ଓଡ଼ିଶୀ
| ଓଡ଼ିଶୀ ନାଟ | |
|---|---|
ଓଡ଼ିଶୀ ନାଟ ପରିବେଷଣ |
|
| ମାଧ୍ୟମ | ଗୀତ-ନାଟ |
| ପ୍ରକାର | ମଙ୍ଗଳାଚରଣ |
| ପୁରାତନ କଳା | ମାହାରୀ, ଗୋଟିପୁଅ |
| ସଂସ୍କୃତି | ଓଡ଼ିଆ ଚଳଣି |
| ସୃଷ୍ଟି | ଓଡ଼ିଶା, |
| ସମୟ କାଳ | ମଧ୍ୟଯୁଗ |
| ଗୀତ-ସଙ୍ଗୀତ | ଓଡ଼ିଶୀ ସଙ୍ଗୀତ |
| କଳାକାର | ଏକକ ବା ବହୁ |
ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।[୧][୨] ଭାରତୀୟ ନୃତ୍ୟକଳାର ପୋଥି ନାଟ୍ୟ ଶାସ୍ତ୍ର ଏହାକୁ ଓଡ୍ର-ମାଗଧି ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗି ମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ଵାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା ।
ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ, ଛାତି ଓ ଅଣ୍ଟାର ସ୍ଵାଧୀନ ଗତି ଏହାକୁ ବାକି ଭାରତୀୟ ନାଟ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି ।[୩][୪] ଆଉ ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଆରମ୍ଭ ଓ ଇତିହାସ
ଖାରବେଳଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରି ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଛବି ଦେଖିବାକୁ ମିଳିଥାଏ । ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିର ମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସୀମାନେ ଜୈନ ଓ ବୌଧ ସଙ୍ଘ ମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶୀ, ପ୍ରଥମେ ମନ୍ଦିର ମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା ଓଡ଼ିଶାର ମନ୍ଦିର କାନ୍ଥରେ ଥିବା ମୂର୍ତ୍ତୀରୁ ଜଣାପଡ଼େ ।[୫] ଖ୍ରିଷ୍ଟପୁର୍ବ ଦ୍ଵିତୀୟର ଓଡ଼ିଶୀର ଇତିହାସ ଉଦୟଗିରିର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି ଓଡ୍ର ମାଗଧିକୁ ଗୁରୁତ୍ତ୍ଵ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୂଚାଏ ।[୬]
[ଏହାକୁ ବଦଳାନ୍ତୁ] ମନ୍ଦିର ଇତିହାସ
ଖ୍ରିଷ୍ଟପୁର୍ବ ୨ୟ ଶତାବ୍ଦୀରେ ତିଆରି ଭୁବନେଶ୍ୱରରେ ଥିବା ଖଣ୍ଡଗିରି ଓ ଉଦୟଗିରି ସେତେବେଳର ସମ୍ରାଟ ଖାରବେଳଙ୍କ ଦ୍ଵାରା ତିଆରି କରାଯାଇଥିଲା । ଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶୀ ସବୁଠୁ ବେଶି ପୁରୁଣା ନୃତ୍ୟକଳା । କୋଣାର୍କ ଓ ବ୍ରହ୍ମେଶ୍ଵର ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶୀ ନର୍ତ୍ତକ ଓ ନର୍ତ୍ତକୀ ଦେଖିବାକୁ ମିଳନ୍ତି ।[୭]
ଷଷ୍ଠ-ନବମ ଶତାବ୍ଦିରେ ତିଆରି ହୋଇଥିବା ବୌଦ୍ଧ କୀର୍ତ୍ତି, ଯାଜପୁରର ରତ୍ନଗିରିରେ ଥିବା ପାହାଡ଼ରେ ଏବେକାର ଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ ।
ହିରାପୁରର ଚଉଷଠି ଯୋଗିନି ମନ୍ଦିର ଭଳି ତନ୍ତ୍ର ମନ୍ଦିର ମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶୀର ଇତିହାସ ଜାଣିବାରେ ସାହାଯ୍ୟ କରେ ।
ଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର (କୋଣାର୍କର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୂର୍ତ୍ତିରେ ଦେଖିବାକୁ ମିଳେ ।
[ଏହାକୁ ବଦଳାନ୍ତୁ] ଆଧାର
- ↑ http://www.dancesofindia.co.in/classic-dances-india/odissi.html
- ↑ http://odissi.itgo.com/
- ↑ ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା
- ↑ ସେହେଗାଲ, ସୁନିଳ (1999). ହିନ୍ଦୁଧର୍ମର ଭାଷାକୋଷ: (H - Q).. Sarup & Sons. ପୃଷ୍ଠା. 868. ISBN 8176250643. http://books.google.co.in/books?id=wNQ82_yYeK8C&pg=PA868&dq=Tribhanga&hl=en&ei=zDW_TOrnLY2ycaXx4PIN&sa=X&oi=book_result&ct=result&resnum=9&ved=0CEcQ6AEwCA#v=onepage&q=Tribhanga&f=false.
- ↑ ଓଡ଼ିଶୀ
- ↑ http://www.nadanam.com/odissi/o_history.htm
- ↑ http://www.jagannatha.net/dance.html
[ଏହାକୁ ବଦଳାନ୍ତୁ] ବାହାର ଆଧାର
- ଓଡ଼ିଶୀ ଖୋଲା ଡାଇରେକ୍ଟୋରି
- ଭାରତୀୟ ଶାସ୍ତ୍ରୀୟ ପୋଟାଲ
- ମାହାରି ଓ ଗୋଟିପୁଅ ଚଳଣି
- ଓଡ଼ିଶୀର ଇତିହାସ
- ଓଡ଼ିଶୀ ନାଚର ଠାଣି
- ଓଡ଼ିଶୀର ଐତିହାସିକ ଭୁଇଁ
- ଓଡ଼ିଶୀ ନାଚର ଗହଣା
- ଗୋଟିପୁଅ ନାଚ ଗୁରୁକୁଳ
- ଓଡ଼ିଶୀ ଅନଲାଇନ
- ଓଡ଼ିଶୀ ନାଚ ପାଇଁ ଗୀତ
|
||||||||||||||||
|
|||||||||||||||||||||||||||||||||||||||||||