କୋରାପୁଟ ଜିଲ୍ଲା

ଉଇକିପିଡ଼ିଆ ରୁ
କୋରାପୁଟ
—  ଜିଲ୍ଲା  —
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣି: 18°48′30″N 82°42′30″E / 18.8083°N 82.7083°E / 18.8083; 82.7083ଦିଗବାରେଣି: 18°48′30″N 82°42′30″E / 18.8083°N 82.7083°E / 18.8083; 82.7083
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା କୋରାପୁଟ, ନବରଙ୍ଗପୁର
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୫ଟି ଆସନ
କ୍ଷେତ୍ରଫଳ
 - ଜିଲ୍ଲା ୮,୩୭୯ କି.ମି. (୩,୨୩୫.୧ ବ. ମି.)
ଲୋକସଂଖ୍ୟା (୨୦୧୧)
 - ଜିଲ୍ଲା
  • ଅନୁପାତ ୧୦୩୧ / (ପୁରୁଷ/ନାରୀ)
  • ଅନୁପାତ ୯୭୦ / (ପୁଅ/ଝିଅ)
 ମୋଟ ସାକ୍ଷରତା ହାର ୪୯.୮୭%
   • ପୁରୁଷ ୬୧.୨୯%
   • ନାରୀ ୩୮.୯୨%
 - ଘନତା ୧୫୬/କି.ମି. (୪୦୪/ମାଇଲ)
 ନଗର
 ଗାଆଁ
 - ୬ ବର୍ଷରୁ କମ ଶିଶୁ
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ ୭୬୪ xxx
ଗାଡ଼ି କୋଡ଼ OD-10
ଜିଲ୍ଲାପାଳ ସଚିନ ରାମଚନ୍ଦ୍ର ଯାଦବ, ଭା.ପ୍ର.ସେ[୧]
ୱେବସାଇଟ ମୁଖ୍ୟ ୱେବସାଇଟ

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଆୟତନ ୮,୩୭୯ ବର୍ଗ କିମି୤ କୋରାପୁଟ ଜିଲ୍ଲା ୧୭°୪'ଉ. ରୁ ୨୦°୭'ଉତ୍ତର ଅକ୍ଷାଂଶ ଓ ୮୧°୨୪'ପୂ ରୁ ୮୪°୨'ପୂର୍ବ ଦ୍ରାଘିମାମଧ୍ୟରେ ଅବସ୍ଥିତ |

ଅବସ୍ଥିତି[ସମ୍ପାଦନା]

କୋରାପୁଟ ଜିଲ୍ଲାର

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା[୨] ଅନୁସାରେ, କୋରାପୁଟ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୩,୭୬,୯୩୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୫୧,୫୨୮ ଓ ସହରାଞ୍ଚଳରେ ୨,୨୫,୪୦୬ ଲୋକ ବାସ କରନ୍ତି [୩]

  • ପୁରୁଷ: ୬,୭୭,୮୬୪
  • ମହିଳା: ୬,୯୯,୦୭୦
  • ଛ ବର୍ଷରୁ କମ: ୨,୧୫,୫୧୮
  • ସାକ୍ଷରତା ହାର ୪୯.୮୭%
    • ପୁରୁଷ: ୬୧.୨୯%
    • ମହିଳା: ୩୮.୯୨%

ବିଭାଗ[ସମ୍ପାଦନା]

  • ଉପଖଣ୍ଡ (ସବ୍ ଡିଭିଜନ): (୨ଟି): କୋରାପୁଟ ଓ ଜୟପୁର
  • ତହସିଲ: (୧୪):
  • ବ୍ଳକ: ୧୪ଟି[୪]:
  • କୋରାପୁଟ ଉପଖଣ୍ଡର (୯): କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର
  • ଜୟପୁର ଉପଖଣ୍ଡର (୫): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର ଓ ବୋରିଗୁମା
  • ଗ୍ରାମ ପଞ୍ଚାୟତ: ୨୨୬
  • ଗ୍ରାମ: ୧,୯୯୭
  • ସହର: ୫
    • ପୌରପାଳିକା:୧:
    • ବିଜ୍ଞାପିତ ଅଞ୍ଚଳ ପରିଷଦ:୩:

ଦର୍ଶନୀୟ ସ୍ଥାନ[ସମ୍ପାଦନା]

