ଉତ୍କଳ
ଉଇକିପିଡ଼ିଆ ରୁ
ଉତ୍କଳ ସାମ୍ରାଜ୍ୟ ଅଧୁନାତନ ଭାରତର ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ଅବସ୍ଥିତ ଥିଲା । ମହାଭାରତରେ ଉତ୍କଳ, ଉତ୍ପଳ, ଅକଳ ଓ ଓଡ୍ର ଦେଶ ବାବଦରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ମଧ୍ୟ ଏହା ରହିଅଛି ।
ବିଷୟସୂଚୀ |
ପୁରାତନ ସାହିତ୍ୟ[ସମ୍ପାଦନା]
ମଧ୍ୟଯୁଗର ପୁରାତନ ସାହିତ୍ୟରେ ଏହାକୁ ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲି ଅଭିହିତ କରାଯାଇଥିଲା ଯାହା ସେକାଳରେ ଏହା ଅତ୍ୟନ୍ତ କଳାର ଦେଶ ଥିଲା ବୋଲି ଜଣାଯାଇଥାଏ ।
ମହାଭାରତରେ ବର୍ଣ୍ଣନା[ସମ୍ପାଦନା]
ଦଶର୍ଣସ, ମେକାଳ ଆଦି ଉତ୍କଳର ପଶ୍ଚିମରେ ଥିବା ରାଜ୍ୟ ଓ ଉତ୍କଳ ବିଷୟରେ ମହାଭାରତରେ ବର୍ଣ୍ଣନା କରାଯାଇଅଛି । (୬.୯) ଉତ୍କଳର ବାସିନ୍ଦା ମାନେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରୁ ଲଢ଼ିଥିଲେ ବୋଲି ଲେଖାଅଛି ।
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- କୃଷ୍ଣ ଦ୍ଵାପାୟନ ବ୍ୟାସଙ୍କ ରଚିତ ମହାଭାରତ