ଏହା ଭୁବନେଶ୍ୱର ଠାରୁ ୨୫ କି.ମି. ଦୂରରେ ଅବସ୍ଥିତ ।
ଇତିହାସ [ସମ୍ପାଦନା]
ବାରବାଟି ଦୁର୍ଗ ପ୍ରଥମେ ଗଙ୍ଗ ବଂଶ ରାଜତ୍ଵ ସମୟରେ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ପରେ ରାଜା ମୁକୁନ୍ଦ ଦେବ (ଖ୍ରୀ:ଅ ୧୫୬୦-୧୫୬୮)ଙ୍କ ସମୟରେ ତଥା କଥିତ ଦୁର୍ଗର ବହୁଳ ଭାବରେ ଯୋଗିକରଣ କରାଇ ଏହାକୁ ସମ୍ପୂର୍ଣ୍ଣ ରୁପ ଦେଇଥିଲେ।
ଖ୍ରୀ:ଅ ୧୫୬୮ ଠାରୁ ୧୬୦୩ ଯାଏଁ ବାରବାଟି ଦୁର୍ଗ ଆଫଗାନ, ମୋଗଲ ଏବଂ ମରାଠା ଶାସକ ମାନଙ୍କ ପ୍ରଧାନ ଶାସନ କେନ୍ଦ୍ର ହୋଇ ରହିଥିଲା । ୧୮୦୩ରେ ବ୍ରିଟିଶ ବାହିନୀ ଏହି ଦୁର୍ଗକୁ ମରାଠା ଶାସକଙ୍କଠାରୁ ଅଧିକାର କରିଥିଲେ । ଏହି ଦୁର୍ଗର ଚାରିପାଖରେ ଗଡ଼ଖାଇ ଓ ପ୍ରାଚୀର ଅଛି । ପାରମ୍ପରିକ ଇତିହାସ ଅନୁସାରେ କଟକ ନଗରର ପ୍ରତିଷ୍ଠାସୋମବଂଶୀ ରାଜା ନୃପକେଶରୀ ଦେଇ ହୋଇଥିଲା । ମାଦଳା ପାଞ୍ଜି ରେ ଲିଖିତ ଅଛି ଯେ ଏହି ଦୁର୍ଗ ୯୮୯ ଖ୍ରୀ.ଅ.ରେ ନିର୍ମିତ ହୋଇଥିଲା । ପ୍ରଫେସର ପି. ମୁଖାର୍ଜି ପ୍ରମୁଖ କେତେକ ଗବେଷକଙ୍କ ମତରେ ଗଙ୍ଗା ରାଜା ଅନଙ୍ଗଭୀମଦେବ ୩ୟ (ଶାସନକାଳ ୧୨୧୧-୧୨୩୮ ଖ୍ରୀ.ଅ.) କଟକର ପ୍ରତିଷ୍ଠା କରିଥିଲେ ।[୧]
ଆଧାର [ସମ୍ପାଦନା]
- ↑ Patel, Dr. C. B. Barabati Fort : The Mute Witness to Orissan Glory.Orissa Review. May 2005
ବାହାର ଲିଙ୍କ [ସମ୍ପାଦନା]
|
|||||||||||||||||||||||