କୋରାପୁଟ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଅଛି । ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନିତ କରାଯାଇଥିବା ୩୨୦ଟି ସ୍ଥାନ ଭିତରେ ୧୩ଟି ସ୍ଥାନ କୋରାପୁଟ ଜିଲ୍ଲାରେ ଅବସ୍ଥିତ । ସେ ଗୁଡ଼ିକ ହେଲା :

ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭିନ୍ନ ନିମ୍ନସ୍ଥ ସ୍ଥାନ ଗୁଡ଼ିକ ମଧ୍ୟ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

  • ଉପର କୋଲାବ ଜୈବ ଉଦ୍ୟାନ
  • ଡୁଡୁମା ଜଳପ୍ରପାତ
  • ବାରିଣୀପୁଟ
  • ଜୟପୁର : କୋରାପୁଟ ଜିଲ୍ଲାର ମୁଖ୍ୟ ବାଣିଜ୍ୟସ୍ଥଳୀ, ଜୟ ପୁର ରାଜାଙ୍କର ରାଜଧାନୀ ଓ ରାଜପ୍ରାସାଦ । ଏହି ସହରରେ ରଥଯାତ୍ରା ଓ ଦଶହରା ମହା ସମାରୋହରେ ପାଳିତ ହୋଇଥାଏ ।
  • ବୀରଖମ୍ବ : ବନଦେବୀ ମନ୍ଦିର ପାଇଁ ଜଣାଶୁଣା ।
  • ରାମଗିରି : ଭଗବାନ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଦକ୍ଷିଣକୁ ଗଲାବେଳେ ଏଠାରେ ଅବସ୍ଥାନ କରିଥିଲେ ।
  • ଅନକାଡ଼େଲି : ମାଛକୁଣ୍ଡ ଜଳପ୍ରପାତର ନିକଟବର୍ତ୍ତୀ ଗ୍ରାମ। ଏଠାରେ ପ୍ରତ୍ୟେକ ଗୁରୁବାର ଦିନ ଏକ ସାପ୍ତାହିକ ହାଟ ହୋଇଥାଏ । ସ୍ଥାନୀୟ ବଣ୍ଡା ଜନଜାତିର ଲୋକମାନେ ଏଠାକୁ ଆସୁଥିବାରୁ ଏହା ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
  • ବାଦୁଡ଼ି ପାହାଡ଼ : ଶାବେରୀ ନଦୀକୂଳରେ ଅବସ୍ଥିତ ଅନେକ ଗୁମ୍ଫାଯୁକ୍ତ ପାହାଡ଼ ।
  • ମାଳିଗୁଡ଼ା : ଉଦ୍ୟାନ ଓ ପନିପରିବା ଚାଷ ପାଇଁ ପ୍ରସିଦ୍ଧ, ଏହା ଏକ ଚିରସ୍ରୋତା ଝରଣା କୁଳରେ ଅବସ୍ଥିତ ।
  • କୋଲା : କୋଲାବ ନଦୀ ଉପରେ ବହୁମୁଖୀ ନଦୀବନ୍ଧ ଯୋଜନାରେ ୪ଟି ଟର୍ବାଇନରୁ ୩୨୦ ମେଗାୱାଟ ବିଜୁଳିଶକ୍ତି ଉତ୍ପାଦନ କରୁଥିବା ପାୱାର ହାଉସ । ଏହି ନଦୀବନ୍ଧ ଯୋଜନା ଦ୍ୱାରା ୨୨ ହଜାର ୨୬୬ ହେକ୍ଟର ଜମି ଜଳ ସେଚିତ ହୋଇପାରୁଛି। ଏଠାକାର ପ୍ରମୋଦ ଉଦ୍ୟାନ ପର୍ଯ୍ୟଟକମାନଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ ।
  • ନାରାୟଣ ପାଟନା: ଜୟପୁର ରାଜାଙ୍କର ପୁରୁଣା ଗଡ଼ ଓ ବର୍ତ୍ତମାନର ବ୍ଲକ ସଦର ମହକୁମା । ନୀଲାବାଡ଼ୀ, ଅଗ୍ନିଗଙ୍ଗାମା ଓ ପୁତ୍ୟାଲୁମା ଏ ଅଞ୍ଚଳର ଆରାଧ୍ୟଦେବୀ।
  • ରାଇସିଲ୍ : ଏଠାକାର ମୁଖ୍ୟ ପର୍ବ ହେଉଛି ନୀଲାବାଡ଼ି ଯାତ୍ରା ଓ ଅଁଳାନବମୀ। ଏହା ଲକ୍ଷ୍ମୀପୁର ନିକଟସ୍ଥ ଏକ ପାହାଡ଼। ଏଠାରେ ଚିରସ୍ରୋତା ଝରଣାଟିଏ ରହିଛି ଓ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ଏହା ଏକ ବଣଭୋଜି ସ୍ଥଳୀ।
  • ଡୁମୁରିପୁଟ : ଜାତୀୟ ରାଜପଥ ନିକଟସ୍ଥ ଏକ ଗାଁ । ଶ୍ରୀରାମ ମନ୍ଦିର ଓ ୭୨ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତୀ ପାଇଁ ଏହା ପ୍ରସିଦ୍ଧ । ଏଠାକାର ମୁଖ୍ୟପର୍ବ ହେଲା ରାମ ନବମୀ
  • ଦାମନଯୋଡ଼ି: ଏହା ଏସିଆ ମହାଦେଶର ଏକ ବୃହତ୍ତମ ବକ୍ସାଇଟ ଖଣିମାନଙ୍କ ଭିତରୁ ଅନ୍ୟତମ । ଏହା ପଞ୍ଚପଟମଲ୍ଲୀ ପାହାଡ଼ ଉପରେ ଅବସ୍ଥିତ । କଣ୍ଟାବାଉଁଶାଣୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଏଠାରେ ରହିଛି।
  • ପେଦାପାଡ଼ୁ : ପଟାଙ୍ଗି ନିକଟସ୍ତ ପେଦାପାଡ଼ୁ ମାଟି ମଧ୍ୟରେ ଏକ ସୁରମ୍ୟ ଗୁମ୍ଫାରେ ଅବସ୍ଥିତ। ଶିଡ଼ିଦେଇ ଏହା ଭିତରକୁ ଯିବାପାଇଁ ହୋଇଥାଏ। ୨୦୦୯ ମସିହାର ପରବର ଶୁଭ ଉଦ୍ଘାଟନ ଏଇଠାରୁ ହୋଇଥିଲା।
  • ରାଣୀଡୁଡୁମା : ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଟୁଣିମାଳ ପାହାଡ଼ ନିକଟସ୍ଥ ଏକ ଛୋଟ ଜଳପ୍ରପାତ। ଏହାର ସୁରମ୍ୟ ଶୋଭାପାଇଁ ଏହା ପର୍ଯ୍ୟଟକମାନଙ୍କର ଏକ ଅଭୁଲା ଆକର୍ଷଣ।
  • ଭୈରବସିଂହପୁର : ବୋରିଗୁମାବ୍ଲକ ଅନ୍ତର୍ଗତ ଏହି ସ୍ଥାନ ଏକ ଜୈନପୀଠ ଥିଲା। ଏବେ ଋଷଭନାଥଙ୍କ ମୂର୍ତ୍ତୀକୁ ଭୈରବନାଥ ରୂପେ ସ୍ଥାନୀୟ ଲୋକେ ପୂଜା କରି ଆସୁଛନ୍ତି।

ପର୍ବ[ସମ୍ପାଦନା]

ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ପରି ଏହି ଜିଲ୍ଲାରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ । ତା ସାଙ୍କକୁ ଏହି ଜିଲ୍ଲାର ବିଶେଷ ଓ ମୁଖ୍ୟ ଲୋକ ମହୋତ୍ସବ ହେଲା ‘ପରବ’। ଏହା ଏକ ରାଜ୍ୟସ୍ତରୀୟ ମହୋତ୍ସବ ଓ ଏହା ନଭେମ୍ବର ୧୬ ତାରିଖରୁ ୧୮ ତାରିଖ ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ସହିତ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀମେଳା ଜିଲ୍ଲା ମହକୁମା କୋରାପୁଟଠାରେ ପାଳିତ ହୋଇଥାଏ ।

ଲୋକନୃତ୍ୟ[ସମ୍ପାଦନା]

ରାଜ୍ୟସ୍ତରୀୟ ମହୋତ୍ସବ ‘ପରବ’ ପାଳନ ଅବସରରେ କୋରାପୁଟର ଅନେକ ଲୋକନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରେ । ଏହି ନୃତ୍ୟଗୁଡ଼ିକ ଭିତରେ କେତୋଟି ମୁଖ୍ୟ ନୃତ୍ୟ ହେଲେ :

  • ଡେମସା
  • ରିଞ୍ଜଡ଼ି
  • ଦଣ୍ଡାହଳିଆ ବା କାଠିନାଚ
  • ନରପା
  • ଦୁରୁଆ
  • ପରଜା
  • ଗଦବା

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]